କିସିଂ ସିନ୍‌କୁ କାହିଁକି ନା କହିଲେ `ସିରିଏଲ୍‌ କିସର୍‌’ ଇମ୍ରାନ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

କିସିଂ ସିନ୍‌କୁ କାହିଁକି ନା କହିଲେ `ସିରିଏଲ୍‌ କିସର୍‌’ ଇମ୍ରାନ୍‌?

ମୁମ୍ବାଇ: ଆଉ କରିବେନି କିସିଂ ସିନ୍‌। କିସିଂ ସିନ୍‌କୁ ନା’ କହିଛନ୍ତି ସିରିଏଲ୍‌ କିସର ଅଭିନେତା ଇମ୍ରାନ୍‌ ହାସମୀ। `ସରିଏଲ୍‌ କିସର୍‌’ର ଟ୍ୟାଗ୍‌ ଲାଇନ୍‌ ଲାଗିଥିବା ଅଭିନେତା ଇମ୍ରାନ ହାସମୀ ବଲିଉଡର ଟ୍ରେଣ୍ଡ ସେଟର୍‌ ରୂପେ ବେଶ୍‌ ଜଣାଶୁଣା। ଇମ୍ରାନ୍‌ଙ୍କ ସବୁ ଫିଲ୍ମରେ କିସିଂ ସିନ୍‌ ରହିଥାଏ। ପ୍ରଶଂସକମାନେ ମଧ୍ୟ ତାଙ୍କର ଫିଲ୍ମ ଦେଖିବା ପାଇଁ ଅପେକ୍ଷା କରି ବସିଥା’ନ୍ତି। କିନ୍ତୁ ଏବେ କିସିଂ ସିନ୍‌ ଦେବାକୁ ହଠାତ୍‌ ମନା କରି ଦେଇଛନ୍ତି ବଲିଉଡର ସିରିଏଲ କିସର୍‌।

ଇମ୍ରାନ ହାସମୀଙ୍କ ଆଜି ହେଉଛି ଜନ୍ମଦିନ। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବକ ଇମ୍ରାନ କହିଛନ୍ତି, ଫିଲ୍ମରେ ଏବେ ଆଉ କିସିଂ ସିନ୍‌ର କୌଣସି ମହତ୍ତ୍ୱ ନାହିଁ। ଧୀରେ ଧୀରେ ଏହାର ଭେଲ୍ୟୁ କମିବାକୁ ଲାଗିଲାଣି। କିଛି ବର୍ଷ ତଳେ ଲୋକେ କିସିଂ ସିନ୍‌କୁ ନେଇ ବିରୋଧ କରୁଥିଲେ, ଇଣ୍ଡଷ୍ଟ୍ରିରେ ମଧ୍ୟ ସମାନ ସ୍ଥିତି ରହିଥିଲା, କିନ୍ତୁ ଏବେ ଏହା ଏକ ସାଧାରଣ କଥା। ସେ ଆହୁରି କହିଛନ୍ତି, ତାଙ୍କ ଫିଲ୍ମର କଣ୍ଟେଟ ଭଲ ଥିଲେ ମଧ୍ୟ କେବଳ ପପୁଲାରିଟି କିସିଂ ସିନ୍‌କୁ ନେଇ ବଢ଼ୁଛି। ଯାହା ତାଙ୍କୁ ଭଲ ଲାଗୁନଥିବା ସେ କହିଛନ୍ତି।

ଇମ୍ରାନ ୨୦୦୨ ମସିହାରେ `ରାଜ’ ଫିଲ୍ମରୁ ସହକାରୀ ନିର୍ଦ୍ଦେଶକ ରୂପେ କାମ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ୨୦୦୩ରେ ସେ `ଫୁଟପାଥ’ ଚଳଚ୍ଚିତ୍ରରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ମର୍ଡର, ଜହର, ଆଶିକ୍ ବନାୟା ଆପେନ୍, ଚକୋଲେଟ୍, କଲୟୁଗ୍‌, ଗ୍ୟାଙ୍ଗଷ୍ଟର, ଅକ୍ସର, ଗୁଡ୍ ବୟ ବେଡ୍ ବୟ, ଆୱାରାପନ୍, ଦି ଟ୍ରେନ୍, ରାଜ, ଜନ୍ନାତ୍‌, କ୍ରୁକ୍, ୱାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ, ମର୍ଡର, ମର୍ଡର-୨, ଜନ୍ନତ-୨ ଏବଂ ଦ ଡାର୍ଟି ପିକ୍‌ଚର ଭଳି ଅନେକ ଫିଲ୍ମରେ କାମ କରି ବି-ଟାଉନ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ତେବେ ଏହି ସବୁ ଫିଲ୍ମରେ କିସିଂ ସିନ୍‌ ଦେଇ ପପୁଲାରିଟି ହାସଲ କରିଥିବା ଇମ୍ରାନ୍‌ ଏବେ କିନ୍ତୁ ଧୀରେ ଧୀରେ ଇଣ୍ଟିମେଟ୍‌ ଓ କିସିଂ ସିନ୍‌ ଦେବା ବନ୍ଦ କରିଦେଇଛନ୍ତି। ଏସବୁ ସତ୍ତ୍ୱେ ମଧ୍ୟ ଆଜି ବି ତାଙ୍କ ମୁଣ୍ଡରୁ ସିରିଏଲ୍‌ କିସର୍‌ର ଟ୍ୟାଗ୍‌ ଲାଇନ୍‌ ପୁରାପୁରି ହଟିନି।

The post କିସିଂ ସିନ୍‌କୁ କାହିଁକି ନା କହିଲେ `ସିରିଏଲ୍‌ କିସର୍‌’ ଇମ୍ରାନ୍‌? appeared first on Odisha Reporter.



from Odisha Reporter https://ift.tt/3vUafKt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages