ମା’ ଚାଷ ଜମିକୁ ଗଲା ପରେ ପଶୁ ପାଲଟି ଯାଉଥିଲା ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ମା’ ଚାଷ ଜମିକୁ ଗଲା ପରେ ପଶୁ ପାଲଟି ଯାଉଥିଲା ବାପା

ଭୋପାଲ: ରକ୍ଷକ ସାଜିଲା ଭକ୍ଷକ। ଲାଳନ ପାଳନ କରୁଥିବା ବାପା ଭୁଲିଗଲା ମଣିଷ ପଣିଆ। ସବୁ ସୀମା ଟପି ପାଲଟିଗଲା ପଶୁ। ନିଜ ଦୁଇ ଝିଅ ସହ କରୁଥିଲା ଦୁଷ୍କର୍ମ। ଏଭଳି ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରୁ।

ଗୁନା ଜିଲ୍ଲାର ମ୍ୟାନା ଥାନା ଅଞ୍ଚଳ ନାକଟିଦେବୀ ଗାଁରେ କଳିଯୁଗ ବାପାର ଏହି କ୍ରୁର କାରନାମା ସାମ୍ନାକୁ ଆସିଛି। ସ୍ତ୍ରୀ କାମକୁ ଗଲା ପରେ ବାପା ପଶୁ ପାଲଟି ଯାଇ ନିଜ ଦୁଇ ଝିଅ ସହ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ କ୍ରୁର ବାପାକୁ ଗିରଫ କରିଛି।

ସୂଚନା ମୁତାବକ, ସ୍ତ୍ରୀ  ଚାଷ ଜମିକୁ କାମକୁ ଗଲା ପରେ ଏହି ଦୁଷ୍କର୍ମକାରୀ ବାପା ମଦ ପିଇ ନିଜ ଦୁଇ ଝିଅର ଶୋଷଣ କରୁଥିଲା। ତେବେ ଏହି  ଶୋଷଣ ଥରେ କି ଦୁଇ ଥର ନୁହେଁ ବର୍ଷ ବର୍ଷ ଧରି ଚାଲିଥିଲା। ବାପାର ଏଭଳି ଅତ୍ୟଚାର ଅସହ୍ୟ ହେବା ପରେ ଏନେଇ ଦୁଇ ତାଙ୍କ ମା’ଙ୍କୁ ଜଣାଇଥିଲେ। ପରେ ଖବର ସାମ୍ନାକୁ ଆସିଥିଲା। ଗାଁରେ ପଞ୍ଚାୟତ ବସାଇ ଏହି ମାମଲାରୁ ରଫା ଦଫା କରିବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିନଥିଲା।

ତାଗିଦ ପରେ ମଧ୍ୟ ଏହି ଦୁଷ୍କର୍ମକାରୀ ବାପା ପୁଣି ଥରେ ନିଜ ଦୁଇ ଝିଅଙ୍କୁ ଯୌନ ଶୋଷଣ କରିଥିଲା। ଏହାପରେ ୨ ପୀଡିତା ଝିଅ ନିଜ ମା’ ସହ ଥାନାକୁ ଯାଇ ମାମଲା ରୁଜୁ କରିଥିଲେ। ଅଭିଯୋଗ ପୁରେ ପୁଲିସ ଉକ୍ତି ଅଭିଯୁକ୍ତ ବାପାକୁ ଗିରଫ କରିଛି। ସେପଟେ ଦୁଇ ପୀଡିତା ଝିଅଙ୍କ ପୁଲିସ କାଉନସିଲିଂ କରି ଡାକ୍ତରୀ ମଇନା ପାଇଁ ପଠାଯାଇଛି।

The post ମା’ ଚାଷ ଜମିକୁ ଗଲା ପରେ ପଶୁ ପାଲଟି ଯାଉଥିଲା ବାପା appeared first on Odisha Reporter.



from Odisha Reporter https://ift.tt/3qIkjSV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages