ବଣ୍ଡା ଘାଟିରେ ଯାଉଥିବା ବେଳେ ଓଲଟିପଡ଼ିଲା ଅଗ୍ନିଶମ ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 6, 2021

ବଣ୍ଡା ଘାଟିରେ ଯାଉଥିବା ବେଳେ ଓଲଟିପଡ଼ିଲା ଅଗ୍ନିଶମ ଗାଡ଼ି

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ବଣ୍ଡା ଘଟିରେ ଓଲଟିଲା ଅଗ୍ନିଶମ ବିଭାଗର ଗାଡ଼ି। ଫଳରେ ୫ ଗଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଡିଜିପିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଯାଉଥିବା ଅଗ୍ନିଶମ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

ପୁଲିସ ଡିଜି ଅଭୟ ହେଲିକପ୍ଟରରେ ଆଜି ବଣ୍ଡା ଘାଟି ମୁଦୁଲିପଡ଼ା ଗସ୍ତ କରିବେ। ସେଥିପାଇଁ କୁଡୁମୁଳୁଗୁମ୍ମା ଅଗ୍ନିଶମ ବିଭାଗର କର୍ମଚାରୀମାନେ ମୁଦୁଲିପଡ଼ା ଯାଉଥିଲେ। ତେବେ ରାସ୍ତାରେ ଅଗ୍ନିଶମ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଏଥିରେ ଥିବା ୫ ଜଣ କର୍ମଚାରୀ ଆହତ ହୋଇଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଖାଇରପୁଟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ସେମାନଙ୍କ ଭିତରୁ ମନୋଜ କୁମାର ସେଠୀ, ଉମାସଙ୍କର ନାୟକ, ସରଙ୍ଗାଧର ହାତୀ ଓ ପ୍ରକାଶ ଚନ୍ଦ୍ର ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

The post ବଣ୍ଡା ଘାଟିରେ ଯାଉଥିବା ବେଳେ ଓଲଟିପଡ଼ିଲା ଅଗ୍ନିଶମ ଗାଡ଼ି appeared first on Odisha Reporter.



from Odisha Reporter https://ift.tt/3rocvXP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages