ଇକୋ-ରିଟ୍ରିଟ୍‌:୨୪କୋଟି ବ୍ୟୟ, ବ୍ୟବସାୟିକ ସ୍ୱାର୍ଥ ଚାହୁଁନାହାନ୍ତି ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

ଇକୋ-ରିଟ୍ରିଟ୍‌:୨୪କୋଟି ବ୍ୟୟ, ବ୍ୟବସାୟିକ ସ୍ୱାର୍ଥ ଚାହୁଁନାହାନ୍ତି ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରାଜ୍ୟର ୫ଟି ପର୍ଯ୍ୟଟନସ୍ଥଳୀରେ ଇକୋ ରିଟ୍ରିଟ୍ ଆୟୋଜନ କରି ରାଜକୋଷରୁ ୨୪କୋଟି ଟଙ୍କା ଘରୋଇ ସଂସ୍ଥାକୁ ଦେଇଥିବା ରାଜ୍ୟ ସରକାର ଏଥିରେ ବ୍ୟବସାୟିକ ସ୍ୱାର୍ଥ ଚାହୁଁନାହାନ୍ତି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଚଳିତବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ କରାଯାଇଥିଲା ଓ ମୋଟ ୧୨୫୪୮ଜଣ ପର୍ଯ୍ୟଟକ ଏହାର ସୁବିଧା ନେଇଛନ୍ତି। ଏହି ୫ଟି ଇକୋ-ରିଟ୍ରିଟକୁ ପରିଚାଳନା ପାଇଁ ରାଜ୍ୟ ସରକାର ୨୩କୋଟି ୯୭ଲକ୍ଷ ୧୪ହଜାର ୫୦୦ଟଙ୍କା ସମ୍ପୃକ୍ତ ଏଜେନ୍ସୀକୁ ଦେଇଛନ୍ତି।

ଚଳିତଥର କୋଣାର୍କକୁ ୫୫୧୨ଜଣ, ସାତକୋଶିଆକୁ ୨୦୮୮ଜଣ, ଦାରିଙ୍ଗିବାଡ଼ିକୁ ୧୯୨୪ଜଣ, ହୀରାକୁଦକୁ ୧୬୧ଜଣ ଓ ଭିତରକନିକାକୁ ୧୪୧୪ଜଣ ପର୍ଯ୍ୟଟକ ଯାଇଥିଲେ। ଏହି ଇକୋ-ରିଟ୍ରିଟ୍ ୨୦୨୦ ଡିସେମ୍ବର ୯ରୁ ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

କେବଳ କୋଣାର୍କରେ ଏହା ମାର୍ଚ୍ଚ ୮ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସାତକୋଶିଆ ଇକୋ-ରିଟ୍ରିଟରେ ନିଆଁ ଲାଗିବା ଯୋଗୁ ସରକାରଙ୍କର କୌଣସି କ୍ଷତି ହୋଇନାହିଁ। କାରଣ ଲାଭ-କ୍ଷତି ସମ୍ପୂର୍ଣ୍ଣ ଭାବେ ସମ୍ପୃକ୍ତ ଏଜେନ୍ସୀ ଉପରେ ନିର୍ଭର କରେ।

କୋଣାର୍କରେ ଇକୋ-ରିଟ୍ରିଟ୍ ମ୍ୟାନେଜ କରିଥିବା ସଂସ୍ଥାକୁ ୧୩.୨୨କୋଟି ଟଙ୍କା, ହୀରାକୁଦ ପାଇଁ ୨.୭୫କୋଟି, ସାତକୋଶିଆ ପାଇଁ ୨.୭୨କୋଟି, ଭିତରକନିକା ପାଇଁ ୨.୨୦କୋଟି ଓ ଦାରିଙ୍ଗିବାଡ଼ି ପାଇଁ ୩.୦୭କୋଟି ଟଙ୍କା ସେହି ସଂସ୍ଥାକୁ ପ୍ରଦାନ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଇକୋ-ରିଟ୍ରିଟ୍ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇକୋଟୁରିଜିମର ବିକାଶ ସହ ଏହାର ପ୍ରଚାର ଓ ପ୍ରସାର କରିବା। ସରକାରଙ୍କ ଏଥିରେ କୌଣସି ବାଣିଜ୍ୟିକ ସ୍ୱାର୍ଥ ନାହିଁ । ଇକୋରିଟ୍ରିଟ ପରିଚାଳନା ଦାୟିତ୍ୱ ସମ୍ପୃକ୍ତ ସଂସ୍ଥା ଉପରେ ଥିବାରୁ ଲାଭ-କ୍ଷତି ହିସାବ ପାଇଁ ସରକାର ଚିନ୍ତିତ ନୁହଁନ୍ତି। ପରିଚାଳନା ଦାୟିତ୍ୱ ନେଇଥିବା ସମ୍ପୃକ୍ତ ସଂସ୍ଥା ଲାଭ ଓ କ୍ଷତି ବହନ କରିବ। ଇକୋ-ରିଟ୍ରିଟକୁ ମଧ୍ୟବିତ୍ତ ବର୍ଗର ପରିବାରର ଲୋକମାନେ ଯାଇଛନ୍ତି। ଇକୋ-ରିଟ୍ରିଟରେ ପର୍ଯ୍ୟଟକଙ୍କ ନିରାପତ୍ତା ପ୍ରତି ସମସ୍ତ ପଦକ୍ଷେପ ନିଆଯାଇଥାଏ। ଚଳିତବର୍ଷ କୋଭିଡ୍ ଗାଇଡଲାଇନ ପାଳନ କରି ଏହି ଇକୋ-ରିଟ୍ରିଟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

The post ଇକୋ-ରିଟ୍ରିଟ୍‌:୨୪କୋଟି ବ୍ୟୟ, ବ୍ୟବସାୟିକ ସ୍ୱାର୍ଥ ଚାହୁଁନାହାନ୍ତି ସରକାର appeared first on Odisha Reporter.



from Odisha Reporter https://ift.tt/3eYtCvM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages