ମୁମ୍ବାଇ: ପ୍ରଥମେ ଅଭିନେତ୍ରୀ, ତା’ପରେ ରାଜନୀତି। ଅଭିନୟ ଜଗତରୁ ସଂଘର୍ଷ କରି ପୁରୁଷ ପ୍ରଧାନ ରାଜନୀତି କ୍ଷେତ୍ରରେ ଜଣେ ମହିଳା କିଭଳି ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଉଛନ୍ତି ଏବଂ ଲୋକଙ୍କ ପାଇଁ ପାଲଟିଯାଉଛନ୍ତି `ଅମ୍ମା’। ଏସମସ୍ତ ଘଟଣାର ଝଲକ୍ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ବହୁପ୍ରତିକ୍ଷୀତ ଫିଲ୍ମ `ଥିଲାଇଭି’ର ଟ୍ରେଲରରେ।
ଟ୍ରେଲରର ପ୍ରାରମ୍ଭରେ ଜୟଲଳିତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ ହୋଇଛି। ଏହାପରେ ଆସୁଛି ଜୟଲଳିତାଙ୍କ ରାଜନୀତି କ୍ୟାରିଅର । ପୁରୁଷ ପ୍ରଧାନ ସମାଜରେ ଜୟଲଳିତା ମା’ ତଥା `ଅମ୍ମା’ ନିଜର ଏକ ଭିନ୍ନ ପରିଚିୟ ସୃଷ୍ଟି କରୁଛନ୍ତି। ଏସମସ୍ତ କାହାଣୀର ଝଲକ ରହିଛି।
ବଲିଉଡ କୁଇନ୍ କଙ୍ଗନା ରଣାୱତଙ୍କ ତାଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଟ୍ରଲରରେ କଙ୍ଗନାଙ୍କୁ ତାମିଲନାଡୁର ପୁର୍ବତନ ମୁଖ୍ୟମନ୍ତ୍ରୀ ଜଳଲଳିତାଙ୍କ ଗେଟ୍ଅପ୍ରେ ଦେଖିବାକୁ ମିଳିଛି। ଏଥିସହ ତାଙ୍କର ଦମ୍ଦାର ଅଭିନୟ ଦେଖିବାକୁ ମିଳିଛି। ଟ୍ରେଲରରେ କେବଳ କଙ୍ଗନାଙ୍କ ଅଭିୟନ ନୁହଁ ତାଙ୍କ ଦମଦାର ଡାଏଲଗ ରହିଛି। ଯାହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ଟ୍ରେଲର ରିଲିଜ ପୂର୍ବରୁ କଙ୍ଗନା ଗତକାଲି ଫିଲ୍ମର କିଛି ଫଟୋ ଶେଆର କରିଥିଲେ, ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।
ନିର୍ଦ୍ଦେଶକ ଏଏଲ୍ ବିଜୟଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ `ଥଲାଇଭି’ ପ୍ରସିଦ୍ଧ ଅଭିନେତ୍ରୀ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଜୟଲଳିତାଙ୍କ ସଂଘର୍ଷଠାରୁ ଆରମ୍ଭ କରି ସଫଳତ ଯାଏଁ ଏବଂ ପ୍ରଭାଶାଳୀ ରଜନେତା ହେବା ଯାଏଁ ସବୁ କିଛି ଏହି ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମର ଲିଡ୍ ରୋଲରେ ଅଭିନେତ୍ରୀ କଙ୍ଗନା ରଣାୱତ ଅଛନ୍ତି। ଆସନ୍ତା ଏପ୍ରିଲ ୨୩ ତାରିଖରେ ଫିଲ୍ମଟି ପରଦାକୁ ଆସିବ।
The post କଙ୍ଗନା କହିଲେ- `ମହାଭାରତର ଅନ୍ୟ ନାମ ଜୟା’ appeared first on Odisha Reporter.
from Odisha Reporter https://ift.tt/31c5yO1
No comments:
Post a Comment