ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଏକ ପିଆଇଏଲର ଶୁଣାଣି କରି ନିର୍ବାଚନ କମିଶନର ଏବଂ କେନ୍ଦ୍ର ସରକାରଙ୍କ ଜବାବ ମାଗିଛନ୍ତି। ମତଦାନ ବେଳେ ଯେଉଁ ନିର୍ବାଚନ କ୍ଷେତ୍ରରେ ନୋଟାକୁ ଅଧିକ ଭୋଟ୍ ମିଳିବ ସେହି ନିର୍ବାଚନ କ୍ଷେତ୍ର ରଦ୍ଦ ହେବା ଦରକାର ବୋଲି ପିଆଇଏଲରେ ଉଲ୍ଲେଖ ରହିଛି। ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ ଏହି ମାମଲାର ରାୟ ଶୁଣାଇ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବ ରଖିବାକୁ କହିଛନ୍ତି।
ଏହି ପିଆଇଏଲ ଦାଖଲ କରିଛନ୍ତି ବିଜେପି ନେତା ତଥା ସାମାଜିକ କର୍ମୀ ଅଶ୍ୱନୀ ଉପାଧ୍ୟାୟ। ଯଦି ନିର୍ବାଚନ ରଦ୍ଦ ହେବ ତାହେଲେ ସେହି ପ୍ରାର୍ଥୀମାନେ ପୁଣିଥରେ ପ୍ରାର୍ଥୀ ହେବା ଉପରେ ମଧ୍ୟ ରୋକ୍ ଲଗାଯିବା ଦରକାର ବୋଲି ସେ ଦାବି କରିଛନ୍ତି।
ଏଭଳି ଆବେଦନ ପଛର କାରଣ କହିବାକୁ ଯାଇ ଆବେଦନାକୀର କହିଛନ୍ତି, ଅନେକ ଥର ରାଜନୀତିକ ଦଳମାନେ ଭୋଟରଙ୍କ ସହ ଆଲୋଚନା ନକରି ନିଜ ମନ ଇଚ୍ଛା ପ୍ରାର୍ଥୀ ଛିଡ଼ା କରୁଛନ୍ତି। ଆଉ ସେହି ପ୍ରାର୍ଥୀଙ୍କ ଉପରେ ଲୋକମାନେ ଅସନ୍ତୁଷ୍ଟ ଥିବାର ନଜିର ରହିଛି। ତେଣୁ ନୋଟାକୁ ଯଦି ଅଧିକ ଭୋଟ୍ ମିଳିଲେ ନିର୍ବାଚନ ରଦ୍ଦ ହେବା ଦରକାର। ତାହେଲେ ଲୋକମାନେ ନିଜ ନିଜର ମତଦାନକୁ ନେଇ ସନ୍ତୋଷ ପ୍ରକାଶ କରିପାରିବେ।
ତେବେ ଏହି ମାମଲାର ଶୁଣାଣି କରିବା ବେଳେ ସିଜେଆଇ ପ୍ରଶ୍ନ ଉଠାଇଛନ୍ତି। ଯଦି ଏହି ଆବେଦନକୁ ଗ୍ରହଣ କରାଯିବ ଆଉ କୌଣସି ରାଜନୀତିକ ଦଳ ପୁନଃ ନିର୍ବାଚନ ହେଲେ ଯଦି ପ୍ରାର୍ଥୀ ପାଇବେ ନାହିଁ ତାହେଲେ କଣ ହେବ? ଏଭଳି ହେଲେ ସାମ୍ୱିଧାନିକ ସମସ୍ୟା ଦେଖା ଦେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
The post ‘ନୋଟାକୁ ଅଧିକ ଭୋଟ୍ ମିଳିଲେ ନିର୍ବାଚନ ରଦ୍ଦ ହେଉ’ appeared first on Odisha Reporter.
from Odisha Reporter https://ift.tt/3tl3SOg
No comments:
Post a Comment