ନୂଆଦିଲ୍ଲୀ: ଲାଲକିଲ୍ଲା ହିଂସା ଘଟଣାରେ ଦିଲ୍ଲୀ ପୁଲିସ୍ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏମାନଙ୍କୁ ମଧ୍ୟରୁ ଜଣେ ବିଦେଶୀ ନାଗରିକ ହୋଇଥିବା ବେଳେ ଆଉ ଜଣେ ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡ ବେଳେ ପୁଲିସ୍କୁ ଆକ୍ରମଣ କରିଥିଲେ।
ଗିରଫ ଅଭିଯୁକ୍ତ ମହିନ୍ଦ୍ରଜିତ ସିଂହ ଜଣେ ଡଚ୍ ନାଗରିକ। ସେ ବ୍ରିଟେନର ବର୍ମିଂହାମରେ ରହୁଥିଲେ। ସେ ନକଲି ଦସ୍ତାବିଜ୍ ଜରିଆରେ ଭାରତ ଛାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ ହୋଇଛନ୍ତି। ତାଙ୍କ ନାଁରେ ପୂର୍ବରୁ ଲୁକ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା।
ଅନ୍ୟ ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖେମପ୍ରୀତ ସିଂହ। ସେ ଲାଲକିଲ୍ଲା ଭିତରେ ପୁଲିସ୍ କର୍ମଚାରୀଙ୍କୁ ଭାଲା ଦ୍ୱାରା ଆକ୍ରମଣ କରିଥିଲେ। ଘଟଣା ପରଠାରୁ ଖେମପ୍ରୀତ ସିଂହ ଫେରାର ରହିଥିଲେ। ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ହୋଇଥିଲା। ଏହି ସମୟରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା।
ସେବେଠାରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ଦିଲ୍ଲୀ ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି। ଏହି ସମୟରେ ଏକାଧିକ ଲୋକ ଗିରଫ ହେବାରେ ଲାଗିଛନ୍ତି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ ମଧ୍ୟ ରହିଛନ୍ତି। ସେ ହିଁ ଚାଷୀଙ୍କୁ ଲାଲକିଲ୍ଲାରେ ପ୍ରବେଶ କରିବାକୁ ଉସକାଇଥିଲେ ବୋଲି ଅଭିଯୋଗ ହୋଇଛି।
ଆଜି ଦୁଇ ଜଣଙ୍କ ଗିରଫଦାରୀକୁ ମିଶାଇ ଏଯାଏ ଲାଲକିଲ୍ଲା ହିଂସା ଘଟଣାରେ ମୋଟ ୧୪ ଜଣ ଗିରଫ ହୋଇସାରିଲେଣି। ମହିନ୍ଦ୍ରଜିତ ସିଂହ ଲାଲକିଲ୍ଲା ଭିତରେ ହାତରେ ଭାଲା ଧରି ଛିଡ଼ା ହୋଇଥିବା ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ଆଧାର କରି ପୁଲିସ୍ ତାଙ୍କୁ ଗିରଫ କରିଛି।
ତାଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ପଞ୍ଜାବରେ ଏକାଧିକ ଥର ରେଡ୍ କରିଥିଲା। ହେଲେ ସେ ଫେରାର ହୋଇଯାଇଥିଲେ। ଏବେ ସେ ନକଲି ଦସ୍ତାବିଜ୍ ଜରିଆରେ ପ୍ରଥମେ ଦିଲ୍ଲୀରୁ ନେପାଳ ଓ ସେଠାରୁ ବ୍ରିଟେନ ଯିବାକୁ ଲକ୍ଷ୍ୟ ରଖିଥିଲେ। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏବେ ସେ ପୁଲିସ୍ ରିମାଣ୍ଡରେ ଅଛନ୍ତି।
ସେହିପରି ଗିରଫ ଖେମପ୍ରୀତ ସିଂହ ଜେରା ବେଳେ କହିଛନ୍ତି ଯେ ସେ ଓ ତାଙ୍କ ସହଯୋଗୀମାନେ ସଞ୍ଜୟ ଗାନ୍ଧି ଟ୍ରାନ୍ସପୋର୍ଟ ନଗର ଠାରେ ଟ୍ରାକ୍ଟର ରାଲିରେ ସାମିଲ ହୋଇଥିଲେ। ଏହାପରେ ବୁରାରି ଓ ଛାତ ରାଇଲରେ ହୋଇଥିବା ବ୍ୟାରିକେଡ୍ ଭାଙ୍ଗି ଲାଲକିଲ୍ଲାରେ ପ୍ରବେଶ କରିଥିଲେ।
The post ଲାଲକିଲ୍ଲା ହିଂସା ଘଟଣାରେ ଆଉ ଦୁଇ ଗିରଫ, ଜଣେ ବିଦେଶୀ ନାଗରିକ appeared first on Odisha Reporter.
from Odisha Reporter https://ift.tt/3rtcOAx
No comments:
Post a Comment