ଲଣ୍ଡନ: ବିଶ୍ୱରେ ବାୟୁ ପ୍ରଦୂଷର ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ପ୍ରତି ୧୦ ଜଣରୁ ୯ ଜଣ ଦୂଷିତ ପରିବେଶରେ ରହୁଛନ୍ତି। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଲକ୍ଷଲକ୍ଷ ଲୋକଙ୍କ ଜୀବନ ମଧ୍ୟ ନେଉଛି। ଛୋଟ ପିଲାଙ୍କ ଜୀବନ ଧାରଣର କ୍ଷମତା ପ୍ରଦୂଷଣ ଯୋଗୁ ହ୍ରାସ ପାଉଥିବା ବେଳେ ସେମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ପ୍ରଦୂଷଣ ରୋକିବାକୁ ଶତ ଚେଷ୍ଟା କରାଯାଉଥିଲେ ହେଁ କୌଣସି ପ୍ରକାରର ସୁଫଳ ମିଳିପାରୁନାହିଁ।
କଳକାରଖାନା, ନଡ଼ା ଜାଳିବା, ଲୋକଙ୍କ ଘରୁ ବାହାରୁ ଥିବା ଧୂଆଁ ଓ ଗାଡ଼ିମୋଟର ଯୋଗୁ ପ୍ରଦୂଷଣର ସ୍ତର ବୃଦ୍ଧି ପାଉଛି। ଅଧିକାଂଶ ସହରରେ ପ୍ରଦୂଷଣର ମୁଖ୍ୟ କାରଣ ହେଲା ଗାଡ଼ି ଚଳାଚଳ। କିନ୍ତୁ ପ୍ରଦୂଷଣର ମାତ୍ରା ହ୍ରାସ କରିବା ପାଇଁ ବୈଜ୍ଞାନିକମାନେ ନୂଆ ଆବିଷ୍କାର କରିଛନ୍ତି। ବିଶ୍ୱରେ ଏମିତି ଏକ ‘ସୁପର ପ୍ଲାଣ୍ଟ’ ରହିଛି, ଯାହା ଭିଡ଼ ରାସ୍ତାରେ ପ୍ରଦୂଷଣ ମାତ୍ରାକୁ କମ୍ କରିବାରେ ସକ୍ଷମ ହେଉଛି।
ବ୍ରିଟେନର ରୟାଲ ହର୍ଟିକଲଚର ସୋସାଇଟି(ଆରଏଚ୍ଏସ୍) ପ୍ରଦୂଷଣକୁ ହ୍ରାସ କରି ପାରୁଥିବା ସୁପର ପ୍ଲାଣ୍ଟକୁ ଠାବ କରିଥିବା ଦାବି କରିଛି। Cotoneaster franchetii ଗଛ ସମ୍ପର୍କରେ ଆରଏଚ୍ଏସ୍ କହିଛି। ଏହି ଗଛଟି ବେଶ ଜଙ୍ଗଲିଆ, ଏଭରଗ୍ରୀନ ଓ ଏଥିରେ ଚକଣିଆ ପତ୍ର ରହିଛି। ଏଥିରେ ନାଲି ରଙ୍ଗର ଛୋଟଛୋଟ ଫଳ ମଧ୍ୟ ଫଳୁଛି। ବର ଗଛରେ ଯେଉଁଭଳି ଫଳ ଫଳିଥାଏ, ଠିକ୍ ଅନୁରୂପ ଫଳ ଏହି ସୁପର ପ୍ଲାଣ୍ଟରେ ଦେଖିବାକୁ ମିଳିଛି। ଏହାର ପତ୍ର ଉପରେ ଚୁଟି ଭଳି ଅତି ପତଳାର ଆସ୍ତରଣ ମଧ୍ୟ ରହିଛି। ସାଧାରଣ ବ୍ରିଟେନରେ ଦେଖାଯାଉଥିବା ଏହି ଗଛଟି ପ୍ରଦୂଷଣକୁ ପ୍ରାୟ ୨୦% ହ୍ରାସ କରିବାକୁ ସକ୍ଷମ।
Hedge your bets on a ‘super plant’ and help to combat air pollution
A new RHS science paper has revealed that the Cotoneaster franchetii is at least 20% more effective at soaking up pollution in traffic hotspots compared to other shrubs. https://t.co/eHra2e9DLZ pic.twitter.com/4NKRuqIatN
— The RHS (@The_RHS) February 18, 2021
ଗଛଟି ବାୟୁମଣ୍ଡଳରୁ ପ୍ରଦୂଷଣକୁ ନିଜ ପତ୍ର ଓ ଡାଳରେ ବାନ୍ଧି ରଖିବାକୁ କ୍ଷମତା ରଖିଛି। ୭ ଦିନରେ ୮୦୦ କିମି ଯାତ୍ରା କରିବା ବେଳେ ଗୋଟିଏ କାର୍ରୁ ଯେତିକି ପରିମାଣର ପ୍ରଦୂଷଣ ନିର୍ଗତ ହୋଇଥାଏ, ତା’କୁ ଗୋଟିଏ ମିଟର ଲମ୍ବ Cotoneaster franchetii ନିଜ ପାଖରେ ବାନ୍ଧି ରଖିଥାଏ।
ଗଛଟିକୁ ନେଇ ଆରଏଚ୍ଏସ୍ ପରୀକ୍ଷାନରୀକ୍ଷା କରିବା ପରେ ଏଭଳି ନିଷ୍କର୍ସରେ ପହଞ୍ଚିଛି। ଆରଏଚ୍ଏସ୍ କହିଛି, ଭିଡ଼ ହେଉଥିବା ରାସ୍ତାରେ ଏହି ଗଛ ବେଶ ଭଲ ଭାବେ କାମ କରୁଛି। ଭିଡ଼ ରାସ୍ତାରେ ପ୍ରଦୂଷଣ ହ୍ରାସ କରିବାରେ ଏହା ସକ୍ଷମ। ଏବେ ଏହି ସୁପର ପ୍ଲାଣ୍ଟରେ ଆଉ କ’ଣ କ୍ଷମତା ରହିଛି, ତା’ର ପରୀକ୍ଷା କରାଯାଉଛି। ସେହିପରି ଅନ୍ୟ ଗଛ ସହ ମିଶି ଏହାକୁ ବ୍ୟବହାର କଲେ, କ’ଣ ଫାଇଦା ମିଳିବ, ତା’ର ମଧ୍ୟ ସମୀକ୍ଷା କରାଯାଉଛି ବୋଲି ଆରଏଚଏସ୍ ମୁଖ୍ୟ କହିଛନ୍ତି।
ବ୍ରିଟେନରେ ବାୟୁ ପ୍ରଦୂଷଣ ଯୋଗୁ ୩୩% ଲୋକ ପ୍ରଭାବିତ ହେଉଛନ୍ତି। କିନ୍ତୁ ମାତ୍ର ୬% ଲୋକ ଏହାର ନିରାକରଣ ପାଇଁ ବା ଏଥିରୁ ବର୍ତ୍ତିବା ପାଇଁ ପଦକ୍ଷେପ ନେଉଛନ୍ତି। ଏଭଳି ସ୍ଥିତିରେ ସୁପର ପ୍ଲାଣ୍ଟ ହିଁ ସମସ୍ତଙ୍କୁ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
The post ଏହି ଗଛ ଭିଡ଼ ରାସ୍ତାରୁ ହ୍ରାସ କରିପାରିବ ପ୍ରଦୂଷଣ appeared first on Odisha Reporter.
from Odisha Reporter https://ift.tt/30YcSNa
No comments:
Post a Comment