ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି। ଆଜି ଫ୍ରାନ୍ସରୁ ଆସିବ ଆଉ ୩ଟି ଲଢ଼ୁଆ ବିମାନ ରାଫେଲ। ଆଜି ସକାଳ ୭ଟାରୁ ମେରିନିକ୍ ଏୟାରବେସ୍ରୁ ଉଡାଣ ଭରିଥିବା ଏହି ୩ଟି ରାଫେଲ ଯୁଦ୍ଧ ବିମାନ ସନ୍ଧ୍ୟାରେ ଅମ୍ବାଲା ଏୟାର ବେସ୍ରେ ଅବତରଣ କରିବ। ତେବେ ଫ୍ରାନ୍ସରୁ ଆସିବା ବେଳେ ଓମାନରେ ମଝି ଆକାଶରେ ଏହି ସମସ୍ତ ବିମାନରେ ଇନ୍ଧନ ଭରାଯିବ। ଅମ୍ବାଲାର ଏୟାର ବେସ୍ରେ ଅବତରଣ କରିବା ପରେ ଏହି ୩ ଯୁଦ୍ଧ ବିମାନକୁ ଗୋଲ୍ଡେନ ଏରୋ ସ୍କ୍ୱାର୍ଡନରେ ସାମିଲ କରାଯିବ।
ଭାରତୀୟ ବାୟୁସେନାରେ ପୂର୍ବରୁ ୧୧ଟି ରାଫେଲ ଯୁଦ୍ଧ ବିମନା ସାମିଲ ହୋଇସାରିଛି। ଏବେ ଏହି ୩ ନୂଆ ରାଫେଲକୁ ମିଶାଇବା ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିବ।
ସେପଟେ କୋଭିଡ୍ ସତ୍ତ୍ୱେ ଠିକ୍ ସମୟରେ ଭାରତକୁ ହସ୍ତାନ୍ତର ହୋଇଛି ରାଫେଲ ଯୁଦ୍ଧ ବିମାନ। ଏମିତିକି ସମୟ ପୂର୍ବରୁ ସମସ୍ତ ରାଫେଲ ବିମାନ ଯୋଗାଇ ଦେବା ଆମ ପାଇଁ ଗୌରବର କଥା ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଏଲେନ୍।
ଇମାନୁଏଲ କହିଛନ୍ତି ଭାରତକୁ ଏବେ ସୁଦ୍ଧା ମୋଟ ୨୧ଟି ରାଫେଲ ବିମାନ ହସ୍ତାନ୍ତର କରାଯାଇ ସାରିଛି। ୧୧ଟି ବିମାନ ଜଳପଥରେ ଭାରତ ଆସଥିବା ବେଳେ ୩ଟି ବିମାନ ପୂର୍ବରୁ ପହଞ୍ଚିଛି । ସେପଟେ ଏପ୍ରିଲ ଶେଷ ସୁଦ୍ଧା ଆଉ ୫ଟି ଅତିରିକ୍ତ ରାଫେଲ ବିମାନ ଜଳପଥରେ ଭାରତ ଆସିବ ବୋଲି ଇମାନୁଏଲ ସୂଚନା ଦେଇଛନ୍ତି।
ସୂଚନା ଥାଉକି ଫ୍ରାନ୍ସରୁ ୩୬ ଟି ରାଫେଲ ଯୁଦ୍ଧ ବିମାନ ଆଣିବାକୁ ଭାରତ ସରକାର ୫୮ ହଜାର କୋଟି ଟଙ୍କାର ଏକ ଚୁକ୍ତିନାମା କରିଛନ୍ତି । ୨୦୨୧ ସୁଦ୍ଧା ଏହି ସମସ୍ତ ଯୁଦ୍ଧ ବିମାନ ଭାରତୀୟ ବାୟୁସେନା ନିକଟରେ ପହଂଚିବ ବୋଲି ଆଶା କରାଯାଉଛି ।
ଏହି ବିମାନର ସବୁଠାରୁ ବଡ ବୈଶିଷ୍ଟ୍ୟ ଯେ ସେ ଶତୃଦେଶର ସୀମାରେ ପ୍ରବେଶ ନକରି ୬ ଶହ କିଲୋମିଟର ଦୂରରୁ ଲକ୍ଷଭେଦ କରିପାରିବ। ଏହି ଯୁଦ୍ଧ ବିମାନରେ ବିନା ଲ୍ୟାଣ୍ଡିଂରେ ତୈଳ ଭରିବାର ଟେକ୍ନୋଲୋଜି ରହିଛି । ବିମାନ ଆକ୍ରମଣ କ୍ଷେତ୍ରରେ ବିଶ୍ୱରେ ଏହାକୁ ସର୍ବଶକ୍ତିମାନ ବୋଲି ବିବେଚନା କରାଯାଉଛି ।
The post ବଢ଼ିବ ଭାରତର ଶକ୍ତି, ଆଜି ଆସିବ ଆଉ ୩ ରାଫେଲ appeared first on Odisha Reporter.
from Odisha Reporter https://ift.tt/3fzhzWh
No comments:
Post a Comment