ନାଳରେ ପଡ଼ିଛି ସାର୍କର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 6, 2021

ନାଳରେ ପଡ଼ିଛି ସାର୍କର ମୃତଦେହ

ସୋର (ଶଶୀକାନ୍ତ ବେହେରା): ନାଳରେ ଭାସୁଛି ସାର୍କର ମୃତଦେହ। ସମୁଦ୍ରକୁ ସଂଯୋଗ କରୁଥିବା ନାଳରେ ସାର୍କର ମୃତଦେହ ଦେଖିବାକୁ ମିଳିଛି। ଏହି ଖବର ପ୍ରଚାରିତ ହେବାରେ ସେଠାରେ ଲୋକଙ୍କ ଭିଡ଼ ଲାଗି ରହିଛି।

ବାଲେଶ୍ୱର ଜିଲ୍ଲା ସୋର ଥାନା ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ନାଳ ସୁଟିଂପାହି ନିକଟରେ ସାର୍କର ମୃତଦେହଟି ପଡ଼ିଥିଲା। ରବିବାର ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତ ସାର୍କର ଓଜନ ୫ କ୍ୱିଣ୍ଟାଲ୍‌ରୁ ଅଧିକ ହେବ। ଏହାର ଲମ୍ୱ ୧୦ ଫୁଟ୍‌ ହେବ। ସାର୍କଟି ନାଳକୁ କେମିତି ଆସିଲା, ତାହା ଜଣାପଡ଼ି ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତି। ଗଭୀର ସମୁଦ୍ରରେ ମାଛ ମାରିବା ବେଳେ ଭୁଟ୍‌ଭୁଟି ମାଡ଼ରେ ସାର୍କଟି ଆହତ ହୋଇଥିଲା। ପରେ ମତ୍ସ୍ୟଜୀବୀମାନେ ଆହତ ସାର୍କକୁ ଆଣି କୂଳରେ ଛାଡ଼ିଥିବା ଆଲୋଚନା ହେଉଛି। ସମୁଦ୍ର କୂଳରେ ସାର୍କ ପଡିଥିବା ଦେଖି ଛୋଟ ପିଲାମାନେ ନାଳକୁ ଟାଣିଆଣିଥିବା ଚର୍ଚ୍ଚା ହେଉଛି। ହେଲେ ବର୍ତ୍ତମାନ ସୁସ୍ଥା ବନ ବିଭାଗର କୌଣସି ଅଧିକାରୀ ସେଠାରେ ପହଞ୍ଚି ନଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଏହା ପୂର୍ବରୁ ତାଳପଦାରେ ଏକ ବିରାଟକାୟ ସାର୍କର ମୃତଦେହ ଦେଖିବାକୁ ମିଳିଥିଲା।

The post ନାଳରେ ପଡ଼ିଛି ସାର୍କର ମୃତଦେହ appeared first on Odisha Reporter.



from Odisha Reporter https://ift.tt/3rswBA3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages