ସଂକ୍ରମଣ ଯୋଗୁ ୧୬ଟି ସ୍ଥାନ ମାର୍ଚ୍ଚ ୩୧ ଯାଏ ଲକଡାଉନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

ସଂକ୍ରମଣ ଯୋଗୁ ୧୬ଟି ସ୍ଥାନ ମାର୍ଚ୍ଚ ୩୧ ଯାଏ ଲକଡାଉନ

ମୁମ୍ବାଇ: ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ିଛନ୍ତି। ମୁମ୍ବାଇ ଠାରୁ ଥାନେ ଓ ବିର୍ଦ୍ଦଭର ଏକାଧିକ ସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟରେ ରଖି ଥାନେ ପ୍ରଶାସନ ସଂକ୍ରମଣ ଅଧିକ ଥିବା ଜିଲ୍ଲାର ୧୬ଟି ସ୍ଥାନରେ ଆଜିଠାରୁ ଲକଡାଉନ ଲାଗୁ କରିଛି। ମାର୍ଚ୍ଚ ୯ରୁ ମାର୍ଚ୍ଚ ୩୧ ଯାଏ କଡ଼ାକଡ଼ି ଭାବେ ୧୬ଟି ଯାକ କରୋନା ହଟସ୍ପଟରେ ଏହା ପାଳନ କରାଯିବ ବୋଲି ମ୍ୟୁନସିପାଲ କମିଶନର ଡ ବିପନ ଶର୍ମା କହିଛନ୍ତି।

କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ସ୍ଥିତି ଅକ୍ଟୋବର ମାସରୁ ସୁଧୁରିବା ଆରମ୍ଭ କରିଥିଲା। ହେଲେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ରାଜ୍ୟରେ ଜାନୁଆରୀ ମାସଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଥାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ୩ଟି ସର୍କଲର ୧୬ଟି ଅଞ୍ଚଳକୁ ହଟସ୍ପଟ ତାଲିକାରେ ସାମିଲ କରାଯାଇଛି। ଏଠାରେ ଲକଡାଉନ ଲାଗୁ କରାଯାଇଥିବାରୁ ଲୋକଙ୍କ ଭିଡ଼ ଜମିବ ନାହିଁ। ସେହିପରି ଦରକାର ନଥିଲେ ଲୋକେ ଘରୁ ବାହାରିବେ ନାହିଁ। ସେହିପରି ପ୍ରଶାସନର ଅନୁମତିକ୍ରମେ ହିଁ ଦୋକାନ ବଜାର ଖୋଲିବ। ଏହି ସବୁ ଅଞ୍ଚଳରେ ଟେଷ୍ଟିଂ ଓ ଟ୍ରେସିଂ କାମକୁ ଜୋରଦାର କରାଯି ବୋଲି କମିଶନର କହିଛନ୍ତି।

The post ସଂକ୍ରମଣ ଯୋଗୁ ୧୬ଟି ସ୍ଥାନ ମାର୍ଚ୍ଚ ୩୧ ଯାଏ ଲକଡାଉନ appeared first on Odisha Reporter.



from Odisha Reporter https://ift.tt/3etVqrw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages