ଧରାପଡ଼ିଲା ସାଇବର ଲୁଟେରା, ୩୫ ଲକ୍ଷର ଲୋଭ ଦେଖାଇ ଲୁଟି ନେଇଥିଲା ୧.୬୯ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ଧରାପଡ଼ିଲା ସାଇବର ଲୁଟେରା, ୩୫ ଲକ୍ଷର ଲୋଭ ଦେଖାଇ ଲୁଟି ନେଇଥିଲା ୧.୬୯ ଲକ୍ଷ

ଝାରସୁଗୁଡ଼ା(ଭାଗିରଥୀ ସାହୁ): କୌନ ବନେଗା କରୋଡପତିରେ ୩୫ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କହି। ଝାରସୁଗୁଡା ଜିଲ୍ଲା ବେଲପାହାଡ  ଗାନ୍ଧିନଗର ଅଞ୍ଚଳର ଜଣେ ଯୁବତୀଙ୍କ ଆକାଉଣ୍ଟରେ କଳାକନା ବୁଲାଇ ଦେଇଥିବା ସାଇବର ଲୁଟେରାକୁ ବାନ୍ଧିଛି ପୁଲିସ୍‌। ୩୫ ଲକ୍ଷର ଲୋଭ ଦେଖାଇ ଲୁଟି ନେଇଥିଲେ ୧ଲକ୍ଷ ୬୯ ହଜାର ଟଙ୍କା। ଶେଷରେ ପ୍ରାୟ ମାସେ ପରେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କର ତଦନ୍ତ କରି ଝାରସୁଗୁଡ଼ା ପୁଲିସ୍‌ର ଏକ ଟିମ୍‌ ନେପାଳ ସୀମାରୁ ଅଭିଯୁକ୍ତକୁ ବାନ୍ଧିଛି ।  ଗିରଫ ଅଭିଯୁକ୍ତ ହେଉଛନ୍ତି ବିହାରର ନିରଜ କୁମାର ।

ନେପାଳ ସୀମାରୁ ନିରଜ କୁମାରଙ୍କୁ କାବୁ କରି ଟ୍ରାନଜିଟ୍‌ ରିମାଣ୍ଡରେ ଆଣିଛି ଝାରସୁଗୁଡ଼ା ପୁଲିସ୍‌ । ଅଭିଯୁକ୍ତ ନିକଟରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଠାବ ହୋଇଛି ।  ନିରଜ ଏକାଧିକ ସାଇବର ଲୁଟରେ ସଂପୃକ୍ତ ଥିବା ଜଣାପଡ଼ିଛି । ସେ ପାଖାପାଖି ୩ କୋଟିରୁ ଅଧିକ ଠକେଇ କରିଥିବା ପୁଲିସ୍‌ ସୂଚନା ପାଇଛି । ନିରଜକୁ ଝାରସୁଗୁଡ଼ା ଆଣିବା ପରେ ତା ସହ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ଼ କରାଯିବ ବୋଲି ପୁଲିସ୍‌ କହିଛି ।

ସୂଚନା ଅନୁଯାୟୀ, ଗତ ୨୩ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ଗାନ୍ଧୀନଗରର ଶକ୍ତି ଛତରଙ୍କ ଝିଅ ନିତା ଛତରଙ୍କ ନିକଟକୁ ଏକ କଲ୍‌  ଆସିଥିଲା। ଅପରପାର୍ଶ୍ୱରୁ ବ୍ୟକ୍ତିଜଣକ  ଆପଣ ‘କୋନ ବନେଗା କରୋଡପତି’ରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କହିଥିଲେ । ଏହାପରେ ୨୪ ତାରିଖରେ ପୁଣି ସେହି ବ୍ୟକ୍ତି ଜଣକ ଫୋନ କରି ସରକାରୀ ଟ୍ୟାକ୍ସ ବାବଦକୁ  ଏକ ଆକାଉଣ୍ଟରେ ୧୮ହଜାର ୨ଶହ ଟଙ୍କା  ଜମା କରିବା ପାଇଁ କହିଥିଲା ।ଏହାପରେ ବିଭିନ୍ନ କିସ୍ତିରେ ୩୫ହଜାର, ୩୧ ହଜାର, ୫ହଜାର ଟଙ୍କା ପଠାଇବା ପାଇଁ କହିଥିଲେ ।

ଏପରି ଭାବେ ନିତା ୧ଲକ୍ଷ ୬୯ ହଜାର ଟଙ୍କା ଦେବା ପରେ ମଧ୍ୟ କିଛି ଟଙ୍କା ପାଇ ନ ଥିଲେ। ଏପରିକି ଆଉ ୪୦ ହଜାର ଟଙ୍କା ଜମା କଲେ ଲଟେରୀ ପଇସା ଦିଆଯିବ ବୋଲି ବାହାନା କରିଥିଲେ ଲୁଟେରା । କିନ୍ତୁ ନିତା ଠକେଇର ଶିକାର ହୋଇଥିବା ଜାଣି ପାରି ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ । ବେଲପାହାଡ ପୁଲିସ୍‌ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ କରୁଛି । ପୁଲିସ୍‌ ବ୍ୟାଙ୍କ ଆକାଉଣ୍ଟ ଲିଙ୍କର ତଦନ୍ତ କରି ଅଭିଯୁକ୍ତକୁ ଧରିଛି ।

The post ଧରାପଡ଼ିଲା ସାଇବର ଲୁଟେରା, ୩୫ ଲକ୍ଷର ଲୋଭ ଦେଖାଇ ଲୁଟି ନେଇଥିଲା ୧.୬୯ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/2P8uUK0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages