ରାଜଧାନୀକୁ ଜଗି ରହିଛି ୩୪ ପ୍ଲାଟୁନ ଫୋର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 10, 2021

ରାଜଧାନୀକୁ ଜଗି ରହିଛି ୩୪ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ମହାଶିବରାତ୍ରୀଅ । ମହାଦେବଙ୍କ ଲାଗି ମହା ଆରାଧନା ପାଇଁ ଚଳଚଞ୍ଚଳର ରହିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ସମେତ ରାଜ୍ୟର ବିଭିନ୍ନ ଶୀବ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି। କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି ।

ଅନ୍ୟପକ୍ଷରେ ଶିବରାତ୍ରୀକୁ ନେଇ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ୩୪ ପ୍ଲାଟୁନ ଫୋର୍ସ ମୁତନୟ କରାଯାଇଛି।  ଜାଗର ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ସହରରେ ଆଡିଶନାଲ ଡିସିପି ଓ ଏସିପି ରାଙ୍କର ଶହେରୁ ଊର୍ଦ୍ଧ୍ୱ ଅଫିସର ମୁତୟନ ଅଛନ୍ତି । ଟ୍ରାଫିକ୍ ପାଇଁ କଟକଣା ହୋଇଛି, କିଛି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ଦର୍ଶନ ବେଳେ କୋଭିଡ୍ ଗାଇଡଲାଇନ ମାନିବାକୁ ଅପିଲ୍ କରିଛନ୍ତି  ଡିସିପି।

ସେପଟେ କୋଣାର୍କର ବାବା ବାଲିକପିଶ୍ୱର ପୀଠରେ କୋଭିଡ କଟକଣା ମଧ୍ୟରେ ଜାଗର ଯାତ୍ରା ଚାଲିଛି । ଭୋର ୩ଟାରୁ ମହାପ୍ରଭୁଙ୍କ ସ୍ନାନ ମାର୍ଜନା, ସୂଯର୍ୟପୂଜା ଓ ବଲ୍ଲଭ ପରେ ଭୋର ୪ଟାରୁ ଦର୍ଶନ ଆରମ୍ଭ ହୋଇଛି । କୋଭିଡ କଟକଣା ପାଇଁ ଚଳିତ ବର୍ଷ ଦୋକାନ ବଜାର, ମେଳା ମହୋତ୍ସ ବନ୍ଦ ରହିଛି। କେବଳ ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ଭିତରେ ଆସି ଠାକୁରଙ୍କୁ ଦର୍ଶନ କରୁଛନ୍ତି । ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବାବେଳେ ଏଥର ଶ୍ରଦ୍ଧାଳୁଙ୍କ ସଂଖ୍ୟା ଖୁବ୍ କମ୍ ରହିଛି। ଏଠାରେ ରାତି ୧ଟା ୩୦ରେ ମହାଦୀପ ଉଠିବ।

ସେହିପରି ଜାଗର ପାଇଁ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ପୀଠ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । କରୋନା କଟକଣା ସହ ବାବା ଭୋଳାନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।  ସେହିପରି ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ନିକଟ କୁଟୁଣୀପଦର ଠାରେ ଥିବା କୋଟି ଶିବଲିଙ୍ଗ ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

The post ରାଜଧାନୀକୁ ଜଗି ରହିଛି ୩୪ ପ୍ଲାଟୁନ ଫୋର୍ସ appeared first on Odisha Reporter.



from Odisha Reporter https://ift.tt/3t7Y76j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages