ବିଜେପି ସରକାର ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ବିଜେପି ସରକାର ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ହରିଆଣାରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇପାରେ। ବିରୋଧୀ କଂଗ୍ରେସ ଆଜି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି। କୃଷି ଆଇନକୁ ବିରୋଧ କରି ବିଜେପି ସରକାରକୁ ସମର୍ଥନ କରୁଥିବା ଦୁଇ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇଥିବା କଂଗ୍ରେସ ଦାବି କରିଛି।

ଯଦି ଦୁଇ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଛନ୍ତି, ତା’ହେଲେ ରାଜ୍ୟରେ ସରକାର ଭାଙ୍ଗିବାର ଆଶଙ୍କା ରହିଛି। ତେବେ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିବା ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି କହିଛି ଯେ ହରିଆଣାରେ ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ।

୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ବିଜେପିର ୪୦ ଜଣ ବିଧାୟକ ରହିଛନ୍ତି। ଏଥିସହ ଦଳକୁ ୧୦ ଜଣ ଜେଜେପି ବିଧାୟକ ଓ ୫ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି। ବିଧାନସଭାର ଦୁଇଟି ଆସନ ଖାଲି ପଡ଼ିଥିବାରୁ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୫।

ସେହିପରି କଂଗ୍ରେସ ପାଖରେ ୩୧ ଜଣ ବିଧାୟକ ରହିଛନ୍ତି। ଏପରି ସ୍ଥିତିରେ ଯଦି କଂଗ୍ରେସର କହିବା ଅନୁଯାୟୀ ୨ ସ୍ୱାଧୀନ ବିଧାୟକ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି, ତା’ହେଲେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ଚୌକି ପ୍ରତି ବିପଦ ସୃଷ୍ଟି ହୋଇପାରେ। ଏପରି କି ସରକାର ମଧ୍ୟ ଭାଙ୍ଗି ଯାଇପାରେ।

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା କହିଛନ୍ତି, ସରକାରଙ୍କୁ ସମର୍ଥନ କରୁଥିବା ଦୁଇ ଜଣ ସ୍ୱାଧୀନ ବିଧାୟକ ଏବେ ନିଜର ମତ ବଦଳାଇଛନ୍ତି। ସେମାନେ ସରକାରଙ୍କୁ ଆଉ ସମର୍ଥନ କରୁନାହାନ୍ତି। ମେଣ୍ଟରେ ଥିବା କିଛି ବିଧାୟକ ବର୍ତ୍ତମାନର ସରକାରକୁ ସବୁଠାରୁ ଦୁର୍ନୀତି ଗ୍ରସ୍ତ ବୋଲି କହିଛନ୍ତି।

ଆମେ ଜାଣିବାକୁ ଚାହୁଁଛୁ ଯେ କିଏ କେଉଁ ପଟେ ରହିଛି। ଏଥିପାଇଁ ଆମେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛୁ। ସରକାର ଲୋକ ବିରୋଧୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଲୋକମାନେ ମନୋହରଲାଲ ଖଟ୍ଟର ସରକାର ଉପରେ କ୍ଷୁବ୍ଧ ହୋଇଛନ୍ତି। ଜେଜେପି ମଧ୍ୟ କ୍ଷମତା ଲୋଭରେ ଚାଷୀ ମାରଣାନୀତିକୁ ସରକାରରେ ରହି ସମର୍ଥନ କରୁଛି। ଜେଜେପିକୁ ମନେ ରଖିବାକୁ ହେବ ଯେ ଚାଷୀମାନେ ହେଉଛନ୍ତି, ସେମାନଙ୍କର ଅସଲ ବଳ ବୋଲି ହୁଡ୍ଡା କହିଛନ୍ତି।

କୃଷି ଆଇନକୁ ହରିଆଣାର ବିଜେପି ସରକାର ସମର୍ଥନ କରୁଛନ୍ତି। ଏଥିପାଇଁ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ରାଜ୍ୟର ଚାଷୀମାନେ ସରକାର ଓ ସ୍ଥାନୀୟ ବିଧାୟକଙ୍କୁ ବୟକଟ କରିବାକୁ ଆହ୍ୱାନ ଦେଇଛନ୍ତି। ଏପରି କି ରାଜ୍ୟର କିଛି ନିର୍ବାଚନ ମଣ୍ଡଳୀରେ ଶାସକ ଦଳରେ ଥିବା ବିଧାୟକଙ୍କୁ ଚାଷୀମାନେ ବୟକଟ ବି କରିଛନ୍ତି।

ଏକଥା ଖୋଦ୍‌ ଜେଜେପି ମଧ୍ୟ ସ୍ୱୀକାର କରିଛି। ଏପରି ସ୍ଥିତିରେ ଯଦି ଅନାସ୍ଥା ପ୍ରସ୍ତାବ ଆସିବ, ତା’ହେଲେ ବିଧାୟକମାନେ ନିଶ୍ଚିତ ସରକାରଙ୍କୁ ସମର୍ଥନ କରିବା ପୂର୍ବରୁ ଦ୍ୱନ୍ଦ୍ୱରେ ରହିବେ। ଏହାର ଫାଇଦା ଉଠାଇବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି।

The post ବିଜେପି ସରକାର ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ appeared first on Odisha Reporter.



from Odisha Reporter https://ift.tt/3cgdOS9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages