କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା ଲାଗିପାରେ। ଗୋଟିଏ ପରେ ଗୋଟିଏ ନେତା ମମତାଙ୍କ ହାତ ଛାଡ଼ି ବିଜେପିରେ ସାମିଲ୍ ହେଉଛନ୍ତି। ଏହି କ୍ରମରେ ଟିଏମସି ସାଂସଦ ଶିଶିର ଅଧିକାରୀ ବିଜେପିରେ ସାମିଲ୍ ହୋଇପାରନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ରହିଛି। ଏହି ସମୟରେ ସାଂସଦ ଶିଶିର ଅଧିକାରୀ ବିଜେପିରେ ସାମିଲ୍ ହୋଇପାରନ୍ତି।
ନିକଟରେ ବିଜେପି ସାଂସଦ ଲୋକେଟ ଚାଟାର୍ଜି ଶିଶିରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହାପରେ ଶିଶିର ବିଜେପିରେ ସାମିଲ୍ ହେବା ଚର୍ଚ୍ଚା ଜୋର ଧରିଛି। ଶିଶିର ହେଉଛନ୍ତି ବିଜେପି ନେତା ତଥା ନନ୍ଦିଗ୍ରାମ ଆସନର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବାପା।
ସୂଚନାଯୋଗ୍ୟ, ଏହି ୭୯ବର୍ଷୀୟ ସାଂସଦଙ୍କ ପୁଅ ଶୁଭେନ୍ଦୁ ଏବଂ ସୌମେନ୍ଦୁ ବିଜେପିରେ ସାମିଲ୍ ହୋଇସାରିଛନ୍ତି। ହେଲେ ଏବେ ବି ତାଙ୍କର ଆଉ ଏକ ପୁଅ ଦିବ୍ୟେନ୍ଦୁ ଟିଏମସିର ସାଂସଦ ରହିଛନ୍ତି। ଶୁଭେନ୍ଦୁ ଟିଏମସିରୁ ଇସ୍ତଫା ଦେବା ପରେ ପୂର୍ବ ମେଦିନାପୁରର ଟିଏମସି ସଭାପତି ପଦରୁ ଶିଶିର ଅଧିକାରୀଙ୍କୁ ହଟାଇ ଦେଇଥିଲା ଟିଏମସି। ଏହାପରେ ସେ ଦଳରେ କୋଣଠେସା ହୋଇ ରହିଛନ୍ତି।
ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ତିନୋଟି ସମାବେଶ ରହିଛି। ମାର୍ଚ୍ଚ ୧୮, ୨୧ ଏବଂ ୨୪ରେ ପ୍ରଧାନମନ୍ତ୍ରୀ ମୋଦି ରାଲି କରିବେ। ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି କାନ୍ଥୀରେ ରହିଛି। ଶିଶିର କାନ୍ଥିର ସାଂସଦ ହୋଇଥିବାରୁ ସେ ଏହି ତାରିଖରେ ବିଜେପିରେ ସାମିଲ୍ ହୋଇପାରନ୍ତି। ଶିଶିର ଅଧିକାରୀ ଆହୁରି କହିଛନ୍ତି ଯେ ଯଦି ମୋତେ ନିମନ୍ତ୍ରଣ କରାଯାଏ ଏବଂ ମୋ ପୁଅମାନେ ଅନୁମତି ଦେବେ, ତାହେଲେ ମୁଁ ମୋଦିଙ୍କ ସାଧାରଣ ସଭାରେ ଯୋଗଦେବି।
ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଏବେ ସବୁଠୁ ଚର୍ଚ୍ଚିତ ବିଧାନସଭା ଆସନ। କାରଣ ଶୁଭେନ୍ଦୁଙ୍କ ପ୍ରତିଦ୍ଵନ୍ଦୀ ହେଉଛନ୍ତି ଟିଏମସି ସୁପ୍ରିମୋ। ଉଭୟ ପ୍ରାର୍ଥୀ ପରସ୍ପରକୁ ହରାଇବେ ବୋଲି ହୁଙ୍କାର ଭରିଛନ୍ତି। ବିଜେପି ହିନ୍ଦୁତ୍ୱ ଭୋଟ୍ ଏବଂ ଶୁଭେନ୍ଦୁଙ୍କ ଚେହେରାକୁ ଆଧାର କରି ନିର୍ବାଚନ ଲଢ଼ୁଛି। ହେଲେ ମମତା ଉଭୟ ସମ୍ପ୍ରଦାୟକୁ ନେଇ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହାରି ଭିତରେ ବିଜେପି ବିରୋଧରେ ପ୍ରଚାର କରିବା ପାଇଁ ନନ୍ଦିଗ୍ରାମରେ ପହଞ୍ଚିଛନ୍ତି ଚାଷୀ ନେତା ରାକେଶ ଟିକାୟତ।
The post ମୋଦିଙ୍କ ସଭାରେ ସାମିଲ୍ ହୋଇପାରନ୍ତି ଏହି ଟିଏମସି ସାଂସଦ appeared first on Odisha Reporter.
from Odisha Reporter https://ift.tt/3bM4Ugc
No comments:
Post a Comment