ଅଭିନେତ୍ରୀଙ୍କ ନାଁରେ ଏଫ୍‌ଆଇଆର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 15, 2021

ଅଭିନେତ୍ରୀଙ୍କ ନାଁରେ ଏଫ୍‌ଆଇଆର୍

ମୁମ୍ବାଇ: ମାନିଲେନି ନିୟମ। ଖୁଲମଖୁଲା ବାହାରେ ବୁଲିଲେ।  ଏଭଳି ମନମାନି କରିବା ଜଣେ ଟେଲିଭିଜନ ଏବଂ ବଲିଉଡ ଅଭିନେତ୍ରୀଙ୍କ ପାଇଁ ମହଙ୍ଗା ପଡିଛି । ମହାମାରୀ କରୋନା ନିୟମ ଭାଙ୍ଗି ବାହାରେ ବୁଲୁଥିବା ଅଭିନେତ୍ରୀ ଗୌହର ଖାନ୍ଙ୍କ ନାଁ ମାମଲା ରୁଜୁ ହୋଇଛି।  ବିଏମ୍‌ସି ତାଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ କରିଛି। ମୁମ୍ବାଇ ବିଏମ୍‌ସିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏହି ସୂଚନା ମିଳିଛି।

ଅଭିଯୋଗ ମୁତାବକ ସେ କରୋନା ପଜିଟିଭ ହେବା ସତ୍ତ୍ୱେ ଖୋଲାଖୋଲି ଭାବେ ବାହାରୁ ବୁଲୁଛନ୍ତି। ସେ କରୋନା ନିୟମ ପାଳନ ନ କରି ଫିଲ୍ମ ସୁଟିଂ କରୁଛନ୍ତି। ଯେତେବେଳେ ବିଏମ୍‌ସି ଅଧିକାରୀ ଗୌହରଙ୍କ ଘରକୁ ଯାଞ୍ଚ ପାଇଁ ଯାଇଥିଲା ସେତେବେଳେ ସେ ଘରେ ଉପସ୍ଥିତ ନଥିଲେ। କରୋନାରେ ସଂକ୍ରମିତ ହେବା ପରେ ଅଭିନେତ୍ରୀ ଜଣକ ଘରେ କ୍ୱାରେଣ୍ଟିନରେ ନ ରହି ବାହାରେ ବୁଲୁଥିବା ବିଏମ୍‌ସି ଅଭିଯୋଗ କରିଛି।

ସୂଚନାଯୋଗ୍ୟ ଯେ, ବିଏମ୍‌ସି କରିଥିବା ଟୁଇଟ୍‌ରେ ଏଫ୍‌ଆଇଆର୍‌ର ଏକ କପି ମଧ୍ୟ ସେଆର ହୋଇଛି। ଏଥିରେ ଅଭିନେତ୍ରୀଙ୍କ ନାଁକୁ ଲୁଚାଇ ଦିଆଯାଇଛି। ଏଥିରୁ ବିଏମ୍‌ସି ଅଭିନେତ୍ରୀଙ୍କ ନାଁକୁ ସାର୍ବଜନୀନ କରିବା ପାଇଁ ଚାହୁଁନଥିବା ଜଣାପଡିଛି।

ସେପଟେ ଏହି ମମଲା ନେଇ ମୁମ୍ବାଇ ପୁଲିସର ପ୍ରବକ୍ତା କହିଛନ୍ତି, ଅଭିନେତ୍ରୀ ଗୌହର ଖାନଙ୍କ ବିରୋଧରେ ଓଶିୱାର ପୁଲିସ ଷ୍ଟେସନରେ ଧାରା ୧୮୮, ୨୬୯, ୨୭୦ ଆଇପିସି ଧାରା ଅନୁଯାୟୀ ଏଫଆଇଆର ପଞ୍ଜିକୃତ ହୋଇଛି। ଗୌହର ଖାନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ସେ ନିୟମ ଉଲ୍ଲଂଘନ କରିବା ସହ  ଘରେ ରହିବେ ପରିବର୍ତ୍ତେ ବାହାରକୁ ବାହାରି ଫିଲ୍ମ ସୁଟିଂ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ଗୌହରଙ୍କ ବାପା ଜଫର ଅହମ୍ମଦ ଖାନଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ବାପାଙ୍କ ଦେହାନ୍ତ ପରେ ଅଭିନେତ୍ରୀ ଗୌହର ଭାଙ୍ଗି ପଡିଛନ୍ତି।

The post ଅଭିନେତ୍ରୀଙ୍କ ନାଁରେ ଏଫ୍‌ଆଇଆର୍ appeared first on Odisha Reporter.



from Odisha Reporter https://ift.tt/3tiIlWn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages