ରାଜଧାନୀରେ ପିସିଆର୍‌ ଭଙ୍ଗା ଓ ଅଭିଯୁକ୍ତଙ୍କୁ ମାଡ଼ ମାମଲାରେ ୫ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 6, 2021

ରାଜଧାନୀରେ ପିସିଆର୍‌ ଭଙ୍ଗା ଓ ଅଭିଯୁକ୍ତଙ୍କୁ ମାଡ଼ ମାମଲାରେ ୫ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଯୁବକକୁ ହତ୍ୟା ପରେ ପିସିଆର୍‌ ଭଙ୍ଗା ଓ ଅଭିଯୁକ୍ତମାନଙ୍କୁ ମାଡ଼ ମାମଲାରେ କମିଶନରେଟ୍‌ ପୁଲିସ ଆଜି ୫ ଜଣଙ୍କୁ ଗିରଫ କରିଛି। ସୋଶାଲ ମିଡ଼ିଆ ଓ ସିସିଟିଭି ଆଧାରରେ ପୁଲିସ ଏହି ୫ ଜଣଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ

ଶନିବାର IRC Village N-2 ଲେନ୍‌ରେ ଏକ ପିକଅପ୍‌ ଭ୍ୟାନ୍‌ ଭିତରେ ଟୁକୁନା ଓରଫ୍ ଜଟିଆକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସାଲିଆସାହିର ୨ ଭାଇ ସାଗର ପୃଷ୍ଟି ଓ ସୁଧିର ପୃଷ୍ଟି ଭ୍ୟାନ୍‌ ଭିତରେ ଜଟିଆକୁ ଭୁଜାଲି ଓ ଫାର୍ସାରେ ହାଣି ହତ୍ୟା କରିଥିଲେ। ଏ ସମ୍ପର୍କରେ ଖବର ପାଇ ପିସିଆର ଘଟଣା ସ୍ଥଳନରେ ପହଞ୍ଚି ଅଭିଯୁକ୍ତ ଦୁଇ ଭାଇଙ୍କୁ ଉଦ୍ଧାର କରି ଭ୍ୟାନ୍‌ରେ ବସାଇଥିଲା। କିନ୍ତୁ ସ୍ଥାନୀୟ ଲୋକେ ପୁଲିସ ହାତରୁ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ।

ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ୨ ଭାଇ କାକୁତି ମିନତି ହେଉଥିଲେ ମଧ୍ୟ କେହି ଛାଡ଼ ନଥିଲେ। ନିର୍ଧୁମ ଛେଚିଥିଲେ। ଆଖି ସାମ୍ନାରେ ସବୁ ଘଟଣା ଘଟୁଥିଲେ ବି ପୁଲିସ ନାଚାର ଥିଲା। ଶେଷରେ ବହୁ କଷ୍ଟରେ ୨ ଭାଇଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା ପୁଲିସ।

କୁହାଯାଉଛି, ଜଟିଆ, ସାଗର ଓ ସୁଧିର ପେଶାରେ ଡ୍ରାଇଭର। ପୂର୍ବ ଶତ୍ରୁତା ଲାଗି ରହିଥିଲା। ଶୁକ୍ରବାର ଓ ଶନିବାର ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଦୁଇ ଭାଇ ନିଜ ପିକଅପ୍‌ ଭ୍ୟାନ୍‌ ଜଟିଆକୁ ଉଠାଇ ଆଣୁଥିଲେ। ହେଲେ ସାଗର ଓ ସୁଧିରକୁ ଆକ୍ରମଣ କରିଥିଲା ଜଟିଆ। ତା’ପରେ ଦୁଇ ଭାଇ ପାଲଟା ଆକ୍ରମଣ କରି ଜଟିଆକୁ ହତ୍ୟା କରିଥିଲେ।

ସେପଟେ ଏହି ଘଟଣାକୁ ନେଇ ଶନିବାର ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ମୃତ ଟୁକୁନା ନାଁରେ ପୂର୍ବରୁ ୨ଟି ମାମଲା ରହିଛି। ସେ ଜାମିନରେ ଥିଲା। ଶନିବାର ଟୁକୁନା ଧରି ଥାନାକୁ ଆଣୁଥିଲେ ଦୁଇ ଭାଇ ସାଗର ଓ ସୁଧୀର। ରାସ୍ତାରେ ଟୁକୁନା ଛୁରିରେ ଆକ୍ରମଣ କରିଥିଲା। ବଡ଼ ଭାଇକୁ ଛୁରିରେ ଭୁସି ଦେବାରୁ ପ୍ରତି ଆକ୍ରମଣ ହୋଇଥିଲା। ଆତ୍ମରକ୍ଷା ପାଇଁ ଟୁକୁନାକୁ ସେହି ଛୁରିରେ ଆକ୍ରମଣ କରିଥିଲେ ଦୁଇ ଭାଇ। ଖବର ପାଇ ତୁରନ୍ତ ପିସିଆର୍ ଭ୍ୟାନ୍ ପହଞ୍ଚି ଟୁକୁନାକୁ ଉଦ୍ଧାର କରିଥିଲା। ତେବେ ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ ଭିଡ଼ି ଆକ୍ରମଣ କରିଥିଲେ। ଘଟଣାକୁ ନେଇ ପୁଲିସ ୩ଟି ମାମଲା ରୁଜୁ କରିଛି। ଗାଡ଼ି ଭିତରେ ଟୁକୁନା ଆକ୍ରମଣ କରିଥିବା ନେଇ ଗୋଟିଏ ମାମଲା ହୋଇଛି ବୋଲି ପୁଲିସ କମିଶନର କହିଛନ୍ତି।

The post ରାଜଧାନୀରେ ପିସିଆର୍‌ ଭଙ୍ଗା ଓ ଅଭିଯୁକ୍ତଙ୍କୁ ମାଡ଼ ମାମଲାରେ ୫ ଗିରଫ appeared first on Odisha Reporter.



from Odisha Reporter https://ift.tt/3t0Z1BJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages