ବାଗପତ: ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟପାଳ ଆହ୍ୱାନ କରି କହିଛନ୍ତି ଆନ୍ଦୋଳନରତ ଚାଷୀଙ୍କ ଦାବି ଶୁଣିବାକୁ। ସୂଚନାଯୋଗ୍ୟ, କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ତିନି ମାସରୁ ଅଧିକ ଦିନ ହେବ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି।
ୟୁପିର ବାଘପତରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଆନ୍ଦୋଳନରତ ଚାଷୀଙ୍କୁ ଦିଲ୍ଲୀରୁ ଖାଲି ହାତରେ ଫେରାଇ ଦେବା ଠିକ୍ ନୁହେଁ। ଯଦି କେନ୍ଦ୍ର ସରକାର ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଦେବେ ତାହେଲେ ସେ ଆନ୍ଦୋଳନକୁ ଶେଷ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସେ କହିଛନ୍ତି, ‘ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଯଦି ସରକାର ଦେବେ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କେମିତି ଶେଷ ହେବା ତାହା ମୋର ଦାୟିତ୍ୱ। ଏମିତିକି ସରକାର ଓ ଚାଷୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ମଧ୍ୟ କରାଇଦେବି’।
ଶିଖ ସମ୍ପ୍ରଦାୟ ୩୦୦ ବର୍ଷ ପର୍ଯ୍ୟନ୍ତ କୌଣସି ଜିନିଷକୁ ଭୁଲନ୍ତି ନାହିଁ। ଆଜି କୌଣସି ଆଇନ ଚାଷୀଙ୍କ ସ୍ୱାର୍ଥରେ ନାହିଁ। ଯେଉଁ ଦେଶରେ ଚାଷୀ ଏବଂ ଯବାନ ସନ୍ତୁଷ୍ଟ ନୁହଁନ୍ତି, ସେହି ଦେଶରେ ବିକାଶ ହୁଏନି। ତେଣୁ କୃଷକ ଏବଂ ଯବାନମାନଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ତିନି କୃଷି ଆଇନକୁ ନେଇ ବିଜେପି ଯେଉଁ ଯୁକ୍ତି ଦେଇଛି ସେ ବାବଦରେ ମଧ୍ୟ ମଲିକ ପ୍ରତିକ୍ରିୟା ରଖିଛନ୍ତି। ଚାଷୀମାନେ ଅନ୍ୟ କୌଣସି ସ୍ଥାନରେ ଫସଲ ବିକ୍ରି କରିପାରିବେ ବୋଲି ମଧ୍ୟ ବ୍ୟବସ୍ଥା ରହିଛି। ଏହା ୧୫ ବର୍ଷ ପୁରୁଣା ନିୟମ, କିନ୍ତୁ ଏହା ସତ୍ତ୍ୱେ ଯେତେବେଳେ ମଥୁରାର ଚାଷୀମାନେ ଗହମ ସହିତ ପାଲୱାଲକୁ ଯାଆନ୍ତି, ସେତେବେଳେ ସେମାନଙ୍କୁ ଲାଠିରେ ମାଡ଼ ହୁଏ। ଯେତେବେଳେ ସୋନିପାଟର ଚାଷୀ ନରେଲାକୁ ଯାଆନ୍ତି, ସେତେବେଳେ ତାଙ୍କୁ ଲାଠିରେ ମାଡ଼ ହୁଏ। ଚାଷୀଙ୍କର ଏହାକୁ ନେଇ ଅନେକ ପ୍ରଶ୍ନ ଅଛି, ଯାହାର ସମାଧାନ ହେବା ଦରକାର।
ତଥାପି ଏହି ସମସ୍ୟାର ସମାଧାନ କରିବାକୁ ସେ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଚାଷୀଙ୍କ ଦୁଃଖ ସେ ବୁଝିଛନ୍ତି। ସେ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି।
The post ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ ମେଘାଳୟ ରାଜ୍ୟପାଳ appeared first on Odisha Reporter.
from Odisha Reporter https://ift.tt/3tkB0Wc
No comments:
Post a Comment