ନୂଆଦିଲ୍ଲୀ: ସୋମବାର ନ୍ୟାଶନାଲ ଇନଭେଷ୍ଟିଗେସନ ଟିମ୍ (ଏନଆଇଏ) ଦେଶର ବିଭିନ୍ନ ସ୍ଥାନରେ ରେଡ୍ କରିଛି। ଆତଙ୍କୀ ସଂଗଠନ ଆଇଏସଆଇଏସ ଲିଙ୍କରେ ଏହି ରେଡ୍ କରିଛି ଏନଆଇଏ। ଦିଲ୍ଲୀ, କେରଳ, କର୍ଣ୍ଣାଟକର ୧୦ଟି ସ୍ଥାନରେ ରେଡ୍ କରିଛି ଏହି ତଦନ୍ତକାରୀ ସଂସ୍ଥା।
୬-୭ ଲୋକଙ୍କର ଗତିବିଧି ଆଇଏସଆଇଏସ ସହ ଥିବା ନେଇ ଏନଆଇଏ ଜାଣିବାକୁ ପାଇଥିଲା। ଏହାପରେ ଏନଆଇଏ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲା। ଏବେ ଏନଆଇଏ ଏକ ମାମଲା ରୁଜୁ କରିଛି। ଆଉ ମାମଲା ରୁଜୁ ହେବାର ୪୮ ଘଣ୍ଟା ପରେ ଦେଶର ତିନୋଟି ସହର ଦିଲ୍ଲୀ, କେରଳ ଏବଂ କର୍ଣ୍ଣାଟକର ୧୦ଟି ସ୍ଥାନରେ ଏନଆଇଏ ରେଡ୍ କରିଥିବା ଜଣାପଡ଼ିଛି। ଆଉ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ମାମଲାରେ ଏନଆଇଏ ୫ ଜଣଙ୍କୁ ଗିରଫ କରିଛି।
ସୂଚନାଅନୁଯାୟୀ ଦେଶର କିଛି ଯୁବକଙ୍କୁ ସ୍ଥାନୀୟ ଅଞ୍ଚଳରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଉସକାଉଛି। ସୋଶାଲ ମିଡିଆ ଜରିଆରେ ପାକିସ୍ତାନର ଆଇଏସଆଇଏସଆଇ ଭାରତର କିଛି ଯୁବକଙ୍କ ସହ ଯୋଗାଯୋଗରେ ରହିଛି। ସେମାନଙ୍କୁ ବିଭିନ୍ନ ପ୍ରକାରର ଟ୍ରେନିଂ ମଧ୍ୟ ଦେଉଥିବା ଏନଆଇଏ ସନ୍ଦେହ କରିଛି।
ଅଧିକ ସୂଚନାକୁ ଅପେକ୍ଷା…
The post ପାକିସ୍ତାନ ଲିଙ୍କ, ୧୦ଟି ସ୍ଥାନରେ ଏନଆଇର ରେଡ୍ appeared first on Odisha Reporter.
from Odisha Reporter https://ift.tt/3lgq5tM
No comments:
Post a Comment