ଲାଇଭ ଡେମୋ ଦେଖାଇଲା କିଟ୍‌ ପ୍ରସ୍ତୁତକାରୀ ଓସ୍କାର ମେଡିକେୟାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 6, 2021

ଲାଇଭ ଡେମୋ ଦେଖାଇଲା କିଟ୍‌ ପ୍ରସ୍ତୁତକାରୀ ଓସ୍କାର ମେଡିକେୟାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁର୍ଲା ଭିସୁଟ୍ ଛାତ୍ରଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଆଜି ଲାଇଭ୍‌ ଡେମୋ ଦେଖାଇଲା କିଟ୍‌ ପ୍ରସ୍ତୁତକାରୀ କମ୍ପାନୀ ଓସ୍କାର ମେଡିକେୟାର। ଭୀମସାର କୋଭିଡ୍‌ ନୋଡାଲ ଅଫିସରଙ୍କ ଉପସ୍ଥିତିରେ ଡେମୋ ପ୍ରଦର୍ଶନ କଲା କମ୍ପାନୀ। ଡେମୋ ଦେଖାଇବା ପରେ ସମସ୍ତ କିଟ୍‌ ଠିକ୍‌ ଥିବା କହିଲା କମ୍ପାନୀ। କିଟ୍‌ରେ କୌଣସି ସମସ୍ୟା ନଥିବା କମ୍ପାନୀ କହିଲା। ଏନେଇ ଭୀମସାର କର୍ତ୍ତୃପକ୍ଷଙ୍କୁ ଜଣାଇଲା କିଟ୍‌ ପ୍ରସ୍ତୁତକାରୀ କମ୍ପାନୀ। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଓସ୍କାର ମେଡିକେୟାର କରୋନା କିଟ୍‌ ଠିକ୍‌ ଅଛି, ତାହା ହେଲେ ଭିସୁଟ୍‌ ପିଲାଙ୍କୁ କଣ କରୋନା ହୋଇଛି।

ଭିସୁଟ୍‌ର ୨୫ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଫେବ୍ରୁଆରୀ ୨୭ ତାରିଖରେ ସାମ୍ନାକୁ ଆସିଥିଲା। ଏହା ପରେ ସମ୍ୱଲପୁର ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା।  ତା’ପର ଦିନ ଅର୍ଥାତ ୨୮ ତାରିଖରେ ଭିସୁଟ୍‌କୁ ଶଟଡାଉନ ଘୋଷଣା କରାଯାଇଥିଲା। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଅଡୁଆରେ ପଡ଼ି ଯାଇଥିଲା। ଅଫଲାଇନରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ସମସ୍ତ ଅଫଲାଇନ୍‌ କ୍ଲାସକୁ ଅନଲାଇନ୍‌ କରିବାକୁ କୁଳପତି ଘୋଷଣା କରିଥିଲେ।

କିଛି ଦିନ ପରେ ଖବର ଆସିଲା ଭିସୁଟର କୌଣସି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। କିଟ୍‌ ଖରାପ ଥିବା ଯୋଗୁ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବା କୁହାଯାଇଥିଲା। ଏପରିକି ରାଜ୍ୟ ସରକାର କିଟ୍‌ ପ୍ରସ୍ତୁତିକାରୀ କମ୍ପାନୀକୁ ନୋଟିସ୍‌ ଜାରି କରିଥିଲା। ଆଜି କମ୍ପାନୀ କର୍ତ୍ତୃପକ୍ଷ ନିଜ କିଟ୍ସ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି।

The post ଲାଇଭ ଡେମୋ ଦେଖାଇଲା କିଟ୍‌ ପ୍ରସ୍ତୁତକାରୀ ଓସ୍କାର ମେଡିକେୟାର appeared first on Odisha Reporter.



from Odisha Reporter https://ift.tt/2PIZlGP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages