ନୂଆଦିଲ୍ଲୀ: ସ୍ତ୍ରୀକୁ ଦେଇପାରିଲେନି ଟଙ୍କା। ସ୍ତ୍ରୀର ମାସିକ ଭରଣପୋଷଣ ତୁଲାଇ ପାରିଲେନି। ଶେଷରେ ଜେଲ ଗଲେ ସ୍ୱାମୀ। ୨୦୦୯ର ଏକ ମାମଲର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ଏ ବୋବଡେ ଉକ୍ତ ସ୍ୱାମୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ତ୍ରୀ ଠାରୁ ଛାଡପତ୍ର ନେଇ ସାରିଥିବା ୭୪ ବର୍ଷୀୟ ସ୍ୱାମୀ ମାଇକେଲ ଓରୁଲଙ୍କୁ ୩ ମାସ ପାଇଁ ଜେଲ ପଠାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ଫେବ୍ରୁଆରୀ ୧୯ ତାରିଖରେ ସର୍ବୋଚ୍ଚ ଅଦାଲତ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦକୁ ମାସିକ ୧ଲକ୍ଷ ୭୫ ଟଙ୍କା ହିସାବରେ ୨ କୋଟି ୬୦ ଲକ୍ଷ ଦେବା ପାଇଁ ମାଇକେଲ(ସ୍ୱାମୀ)ଙ୍କୁ କହିଥିଲେ। ଏଥିପାଇଁ ତାଙ୍କୁ କୋର୍ଟ ୪ ସପ୍ତାହ ସମୟ ଦେଇଥିଲେ। କିନ୍ତୁ ସମୟ ଅବଧି ସରିଯାଇଥିଲେ ମଧ୍ୟ ମାଇକେଲ ନିଜ ସ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଦେଇପାରି ନାହାନ୍ତି । ଏହି ସମସ୍ତ ଘଟଣାକୁ ଆଖିଆଗରେ ରଖି କୋର୍ଟ ମାଇକେଲଙ୍କୁ ତୁମେ ତୁମ ସ୍ତ୍ରୀଙ୍କ ଭଲ ଚିନ୍ତା କରୁନ ବୋଲି କହିଛନ୍ତି।
ଏହି ସମୟରେ ମାଇକେଲଙ୍କ ସ୍ତ୍ରୀର ଓକିଲ କୋର୍ଟକୁ କହିଥିଲେ, ଯେଉଁ ସ୍ୱାମୀ ସ୍ତ୍ରୀର ରକ୍ଷଣବେକ୍ଷଣ ବାବଦକୁ ଟଙ୍କା ଦେଇ ପାରୁ ନାହିଁ ସେ ଜେଲ ଦଣ୍ଡ ଭୋଗିବା ଉଚିତ। ସେପଟେ ମାଇକଲେ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ଜେଲ ପଠାଇବା ଉଚିତ ନୁହେଁ । ପୁରା ଟଙ୍କା ଦେବା ପାଇଁ ତାଙ୍କୁ ଆଉ କିଛି ସମୟ ଦିଆଯାଉ ବୋଲି ମାଇକେଲଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ।
ଏ ସମସ୍ତ ଯୁକ୍ତିକୁ ଶୁଣିବା ପରେ ସୁପ୍ରିମକୋର୍ଟ କହିଥିଲେ, ଅତୀତରେ ମାଇକେଲଙ୍କୁ ଅନେକ ଥର ସୁଯୋଗ ଏବଂ ପର୍ଯ୍ୟାପ୍ତ ସମୟ ମିଳିଥିଲା, କିନ୍ତୁ ସେ ସମ୍ପୂର୍ଣ୍ଣ ଟଙ୍କା ଦେଇପାରି ନାହାନ୍ତି। ତେଣୁ ତାଙ୍କୁ ଆଉ ସମୟ ଦିଆଯାଇପାରିବ ନାହିଁ।
The post ସ୍ତ୍ରୀକୁ ଟଙ୍କା ଦେଇ ନପାରି ଜେଲ୍ ଗଲା ୭୪ ବର୍ଷୀୟ ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/3vRKlHf
No comments:
Post a Comment