ପୁରୀ(ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ଜାଗରଯାତ୍ରା। ମହାଶିବରାତ୍ରି ପାଇଁ ମଧ୍ୟ ଅନେକ କଟକଣା ରହିଛି।
ମନ୍ଦିରକୁ ବାହାର ଦୀପ ଦୋକାନୀ ଆସିପାରିବେ ନାହିଁ । ଭଜନ ସମାରୋହ ଉପରେ କଟକଣା ଜାରି କରାଯାଇଛି । ଶ୍ରୀଲୋକନାଥଙ୍କ ମନ୍ଦିରକୁ ପ୍ରବେଶ ସ୍ଥାନରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ବାଧ୍ୟତାତାମୂଳକ ରହିଛି।
ଜାଗର ଯାତ୍ରା ଦିନ ରାତ୍ର ୧୨ଟା ପରିବର୍ତ୍ତେ ଭୋର ୪ ଟାରୁ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୨ଟା ପର୍ଯ୍ୟନ୍ତ ଚାଲିବ । ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ,ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଗତ ୯ ତାରିଖରେ କୋଭିଡ କଟକଣା ଭିତରେ ପଙ୍କଉଦ୍ଧାର ପାଳିତ ହୋଇଥିଲା। ମୁଖ୍ୟତଃ ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିଲା। ବର୍ଷକରେ ଗୋଟିଏ ଦିନ ପଙ୍କଉଦ୍ଧାର ଏକାଦଶୀ ଦିନ ମାନସିକଧାରୀ ଓ ଶ୍ରଦ୍ଧାଳୁ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି। ଚଳିତ ବର୍ଷ କିନ୍ତୁ ଭକ୍ତଙ୍କୁ ଏହି ସୁଯୋଗ ମିଳିଲା ନାହିଁ।
The post ଏହି ମନ୍ଦିରରେ ଭଜନ ସମାରୋହ ଉପରେ ଲାଗିଲା ଅଙ୍କୁଶ appeared first on Odisha Reporter.
from Odisha Reporter https://ift.tt/3rA5L95
No comments:
Post a Comment