ସୋର(ଶଶିକାନ୍ତ ବେହେରା): ସୁନା କିଣିବେ ବୋଲି ବ୍ୟବସାୟୀଙ୍କୁ ଡାକିଲେ। ବ୍ୟବସାୟୀଜଣକ ୪୦ ଗ୍ରାମ ସୁନା ନେଇ ଯିବା ପରଠୁ ଫୋନ୍ ସୁଇଚ୍ ଅଫ୍। ପରିବାର ଲୋକ ବିଭିନ୍ନ ଜାଗାରେ ଖୋଜାଖୋଜି କରି ନୟାନ୍ତ ହେବା ପରେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍ ତନାଘନା ଚଳାଇଥିଲେ ମଧ୍ୟ ଏଯାଏ କିଛି ସୁରାଗ ପାଇପାରିନି।
ନିଖୋଜ ବ୍ୟବସାୟୀଜଣକ ହେଉଛନ୍ତି ପ୍ରହଲ୍ଲାଦ ବେହେରା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଟପୁର ଅଞ୍ଚଳରେ। ସୋରରୁ କୁପାରି ରାସ୍ତା ବେଲଦା ଛକରେ ପ୍ରହଲ୍ଲାଦ ଶୁଭମ୍ ଜୁଏଲାରି ନାମକ ଏକ ଗହଣା ଦୋକାନ କରିଛନ୍ତି।
ଗତ କାଲି ସକାଳେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ନାମକ ଯୁବକ ଗହଣା କିଣିବା ପାଇଁ ପ୍ରହଲ୍ଲାଦଙ୍କୁ ଦାଣ୍ଡହରିପୁରକୁ ଡକାଇଥିଲେ । ପ୍ରହଲ୍ଲାଦ ୪୦ ଗ୍ରାମ ସୁନା ନେଇ ଏକ ବାଇକ୍ ଯୋଗେ ଦିନ ପ୍ରାୟ ୧୧ଟା ବେଳେ ଦାଣ୍ଡହରିପୁର ଯାଇଥିଲେ । ମାତ୍ର ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କ ମୋବାଇଲ୍କୁ ଫୋନ କରିବାରୁ ଫୋନଟି ସୁଇଚ୍ ଅଫ୍ ଆସିଥିଲା। ଏହାପରେ ପରିବାର ଲୋକେ ବହୁ ଜାଗା ଖୋଜା ଖୋଜି କରିବା ପରେ ମଧ୍ୟ ପ୍ରହଲ୍ଲାଦଙ୍କ ଖୋଜ ଖବର କିଛି ପାଇ ନଥିଲେ।
ମାତ୍ର ସୁମନ୍ତ ମଲିକ ଫୋନ କରି ତୁମ ଭାଇକୁ କିଛି ଲୋକ ଅଟକ ରଖିଥିବା କହିଥିଲେ। ଏହାପରେ ଫୋନଟି କଟିଯାଇଥିଲା । ପରେ ସେହି ନମ୍ବରରେ ପରିବାର ଲୋକେ ଫୋନ କରିଥିଲେ ମଧ୍ୟ ଫୋନଟି ସୁଇଚ ଅଫ୍ ହୋଇଯାଇଥିଲା । ପରେ ପରିବାର ଲୋକେ ଏନେଇ ସୋର ଥାନାରେ ଅଭିଯୋଗ କରିଥିଲେ । ସୋର ପୋଲିସ୍ ଘଟଣାର ତନାଘନା ଚଳାଇଛି ।
ଗତ କିଛି ଦିନ ତଳେ ସୋର ଅଞ୍ଚଳର ଜଣେ ଯୁବକକୁ ଚାକିରି ଦେବା ବାହାନାରେ କେତେକ ଯୁବକ କଲିକତାର ଚବିସ ପ୍ରଗଣା ଅଞ୍ଚଳରେ ପଣ ବନ୍ଦି କରି ରଖିଥିଲେ । ଯାହା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଉକ୍ତ ଯୁବକଙ୍କୁ ସୋର ପୁଲିସ୍ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ପୁଣି ଗତ କାଲି ଜଣେ ଗହଣା ବ୍ୟବସାୟୀଙ୍କୁ ଅପହରଣ ସୋର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।
The post ସୁନା କିଣିବେ ବୋଲି ବ୍ୟବସାୟୀଙ୍କୁ ଡାକିନେଲେ, ଆଉ ପତ୍ତା ମିଳୁନି appeared first on Odisha Reporter.
from Odisha Reporter https://ift.tt/3c57XAt
No comments:
Post a Comment