ନୂଆଦିଲ୍ଲୀ: ଦେହରେ ସାଧା ବସ୍ତ୍ର, ମୁହଁରେ ଶାନ୍ତ ସ୍ୱଭାବ। ଗଛ ମୂଳେ ବସିଛନ୍ତି ବୌଦ୍ଧ ଭିକ୍ଷୁ । କ୍ରିକେଟ ପିଚ୍ରେ ହେଲିକପ୍ଟର ସଟ୍ ମାରୁଥିବା ଟିମ ଇଣ୍ଡିଆର ପୂର୍ବତନ କୁଲ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଏବେ ସାଜିଛନ୍ତି ସନ୍ୟାସୀ। ଆଇପିଏଲ୍ ୨୦୨୧ ପୂର୍ବରୁ ତାଙ୍କର ଏହି ନୂଆ ଲୁକ୍ ସମସ୍ତଙ୍କୁ ଚକିତ କରିଦେଇଛି। ପୁରାପୁରି ନୂଆ ଗେଟ୍ଅପ୍ରେ ନଜର ଆସିଛନ୍ତି ମାହି।
ଚେନ୍ନାଇ ସୁପର କିଙ୍ଗସ କ୍ୟାପଟେନଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ, ଧୋନିଙ୍କ ଏହି ଫଟୋ ଏକ ବିଜ୍ଞାପନ ଶୁଟିଂ ବେଳର। ଏହି ଫଟୋକୁ ଷ୍ଟାର ସ୍ପୋର୍ଟସ୍ ତା’ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେଆର କରିଛି। ଫଟୋକୁ ସେଆର କରି ଲେଖାହୋଇଛି ଯେ, “ଧୋନିଙ୍କ ଏହି ନୂଆ ଲୁକ୍ ଦେଖି ଆମେ ସମସ୍ତେ ଚକିତ।” ଫଟୋରେ ଧୋନି ଲଣ୍ଡା ହୋଇଯାଇଥିବା ବେଳେ ମୁଣ୍ଡ ତଳକୁ କରି ବସିଛନ୍ତି ଏବଂ ବୌଦ୍ଧ ଭିକ୍ଷୁଙ୍କ ଭଳି ପୋଷାକ ପିନ୍ଧିଛନ୍ତି। ଧୋନିଙ୍କ ଏହି ଫଟୋକୁ ନେଇ ଅନେକ ମଜାଦାର ମିମ୍ସ୍ ତିଆରି ହେବା ସହ ଲୋକେ କମେଣ୍ଟ ମଧ୍ୟ କୁରଛନ୍ତି। ସମସ୍ତଙ୍କୁ ମାହିଙ୍କ ଏହି ଫଟୋ ବେଶ ପସନ୍ଦ ମଧ୍ୟ ଆସୁଛି।
ସୂଚନାଯୋଗ୍ୟ ଯେ, ୩୯ ବର୍ଷୀୟ ଧୋନି ନିଜ ମ୍ୟାଚ୍ ପ୍ରାକ୍ଟିସର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ସାଧାରଣ ଲୁକରେ ନଜର ଆସିଥିଲେ। ଚଳିତ ବର୍ଷ ଭାରତରେ ସବୁଠାରୁ ଧନୀ ଆଇପିଏଲ୍ ଟି -20 ଲିଗ୍ ଅନୁଷ୍ଠିତ ହେବ। ଗତ ବର୍ଷ ୟୁଏଇରେ କରୋନା ମହାମାରୀ ଯୋଗୁଁ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୪ ତମ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବ। ଚଳିତ ବର୍ଷ ଭାରତରେ ହିଁ ଆଇପିଏଲ୍ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।
ସେପଟରେ ଆଇପିଏଲ୍-୧୪ର ମ୍ୟାଚ୍ ତାଲିକା ମଧ୍ୟ ପ୍ରକାଶ ପାଇସାରିଛି। ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବ। ଏହି ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚ ମେ’ ୩୦ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।
After Paying Back All The Amrapali Money…https://t.co/SnY1hFAyTc pic.twitter.com/aW7UPGauyk
— Babu Bhaiya (@Shahrcasm) March 13, 2021
The post ବୌଦ୍ଧ ସନ୍ୟାସୀ ସାଜିଲେ ଧୋନି! appeared first on Odisha Reporter.
from Odisha Reporter https://ift.tt/3cqy4Ri
No comments:
Post a Comment