ଟିଆରପି ସ୍କାମ: ୩ ଟିଭି ଚ୍ୟାନେଲର ୩୨ କୋଟି ସମ୍ପତ୍ତି ଜବତ କଲା ଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ଟିଆରପି ସ୍କାମ: ୩ ଟିଭି ଚ୍ୟାନେଲର ୩୨ କୋଟି ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ: ଟେଲିଭିଜନ ରେଟିଂ ପଏଣ୍ଟ(ଟିଆରପି) ସ୍କାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୩ଟି ଟିଭି ଚ୍ୟାନେଲର ୩୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଏହି ଘଟଣାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଜବତ ସମ୍ପତ୍ତି ଫକଟ ମରାଠୀ, ବକ୍ସ ସିନେମା ଓ ମହା ମୁଭି ନାମକ ୩ଟି ଟିଭି ଚ୍ୟାନେଲ ନାଁରେ ରହିଥିଲା।

ଏହି ୩ ଚ୍ୟାନେଲ ନାଁରେ ଦିଲ୍ଲୀ, ମୁମ୍ବାଇ, ଇନ୍ଦୋର ଓ ଗୁରୁଗ୍ରାମରେ ଥିବା ଜମି, ବ୍ୟବସାୟିକ ଏବଂ ଆବସିକ ୟୁନିଟକୁ ମଧ୍ୟ ଇଡି ଜବତ କରିଛି। ଏହାବାଦ୍‌ ଚ୍ୟାନେଲ ଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟକୁ ବି ଫ୍ରିଜ୍‌ କରାଯାଇଛି। ସମ୍ଭବତଃ ଇଡି ଆସନ୍ତା ସପ୍ତାହରେ ଏହି ମାମଲାରେ ଚାର୍ଜଶିଟ୍‌ ଦାଖଲ କରିବ। ଏହି ସମୟରେ ଟିଆରପି ସ୍କାମର ତଦନ୍ତରେ ସାମିଲ ହୋଇଥିବା ଅନ୍ୟ ଚ୍ୟାନେଲ ଗୁଡ଼ିକ ନାଁକୁ ମଧ୍ୟ ଯୋଡ଼ିବ।

ଇଡି କହିଛି ଯେ ଫେକ୍‌ ଟିଆରପି ଜରିଆରେ ଏହି ୩ ଚ୍ୟାନେଲ କିଛି ବର୍ଷ ଧରି ବିଜ୍ଞାପନରୁ ୪୬ କୋଟି ଟଙ୍କା ଆଦାୟ କରିଛନ୍ତି। ବକ୍ସ ସିନେମା ଓ ମହା ମୁଭି ବାରୋମିଟର ଲାଗିଥିବା ମୁମ୍ବାଇର ୫ଟି ଘରକୁ ବ୍ୟବହାର କରି ଅଧିକ ୨୫% ଟିଆରପି ହାସଲ କରିଥିଲେ। ସେହିପରି ଫକତ ମରାଠୀ ସମାନ ସଂଖ୍ୟକ ଘରକୁ ବ୍ୟବହାର କରି ନିଜର ପ୍ରକୃତ ଟିଆରପି ତୁଳନାରେ ଅଧିକ ୧୨% ପ୍ରଦର୍ଶନ କରିଥିଲା।

ଜଣେ ଅଧିକାରୀ କହିଛନ୍ତି, ଏହି ଘରର ସଦସ୍ୟଙ୍କୁ ପ୍ରଲୋଭିତ କରାଯାଇ ସବୁବେଳେ ନିର୍ଦ୍ଦିଷ୍ଟ ଚ୍ୟାନେଲ ଲଗାଇ ରଖିବାକୁ କୁହାଯାଉଥିଲା। ଗୋଟିଏ ଚ୍ୟାନେଲକୁ କେତେ ସମୟ ଲୋକମାନେ ଦେଖୁଛନ୍ତି, ତା’ ଆଧାରରେ ଟିଆରପି ପ୍ରସ୍ତୁତ ହୋଇଥାଏ।

ଏହାପୂର୍ବରୁ ଟିଆରପି ସ୍କାମ ମାମଲାରେ ଇଡି ଇଣ୍ଡିଆ ଟୁଡେ ଗ୍ରୁପ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରିଥିଲା।

ଟିଆରପି ସ୍କାମରେ ମୁମ୍ବାଇ ପୁଲିସ୍‌ ଏଫଆଇଆର କରିଥିଲା। ଏଥିରେ ମନି ଲଣ୍ଡରିଂର ଅଭିଯୋଗ ରହିଥିଲା। ଏହାକୁ ଆଧାର କରି ଇଡି ଘଟଣାର ତଦନ୍ତ କରିଥିଲା। ପୁଲିସ୍‌ ମଧ୍ୟ ଘଟଣାରେ ଚାର୍ଜଶିଟ୍‌ ଦାଖଲ କରି ଅଧିକ ତଦନ୍ତ କରୁଛି। ଟିଆରପି ଦୁର୍ନୀତିରେ ୬ଟି ଚ୍ୟାନେଲ-ରିପବ୍ଲିକ ଟିଭି, ଫକତ ମରାଠୀ, ବକ୍ସ ସିନେମା, ନ୍ୟୁଜ ନେଶନ, ମହା ମୁଭି ଓ ୱ ମ୍ୟୁଜିକ ଚ୍ୟାନେଲ ସାମିଲ ରହିଥିବା ମୁମ୍ବାଇ ପୁଲିସ୍‌ କହିଥିଲା।

The post ଟିଆରପି ସ୍କାମ: ୩ ଟିଭି ଚ୍ୟାନେଲର ୩୨ କୋଟି ସମ୍ପତ୍ତି ଜବତ କଲା ଇଡି appeared first on Odisha Reporter.



from Odisha Reporter https://ift.tt/3tu9i9G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages