ୱାଶିଂଟନ: କୋଲୋମ୍ବିଆର ଜଣେ ଟିଭି ଆଙ୍କର ଅଳ୍ପକେ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଲାଇଭ ଶୋ’ ଚାଲିଥିବା ବେଳେ ଷ୍ଟୁଡିଓର କିଛି ବିରାଟ ଅଂଶ ଖୁବ ଜୋର୍ରେ ଆଙ୍କରଙ୍କ ଉପରେ ଖସିପଡ଼ିଥିଲା। ଏହା ଏତେ ଜୋର୍ରେ ପଡ଼ିଥିଲା ଖସି ଥିଲା ଯେ ଆଙ୍କର ଜଣଙ୍କ ସିଧା ତାଙ୍କ ସାମ୍ନା ଟେବୁଲରେ ମୁହଁ ମାଡ଼ି ହୋଇ ପଡ଼ି ଯାଇଥିଲେ।
ଏହା ଦେଖି ପ୍ୟାନେଲ୍ରେ ଥିବା ଆଉ ଜଣେ ଆଙ୍କର ସ୍ତବ୍ଧ ହୋଇଯାଇଥିଲେ ଓ ତୁରନ୍ତ ବ୍ରେକ୍ ନେଇଥିଲେ। ହେଲେ ସେତେବେଳେକୁ ଷ୍ଟୁଡିଓରେ ଘଟିଥିବା ଅଘଟଣ କ୍ୟାମେରାରେ କଏଦ ହୋଇସାରିଥିଲା। ଏବେ ଏହା ଭାଇରାଲ ହେବାରେ ଲାଗିଛି।
ESPN କୋଲୋମ୍ବିଆର ଆଙ୍କର କାର୍ଲୋସ ଓରଡୁଜ୍ ବୁଧବାର ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ୟାନେଲ ବିତର୍କରେ ବସିଥିଲେ। ତାଙ୍କ ସହ ଆଉ ୪ ଜଣ ସଦସ୍ୟ ମଧ୍ୟ ଏଥିରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଷ୍ଟିଡିଓର ଏକ ବିରାଟ ଅଂଶ ସିଧା ତାଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ତାଙ୍କ ମୁହଁ ଖୁବ ଜୋରରେ ସାମ୍ନାରେ ଥିବା ଡେସ୍କରେ ମାଡ଼ ହୋଇଥିଲା।
ସେ କିଛି ସମୟ ସେମିତି ମୁହଁ ମାଡ଼ି ହୋଇ ପଡ଼ି ରହିଥିଲେ। ତୁରନ୍ତ କ୍ୟାମେରା ଉକ୍ତ ଦୃଶ୍ୟକୁ କଟ୍ କରି ବତର୍କର ମୁଖ୍ୟ ଆଙ୍କରଙ୍କୁ ଫୋକସ କରିଥିଲା। ସେ ମଧ୍ୟ ଘଟଣାରେ ସ୍ତବ୍ଧ ହୋଇଯାଇଥିଲେ। କିଛି ନ ବୁଝି ପାରି ସେ ତୁରନ୍ତ ବ୍ରେକ୍ ନେଇଥିଲେ। ଘଟଣା ପରେ ତୁରନ୍ତ ଓରଡୁଜ୍ଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ପରୀକ୍ଷା କରାଯାଇଛି। କେବଳ ନାକରେ ସାମାନ୍ୟ ଆଘାତ ଲାଗିଛି ଓ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।
Shocking video. ESPN anchor crushed live on the air by falling set piece. Thankfully he was uninjured. pic.twitter.com/CeFxy8AksY
— Mike Sington (@MikeSington) March 10, 2021
ସେ ଟ୍ୱିଟ କରି କହିଛନ୍ତି, “ଯେଉଁମାନେ ଗତକାଲିର ଘଟଣା ପରେ ମୋ ପାଇଁ ଚିନ୍ତିତ ଥିଲେ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଭଗବାନଙ୍କ ଦୟାରୁ ସବୁ କିଛି ଠିକ ଠାକ ରହିଛି। କେବଳ ନାକରେ ସାମନ୍ୟ ଆଘାତ ଲାଗିଛି। ମେଡିକାଲ ଚେକ୍ଅପରୁ କୌଣସି ଅଂଶ ଭାଙ୍ଗି ନଥିବା ସ୍ପଷ୍ଟ ହୋଇଛି। ଶୁଭେଚ୍ଛା ଓ ଧନ୍ୟବା।”
ଘଟଣା ପରେ ଅନେକ ସ୍ପୋର୍ଟସ ଆଙ୍କର ଓ ସାମ୍ବାଦିକ ଟ୍ୱିଟ କରି ଓରଡୁଜଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।
The post ଲାଇଭ ଶୋ’ ବେଳେ ଭାଙ୍ଗିଲା ଷ୍ଟୁଡିଓ: ଡେସ୍କରେ ମୁହଁ ମାଡ଼ି ହୋଇ ପିଡ଼ିଲେ ଆଙ୍କର, ଭିଡିଓ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/3t8uRMJ
No comments:
Post a Comment