ହିରୋଇନ୍ ବି କମ୍ ନୁହନ୍ତି, ଓଡ଼ିଶାରେ ସଫଳ ହେଉଛି ନାରୀ କୈନ୍ଦ୍ରିକ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 6, 2021

ହିରୋଇନ୍ ବି କମ୍ ନୁହନ୍ତି, ଓଡ଼ିଶାରେ ସଫଳ ହେଉଛି ନାରୀ କୈନ୍ଦ୍ରିକ ଫିଲ୍ମ

ପୁରୁଷ କୈନ୍ଦ୍ରିକ ସମାଜରେ ନାରୀ ପଛରେ ନାହାନ୍ତି। ସବୁକ୍ଷେତ୍ରରେ ସେମାନେ ଦେଖାଇଛନ୍ତି ନିଜର ପାରଦର୍ଶିତା। ମାଆଟିଏ ହୋଇ ନିଜ ପିଲାକୁ ସ୍ନେହ ଓ ବାତ୍ସଲ୍ୟ ବାନ୍ଧି ରଖିବା ହେଉ ବା ସୀମାରେ ଆତଙ୍କବାଦୀଙ୍କୁ ଘୌଡ଼ାଇବା, ସବୁଥିରେ ନାରୀ ଦେଖାଇଛନ୍ତି ଦକ୍ଷତା। ଆଉ ସମାଜ ପାଇଁ ତିଆରି କରିପାରିଛନ୍ତି ସ୍ୱତନ୍ତ୍ର ଉଦାହରଣ। ଯାହାକୁ ନେଇ ତିଆରି ହୋଇଛି ଅନେକ ଫିଲ୍ମ। ପୁରୁଷ କୈନ୍ଦ୍ରିକ ସମାଜରେ ଏହି ଫିଲ୍ମ ଗୁଡ଼ିକ ଅନେକ କ୍ଷେତ୍ରରେ ସଫଳ ହୋଇଛି। ଏଥିରୁ ଓଡ଼ିଶା ପଛରେ ନାହିଁ। ଓଡ଼ିଶାରେ ମଧ୍ୟ ରାଜ କରୁଛନ୍ତି ନାରୀ କୈନ୍ଦ୍ରିକ ଫିଲ୍ମ। ଯେଉଁଥିରେ ରହିଛି ଜବରଦସ୍ତ ଆକ୍‌ସନ୍‌ ଓ ରୋମାନ୍ସ। ବିଶ୍ୱ ମହିଳା ଦିବସ ଅବସରରେ ଏମିତି ନାରୀଙ୍କ ଆମର ସଲାମ।

ବଲିଉଡ୍‌ ହେଉ ଅବା ହଲିଉଡ, ମହିଳାଙ୍କୁ ନେଇ ଅନେକ ଫିଲ୍ମ ତିଆରି ହୋଇଛି। ଫିଲ୍ମ ଜରିଆରେ ସେମାନଙ୍କ ସାହାସ ଓ ଶକ୍ତିକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରାଯାଇଛି। ତେବେ ଏଥିରୁ  ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବାଦ୍ ନାହିଁ। ଓଲିଉଡରେ ମଧ୍ୟ ମହିଳା ସଶକ୍ତିକରଣକୁ ନେଇ ତିଆରି ହୋଇଛି ଅନେକ ଫିଲ୍ମ। ଏହି ଫିଲ୍ମ ଗୁଡ଼ିକ ମଧ୍ୟ ସାଉଣ୍ଟିଛି ପ୍ରଶଂସା। ସୋମବାର ବିଶ୍ୱ ମହିଳା ଦିବସ। ଅବସରରେ ‌‘ତରଙ୍ଗ ସିନେ ପ୍ଲସ’ ତରଫରୁ ଏଭଳି  ୮ଟି ମହିଳା କୈନ୍ଦ୍ରିକ ଫିଲ୍ମ ପ୍ରଦର୍ଶିତ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ସବୁ ଫିଲ୍ମ ବିଷୟରେ…

ଅନୁ ଦିଦି ନଟ୍ ଆଉଟ୍: ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍।’ ନାରୀ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ତିଆରି ହୋଇଛି। ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ, ଅମନ ଓ ବିଜୟିନୀ ତନୁଶ୍ରୀ। ଏଥିରେ ମୁଖ୍ୟ ଚରିତ୍ରଥିବା ଅନୁ ଦିଦି ଜଣେ କଲେଜ‌ରେ ଅଧ୍ୟାପନା ଭୂମିକାରେ ନଜରକୁ ଆସିବେ। ସେ ଛାତ୍ରୀଙ୍କୁ କିଭଳି ସାହସ ଓ ସଫଳତାର ପାଠ ପଢାଉଛନ୍ତି ତା’ ଉପରେ ଫିଲ୍ମ ଗତିଶୀଳ ହେଉଛି। ମହିଳା ଦିବସ ଉପଲକ୍ଷେ ଆଜି ସନ୍ଧ୍ୟାରେ ତରଙ୍ଗ ପ୍ଲସରେ ଏହି ଫିଲ୍ମଟି ପ୍ରସାରିତ ହେବ।

ଚାମ୍ପିଅନ: ବାପାଙ୍କ ସ୍ୱପ୍ନ ଥିଲା ତାଙ୍କ ପିଲାମାନେ ବକ୍ସିଂରେ ଚାମ୍ପିଅନ ହୁଅନ୍ତୁ। ବାପାଙ୍କ ସ୍ୱପ୍ନ ପୂରା କରିବା ପାଇଁ ଆଗେଇ ଆସିଛି କିର୍ତି। ଅନେକ ସଂଘର୍ଷ କରି ପାଲଟୁଛି ବକ୍ସର। ଗୋଟିଏ ଗାଉଁଲି ଝିଅ କେମିତି ଜୀବନର ପ୍ରତ୍ୟେକ ସ୍ତରରେ ଲଢ଼ି ଆଗକୁ ଯାଉଛି ଏବଂ ଶେଷରେ ଜଣେ ବକ୍ସର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ତାହାକୁ ନେଇ ଏହି ‘ଚାମ୍ପିଅନ’ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ତରଙ୍ଗ ପ୍ଲସ ତରଫରୁ ତିଆରି ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅର୍ଚ୍ଚିତା । ଏଥିରେ ତାଙ୍କୁ କିର୍ତ୍ତି ଚରିତ୍ରରେ ଦେଖିବାକୁ ମିଳିବ, ଯିଏକି ଜଣେ ବକ୍ସର। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର କେ.ମୂରଲୀ କ୍ରିଷ୍ଣା ବହନ କରିଥିବା ବେଳେ ଏନ୍.ଗଙ୍ଗାଧର ଏବଂ ପି.ଦିପ୍ତୀରାଣୀ ଏହାର ପ୍ରଯୋଜନା ଦାୟିତ୍ୱ ବହନ କରିଛନ୍ତି।

ଚୁମ୍ବକ: ଓଡ଼ିଆ ଓ୍ୱେବ ସିରିଜ୍ ଚୁମ୍ବକ। ସମଲିଙ୍ଗୀ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋଇଛି ଏହି ଓ୍ୱେବ୍‌ ସିରିଜ। ଦୁଇ ଝିଅ  ଶିଖା ଏବଂ ମାନ୍ୟା କିପରି ଲୁହା ଓ ଚୁମ୍ବକ ଭଳି ପରସ୍ପର ପ୍ରତି ଆକର୍ଷିତ ହେଉଛନ୍ତି, ଦୁହିଁକ ପ୍ରେମ ସମ୍ପର୍କକୁ ସମାଜ କେମିତି ଦେଖୁଛି ଓ ତା’ପରେ ସେମାନେ ଏକାଠି ରହିବା ପାଇଁ କ’ଣ କରୁଛନ୍ତି? ଏହା ହେଉଛି ସୁଶାନ୍ତ ମଣିଙ୍କ ‘ଚୁମ୍ବକ’ର କାହାଣୀ। ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଓ୍ୱେବ ସିରିଜ୍‌ରେ ଓଲିଉଡ ଅଭିନେତ୍ରୀ ଦିବ୍ୟା ଓ ତମନ୍ନା, ସାନୁ ଓ ଆର୍ଯ୍ୟନ ଦାଶ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି।

ପାପ: ପାପୀକୁ ନିପାତ କରିବା ପାପା ନୁହେଁ ପୂଣ୍ୟ। ‘ପାପ’ର ସଜ୍ଞା ବି ବେଳେ ବେଳେ ବଦଳି ଯାଇପାରେ, ପାପ ବି ହୋଇପାରେ ପୂଣ୍ୟ। ଏଭଳି କିଛି ଟ୍ୟାଗ ଲାଇନ ସହ ତିଆରି ହୋଇଛି ତରଙ୍ଗ ପ୍ଲସର ଫିଲ୍ମ ‘ପାପ’। ଫିଲ୍ମଟି ଏଭଳି ଜଣେ ମହିଳାଙ୍କ ଉପରେ ଆଧାରିତ ଯିଏକି ନିଜ ଯନ୍ତ୍ରଣାକୁ ଶକ୍ତିରେ ପରିଣତ କରି ପାପିମାନଙ୍କୁ ଶାସ୍ତି ଦେବାକୁ ପ୍ରଣ କରିଛି। ନୂଆ କାହାଣୀ ଓ ନୂଆ କନସେପ୍ଟକୁ ନେଇ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ଏଲିନା ସାମନ୍ତରାୟ ଅଛନ୍ତି। ତାଙ୍କ ଅପୋଜିଟରେ ଅଭିନେତା ଅଙ୍କିତ କୁମାର ଅଛନ୍ତି।

ଇଚ୍ଛା: ଲାଇଫ ଏବଂ କାମର ଏତେ ଷ୍ଟ୍ରେସ ରହିଛି, କିନ୍ତୁ ତା’ସହ ରହିଲେ ସବୁ ଭୁଲି ଯାଏ। ଲାଇଫର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜେ ନିଜକୁ ଭଲ ପାଇବା। ପ୍ରେମ, ବନ୍ଧୁତ ଏବଂ ହୃଦୟ ଭାଙ୍ଗିବା ଏହି ତିନିଟି ଶବ୍ଦକୁ ନେଇ ‘ଇଚ୍ଛା’ ୱେବସିରିଜଟି ଆଧାରିତ। ତରଙ୍ଗ ବ୍ୟାନରରେ ତିଆରି ଏହି  ୱେବସିରିଜ ଲିଡ ରୋଲରେ  ଅଭିନେତ୍ରୀ ଗାର୍ଗୀ ମହାନ୍ତି ଅଛନ୍ତି।

ଲାଲପାନ ବିବିର ସ୍ମାର୍ଟ ଫ୍ୟାମିଲି: ଜଣେ ଫ୍ରେଣ୍ଡଲି ମା’ର ସରଳତାର ସୁଯୋଗ ନେଇ ପିଲାମାନ ପଥଭ୍ରଷ୍ଟ ହେଉଛନ୍ତି। ଯାହାକୁ ନେଇ ମା’ ଭାରାକ୍ରାନ୍ତ ହୋଇପଡୁଛନ୍ତି। ସେଇ ଚିନ୍ତାରେ ସ୍ୱାମୀ ଆରପାରିକୁ ଚାଲିଯାଉଛନ୍ତି। ଆଉ ତା’ପରେ ପଥହୁଡା ପିଲାମାନଙ୍କୁ ବାଟକୁ ଆଣିବା ପାଇଁ  ମା’ କିଭଳି ଆପଣାଉଛି ନୂଆ ରାସ୍ତା, ତାକୁ ନେଇ ଏହି ଲାଲପାନ ବିବିର ଜୀବନ ଯାତ୍ରା। ତରଙ୍ଗ ବ୍ୟାନରରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ମାହେଶ୍ୱତା ରୟ ଅଛନ୍ତି। ତାଙ୍କୁ ଏଥିରେ ଚରିତ୍ରରେ ଦେଖିବାକୁ ମିଳିବ।

ଖୁସି: ସ୍କୁଲରେ ପଢ଼ୁଥିବା ଆଠ ଦଶବର୍ଷର ଝିଅଟିଏ ଖୁସି। ବାପା ମା’ ଜେଜେ ଜେଜେମା’ଙ୍କ ଅତି ଅଲିଅଳି ସେ। ପାଠରେ  ଶାଠରେ ବୁଦ୍ଧିରେ, ବିବେକରେ ସବୁଥିରେ ସବୁଠୁ ଆଉ ଆଗୁଆ। ହେଲେ ଗୋଟେ ଦିନର ଗୋଟେ ରାକ୍ଷସ ଯୋଗୁ ସେ ହୋଇଗଲା ସବୁଠୁ ପଛୁଆ। ଗୋଟେ ନାରୀ ମାଂସଲୋଭୀ ପିଶାଚ ଦଳି ଚକଟି ମାଟିରେ ମିଶେଇଦେଲା ଖୁସି ଜୀବନର ସବୁତକ ଖୁସି। ସେ ନିଜକୁ ଲୁଚେଇ ରଖିଲା ଘର କୋଣରେ, ଅନ୍ଧାର ଭିତରେ। ସେଇ ଅନ୍ଧାର ଭିତରୁ ପୁଣିଥରେ ଆଲୁଅକୁ ବାହାରି ଆସିବା ପାଇଁ ତା’ ପରିବାର ଯେଉଁ ସଂଘର୍ଷ କରିଚାଲନ୍ତି ତାକୁ ନେଇ ଗତିଶୀଳ ହୋଇଛି ତରଙ୍ଗ ପ୍ରଡକ୍ସନର ଫିଲ୍ମ ‘ଖୁସି’ର କାହାଣୀ। ଖୁବ ଶୀଘ୍ର ଏହି ଫିଲ୍ମଟି ବଡ ପରଦାରେ ରିଲିଜ ହେବ।

ଫ୍ୟାମିଲି: ଅବସରପ୍ରାପ୍ତି ହାଇ ପ୍ରୋଫାଇଲ ପୁଲିସ ଅଧିକାରୀଙ୍କ ପରିବାରର କାହାଣୀ। ଏହି ପରିବାରର ପୁଲିସ ଅଧିକାରୀଙ୍କ ପତ୍ନୀ, ତାଙ୍କ ବଡ ଫୁଅ ରିଙ୍କୁ, ସାନ ଝିଅ ରିଙ୍କି ଏବଂ ପତ୍ନୀଙ୍କ ମଦ୍ୟପ ଭାଇ ରୁହୁଥିଲ। ହସ ଖୁସି ଭରା ଥିଲା ଏହି ପରିବାର। କିନ୍ତୁ ହଠାତ ଏହି ପରିବାରରେ ଦିନେ ଘଟିଯାଏ ଅଘଟଣ। ସାନ ଝିଅ ରିଙ୍କି ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ଆସି ତାଙ୍କ ମାମୁ ଏବଂ ପୁଲିସର ମଦ୍ୟପ ଭାଇ ତାକୁ ଅସଦାଚରଣ କରିଥିବା ଅଭିଯୋଗ କରେ। ଏହାପରେ ମଦ୍ୟ ଭାଇର ଛାତରୁ ଖସି ମୃତ୍ୟୁ ହୋଇଯାଏ। ତେବେ ଏସବୁ ପ୍ରକୃତରେ କିଏ ଘଟଣା ଏବଂ କ’ଣ ସବୁ ଘଟିଥିଲା ତାକୁ ନେଇ ଆରମ୍ଭ ହୁଏ ତଦନ୍ତ। ଏଭଳି ହିଁ କିଛି ସସପେନ୍ସ ଥ୍ରୀଲର କାହାଣୀକୁ ତରଙ୍ଗ ସିନେ ବ୍ୟାନରେ ତିଆରି ଏହି ଫିଲ୍ମଟି ଗତିଶୀଳ।

The post ହିରୋଇନ୍ ବି କମ୍ ନୁହନ୍ତି, ଓଡ଼ିଶାରେ ସଫଳ ହେଉଛି ନାରୀ କୈନ୍ଦ୍ରିକ ଫିଲ୍ମ appeared first on Odisha Reporter.



from Odisha Reporter https://ift.tt/30iJHno

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages