ଆଇନରେ ପରିଣତ ହେଲା ‘ଦିଲ୍ଲୀ ବିଲ୍‌’: ଉପ ରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ଆଇନରେ ପରିଣତ ହେଲା ‘ଦିଲ୍ଲୀ ବିଲ୍‌’: ଉପ ରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା

ନୂଆଦିଲ୍ଲୀ: ନିର୍ବାଚିତ ସରକାରଙ୍କ ଅପେକ୍ଷା ଉପ ରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦେଉଥିବା କେନ୍ଦ୍ରର ସ୍ୱତନ୍ତ୍ର ‘ଦିଲ୍ଲୀ ବିଲ୍‌’ ଶେଷରେ ଆଇନରେ ପରିଣତ ହୋଇଛି। ଦିଲ୍ଲୀରେ କ୍ଷମତାସୀନ ଆପ୍‌ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଜୋରଦାର ବିରୋଧ କରୁଥିଲେ ହେଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବଲ୍‌ ଉପରେ ମୋହର ମାରିଛନ୍ତି।

ରାଷ୍ଟ୍ରପତି ମୋହର ମାରି ଥିବାରୁ ଦି ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌ ଆଇନରେ ପରିଣତ ହୋଇଛି। ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା କେବେଠାରୁ ଲାଗୁ ହେବ, ସେନେଇ ବିଜ୍ଞପ୍ତି ପ୍ରକାଶ କରିବ।

ବୁଧବାର ଏହି ବିଲ୍‌ ରାଜ୍ୟସଭାରେ ପାରିତ ହୋଇଥିଲା। ଏହାପୂର୍ବରୁ ଲୋକସଭାରେ ବିଲ୍‌ ଉପରେ ମୋହର ବାଜିଥିଲା।ରାଜ୍ୟସଭାରେ ଏହାକୁ କଂଗ୍ରେସ, ଆପ୍‌, ଟିଏମସି ସମେତ ଏକାଧିକ ଦଳ ବିରୋଧ କରିଥିଲେ। ସେମାନେ ଭୋଟିଂ ପୂର୍ବରୁ କକ୍ଷତ୍ୟାଗ ବି କରିଥିଲେ। ତଥାପି ବିଲ୍‌ ଉପରେ ଭୋଟିଂ ହୋଇଥିଲା ଓ ଏହା ପାରିତ ହୋଇଥିଲା।

୨୦୧୩ରେ କେଜ୍ରିୱାଲ ସରକାର ଦିଲ୍ଳୀରେ ଗଠନ ହୋଇଥିଲା। ସେବେଠାରୁ ଉପ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନିଜର ପ୍ରତିନିଧି ତଥା ଉପ ରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦେବା ପାଇଁ ବିଲ୍‌ ଆଣିଥିବା କୁହାଯାଉଛି।

ବିଲ୍ ଅନୁଯାୟୀ, ଦିଲ୍ଲୀରେ ସରକାର ଅର୍ଥ ଉପ ରାଜ୍ୟପାଳଙ୍କୁ ବୁଝାଇବ। ସେହିପରି ଯେକୌଣସି କାର୍ଯ୍ୟନିର୍ବାହୀ ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କ ଅନୁମତି ନେବାକୁ ବାଧ୍ୟ। ଦିଲ୍ଲୀ ବିଧାନସଭା ଯେକୌଣସି ଆଇନ ପରିଣତ କରିବ, ସେଥିରେ ସରକାରଙ୍କ ଅର୍ଥ ଉପ ରାଜ୍ୟପାଳଙ୍କୁ ବୁଝାଇବ।

୧୯୯୧ ଆଇନର ସେକସନ ୨୧ରେ ଏ ସଂକ୍ରାନ୍ତରେ ଏକ ଅନୁଚ୍ଛେଦ ଯୋଡ଼ାଯାଇଛି। ବିଧାନସଭାରେ କୌଣସି ବିଲ୍‌ ପାରିତ ହେବା ପରେ ଉପ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହାପରେ ଉପ ରାଜ୍ୟପାଳ ହିଁ ଏହାକୁ ଆଇନରେ ପରିଣତ କରାଯିବ କି ନାହିଁ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ କି ନାହିଁ, ତା’ର ନିଷ୍ପତ୍ତି ନେବେ।

ଦି ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ସଂଶୋଧନ) ଆଇନ ଲାଗୁ ହେବା କ୍ଷଣି ପୂର୍ବରୁ ଲାଗୁ ହୋଇଥିବା ସମସ୍ତ ଆଇନ କାଟ ଖାଇଯିବ।

ଏହି ବିଲ୍‌ ଆଇନରେ ପରିଣତ ହୋଇଥିଲେ ହେଁ ଏହାକୁ ଆପ୍‌ ସରକାର ବିରୋଧ କରିବେ ବୋଲି କହିଛନ୍ତି। ଚାଷୀମାନେ ଯେମିତି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି, ଠିକ୍‌ ସେହିପରି ଦିଲ୍ଲୀ ବିଲ୍‌କୁ ବିରୋଧ କରାଯିବ ବୋଲି ଆପ୍‌ ପକ୍ଷରୁ କୁହାଯାଇଛି।

The post ଆଇନରେ ପରିଣତ ହେଲା ‘ଦିଲ୍ଲୀ ବିଲ୍‌’: ଉପ ରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା appeared first on Odisha Reporter.



from Odisha Reporter https://ift.tt/2Pi45Dt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages