ସୋଶାଲ ମିଡିଆରେ ନିଆଁ ଲଗାଇଲେ ବାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 10, 2021

ସୋଶାଲ ମିଡିଆରେ ନିଆଁ ଲଗାଇଲେ ବାଣୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର। ସେ ନିଜ ଫିଗର ଫିଟନେସ ଏବଂ ଷ୍ଟାଇଲିସ ଲୁକ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସୁନ୍ଦର ବଡି ଫିଟନେସକୁ ଦେଖି ଯେକେହିବି ପାଗଳ ହୋଇଯାଏ। ବଲିଉଡ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକ ସମସ୍ତେ ତାଙ୍କ ଫିଟନେସର ଦିୱାନା। କେବଳ ସେତିକି ନୁହେଁ ତାଙ୍କ ଗ୍ଲାମରାସ ଲୁକ ମଧ୍ୟ ଲୋକଙ୍କୁ ମତୁଆଲା କରେ। ତେବେ ବାଣୀ କପୁର ସୋଶାଲ ମିଡିଆରେ ଏତେ ଆକ୍ଟିଭ ନଥିଲେ ମଧ୍ୟ ବେଳେ ବେଳେ ସେ ନିଜର କିଛି ଫଟୋ ଏବଂ ଭିଡିଓ ସେଆର କରନ୍ତି, ଯାହାକୁ ଦେଖି ଲୋକ ତାଙ୍କ ପ୍ରଶଂସା ନକରି ରହିପାରନ୍ତି ନାହିଁ।

ନିକଟରେ ବାଣୀ ତାଙ୍କ ଇନଷ୍ଟାଗ୍ରାମରେ ଏଭଳି ହିଁ ଏକ ଫଟୋ ସେଆର କରିଛନ୍ତି। ଯାହା ସୋଶାଲ ମିଡିଆରେ ନିଆଁ ଲଗାଇଦେଇଛି। ସେ ନିଜ ପ୍ରଶଂସକଙ୍କ ପାଇଁ ଏକ ଗ୍ଲାମରସ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ହଳଦିଆ ରଙ୍ଗର ଏକ କଟ୍‌ଆଉଟ୍ ଗାଉନ୍ ପିନ୍ଧି ପୋଜ ଦେଉଥିବା ଦେଖିବାକୁ ମିଳିଛି। ଫଟୋକୁ ସେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ନିଜ ଶରୀରରେ ଥିବା ସେଲ୍‌ସର କଳ୍ପନା କରନ୍ତୁ, ଆପଣଙ୍କ ଭିତରେ ଲକ୍ଷ ଲକ୍ଷ ତାରା ଚମକୁଛି…ତାକୁ ଚମକିବାକୁ ଦିଅନ୍ତୁ।’

ବାଣୀଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକ, ସମସ୍ତଙ୍କୁ ଏହି ଫଟୋ ବେଶ ପସନ୍ଦ ଆସୁଛି। ବି-ଟାଉନର ଷ୍ଟାରମାନେ ବାଣୀଙ୍କ ଏହି ଫଟୋରେ କମେଣ୍ଟ ମଧ୍ୟ କରିଛନ୍ତି।  ଅଭିନେତ୍ରର ଆଲିଆ ଭଟ୍ଟ, ବାଣୀଙ୍କ ଏହି ଫଟୋରେ ‘ବଡ଼ି’ ବୋଲି କମେଣ୍ଟ ଦେଇଛନ୍ତି। ସେହିପରି ଅଭିନେତ୍ରୀ ଡାଇନା ପେଣ୍ଟି ‘ଉଫ୍’ ବୋଲି ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ, ‘ସୁଦ୍ଧ ଦେଶୀ ରୋମାନ୍ସ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବେ ବାଣୀ କପୁରଙ୍କ ଆଗକୁ ଆହୁରି ୩ଟି ଫିଲ୍ମ ଆସିବାକୁ ଅଛି। ଫିଲ୍ମ ‘ବେଲ ବଟମ୍’ରେ ବାଣୀ କପୁର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଅପୋଜିଟରେ ନଜର ଆସିବେ। କେବଳ ସେତିକି ନୁହେଁ ତାଙ୍କୁ କରଣ ମଲହୋତ୍ରାଙ୍କ ନିର୍ଦ୍ଦେଶତି ଫିଲ୍ମ ‘ସମଶେରା’ରେ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ସେ ସଞ୍ଜୟ ଦତ୍ତ ଏବଂ ରଣବୀର କପୁରଙ୍କ ସହ ନଜର ଆସିବେ। ଏଥିସହ ଫିଲ୍ମ ‘ଚଣ୍ଡିଗଡ କରେ ଆସିକି’ରେ ମଧ୍ୟ ବାଣୀଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ। ଏଥିରେ ସେ ପ୍ରଥମ କରି ଆୟୁଷମାନ ଖୁରାନାଙ୍କ ସହ ସ୍କ୍ରିନ ସେଆର କରିବେ।

 

View this post on Instagram

 

A post shared by Vaani Kapoor (@_vaanikapoor_)

The post ସୋଶାଲ ମିଡିଆରେ ନିଆଁ ଲଗାଇଲେ ବାଣୀ appeared first on Odisha Reporter.



from Odisha Reporter https://ift.tt/3rDIKCe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages