ପ୍ରଥମେ ବ୍ୟାଟିଂ କରିବ ଭାରତ, ଓପନ୍ କରିବେ ରୋହିତ-ଧୱନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ପ୍ରଥମେ ବ୍ୟାଟିଂ କରିବ ଭାରତ, ଓପନ୍ କରିବେ ରୋହିତ-ଧୱନ୍

ପୁଣେ: ଟି-୨୦ ସିରିଜ୍ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ପୁଣେର ଏମସିଏ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳର କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ।

ମ୍ୟାଚରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ରୋହିତ୍ ଶର୍ମାଙ୍କ ସହ ଶିଖର ଧୱନ୍ ଓପନ୍ କରିବେ। ସେହିପରି ତୃତୀୟ ସ୍ଥାନରେ ଖୋଦ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟର୍ ବ୍ୟାଟିଂ କରିବେ। ଲୋକେଶ ରାହୁଲ ୱିକେଟକିପର ବ୍ୟାଟ୍ସମ୍ୟାନ୍ ତୁଲାଇବେ। ଭାରତୀୟ ଦଳରେ ଦୁଇଜଣ ଅଲରାଉଣ୍ଡର ଭାବେ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କୃନାଲ)ଙ୍କୁ ସାମିଲ୍ କରାଯାଇଛି। କୃନାଲ୍ ଦିନିକିଆ ପଦାର୍ପଣ କରିଛନ୍ତି।

ସେହିପରି ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଶାର୍ଦ୍ଦୁଲ ଓ ଭୁବନେଶ୍ୱର କୁମାରଙ୍କୁ ସୁଯୋଗ ମିଳିଥିବା ବେଳେ କୁଲଦୀପ ଯାଦବଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ଇଂଲଣ୍ଡ ଦଳରେ ଦୁଇଜଣ ସ୍ପିନରଙ୍କୁ ସାମିଲ୍ କରାଯାଇଛି। ମୋଇନ୍ ଅଲୀ ଓ ଆଦିଲ୍ ରଶିଦ୍ ସ୍ପିନର ଭୂମିକା ତୁଲାଇବେ। ସେହିପରି ଜେସନ୍ ରୟଙ୍କ ସହ ଜନ୍ନି ବେୟାରଷ୍ଟୋ ସହ ଓପନ୍ କରିବେ।

ଭାରତ ଏକାଦଶ: ରୋହିତ୍ ଶର୍ମା, ଶିଖର ଧୱନ୍, ବିରାଟ୍ କୋହଲି (କ୍ୟାପଟେନ୍), ଶ୍ରେୟସ ଆୟର୍, ଲୋକେଶ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା।

ଇଂଲଣ୍ଡ ଏକାଦଶ: ଜେସନ୍ ରୟ, ଜନ୍ନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଇଆନ୍ ମୋର୍ଗାନ୍ (କ୍ୟାପଟେନ୍) ଜୋସ୍ ବଟଲର୍, ସାମ୍ ବିଲିଙ୍ଗସ୍, ମୋଇନ୍ ଅଲୀ, ସାମ୍ କୁରାନ୍, ଟମ୍ କୁରାନ୍, ଆଦିଲ୍ ରଶିଦ୍, ମାର୍କ ଉଡ୍।

The post ପ୍ରଥମେ ବ୍ୟାଟିଂ କରିବ ଭାରତ, ଓପନ୍ କରିବେ ରୋହିତ-ଧୱନ୍ appeared first on Odisha Reporter.



from Odisha Reporter https://ift.tt/3tMAWil

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages