ମୁମ୍ବାଇ: ମହିଳାମାନେ ଚିରା ଓ ଫଟା ଜିନ୍ସ ପିନ୍ଧୁଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଥିବା ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତଙ୍କୁ କଡ଼ା ଜବାବ ଦେଇଛନ୍ତି ବିଗ ବି’ ଅମିତାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା। ମହିଳାମାନେ ଚିରା ଓ ଫଟା ଜିନ୍ସ ପିନ୍ଧି ସମାଜକୁ କି ପ୍ରକାରର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ଶ୍ରୀ ରାୱତ ପ୍ରଶ୍ନ କରିଥିଲେ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଥମେ ନିଜର ମାନସିକତାକୁ ବଦଳାଇବା ଦରକାର ବୋଲି ନଭ୍ୟା କହିଛନ୍ତି।
ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଛନ୍ତି, “ଆମ ପୋଷାକ ବଦଳାଇବା ପୂର୍ବରୁ ପ୍ରଥମେ ନିଜର ମାନସିକତାରେ ପରବର୍ତ୍ତନ କରନ୍ତୁ। କାରଣ ଏଠାରେ ସାମଜକୁ ଯେଉଁଭଳି ବାର୍ତ୍ତା ଦିଆଯାଉଛି, ତା’ହା ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଷ୍ଟ”
ସେ ନିଜେ ଆଣ୍ଠୁ ପାଖରୁ ଚିରି ଯାଇଥିବା ଜିନ୍ସ ପିନ୍ଧି ଗୋଟିଏ ଫଟୋ ମଧ୍ୟ ଶେଆର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ମୁଁ ମୋର ରିପ୍ଡ ଜିନ୍ସ ପିନ୍ଧିବି। ଧନ୍ୟବାଦ। ମୁଁ ଏହାକୁ ଗର୍ବର ସହ ପରିଧାନ କରିବି।”
କେବଳ ନଭ୍ୟା ନୁହନ୍ତି, ବଲିଉଡର ଅନେକ ଫିଲ୍ମ ନିର୍ମାତା ଓ ସେଲେବ୍ରିଟ ମଧ୍ୟ ତିରଥ ସିଂହ ରାୱତଙ୍କ ଏହି ବୟାନକୁ ବିରୋଧ କରିଥିଲେ। ସୂଚନାଯୋଗ୍ୟ, ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ନୂଆ କରି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିବା ତିରଥ ସିଂହ ରାୱତ କହିଥିଲେ ଯେ ପାଶ୍ଚାତ୍ୟ ଦେଶଗୁଡ଼ିକ ଆମକୁ ଅନୁସରଣ କରୁଥିବା ବେଳେ ଆମେ ଆଣ୍ଠୁ ଦେଖାଇ ଜିନ୍ସ ପିନ୍ଧି ସେମାନଙ୍କୁ ଅନୁସରଣ କରି ନିଜକୁ ଧନୀ ବୋଲି ଦେଖାଇ ହେଉଛେ।
ମହିଳାମାନେ ମଧ୍ୟ ଏବେ ଚିରା ଜିନ୍ସ ପିନ୍ଧୁଛନ୍ତି। ଏପରି କରି ସେମାନେ ସମାଜ ଓ ନିଜ ପିଲାମାନଙ୍କୁ କି ପ୍ରକାରର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।
The post ଚିରା ଜିନ୍ସ ପ୍ରସଙ୍ଗ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ବିଗ’ ବିଙ୍କ ନାତୁଣୀ appeared first on Odisha Reporter.
from Odisha Reporter https://ift.tt/3vwmTzb
No comments:
Post a Comment