ଏସ୍‌ସିବି ଆଞ୍ଚଳିକ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 13, 2021

ଏସ୍‌ସିବି ଆଞ୍ଚଳିକ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାର ଆଞ୍ଚଳିକ ନିଦାନ କେନ୍ଦ୍ରର ସିଟି ସ୍କାନ ରୁମ୍‌ରେ ଘଟିଛି ଅଗ୍ନିକାଣ୍ଡ। ତେବେ ନିଆଁକୁ ଆୟତ୍ତ କରି ଦିଆଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

କାଜୁଆଲିଟି ସାମ୍ନାରେ ଥିବା ସିଟି ସ୍କାନ୍ ଗୃହରେ ଶର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁ ଏହି ଗୃହରେ ଥିବା ଏସି, ଆସବାବପତ୍ର, କମ୍ପ୍ୟୁଟର ଓ କାଗଜପତ୍ର ପୋଡ଼ି ଯାଇଛି।

ଆଜି ସକାଳେ କର୍ମଚାରୀମାନେ ସିଟି ସ୍କାନ ଗୃହ ଖୋଲିବା ପରେ ସେଥିରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିକାଣ୍ଡ ଯୋଗୁ ଆଞ୍ଚଳିକ ନିଦାନ କେନ୍ଦ୍ରରେ ସିଟି ସ୍କାନ ବନ୍ଦ ରହିଛି।

ନିଆଁ ଲାଗି ସିଟି ସ୍କାନ୍ ଗୃହର ଏସି ପୋଡ଼ିଯାଇଛି।

ସୂଚନାଯୋଗ୍ୟ, ଗତକାଲି କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ ଘଟିଥିଲା। ବିଦ୍ୟୁତ୍ ଶର୍ଟ ସର୍କିଟ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ନିଆଁ ଲାଗିବାକ୍ଷଣି ଏହାକୁ ଆୟତ୍ତ କରି ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ଶିଶୁ ଭବନର ବିଦ୍ୟୁତ୍ ସେବା ସାମୟିକ ଭାବେ ବିଚ୍ଛିନ୍ନ ହୋଇଥିଲା।

ଏହା ପୂର୍ବରୁ ୨୦୧୫ରେ ବିଦ୍ୟୁତ୍ ଶର୍ଟ ସର୍କିଟ୍‌ ଯୋଗୁ ଶିଶୁ ଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ନିଆଁ ଲାଗିଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ନଷ୍ଟ ହୋଇଯାଇଥିଲା।

The post ଏସ୍‌ସିବି ଆଞ୍ଚଳିକ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ appeared first on Odisha Reporter.



from Odisha Reporter https://ift.tt/2Q3X895

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages