ପୁଅର ମୃତଦେହକୁ ବ୍ୟାଗ୍‌ରେ ବୋହି ୩ କିମି ଚାଲିଲା ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

ପୁଅର ମୃତଦେହକୁ ବ୍ୟାଗ୍‌ରେ ବୋହି ୩ କିମି ଚାଲିଲା ବାପା

ପାଟନା: ଅସହାୟ ବାପା। ସାହାଯ୍ୟ କଲାନି ପୁଲିସ। ବାଧ୍ୟ ହୋଇ ପୁଅର ମୃତେଦହକୁ ପ୍ଲାଷ୍ଟିକ ବ୍ୟାଗରେ ପୁରାଇ ୩ କିଲୋମିଟର  ବୋହିଲା ବାପା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବିହାର କଟିହାର ଜିଲ୍ଲାରେ। ଏଠି ପ୍ରଶାସନର ସମ୍ବେଦନହୀନତାର ଛବି ସାମ୍ନାକୁ ଆସିଛି। ପୁଲିସର ସହାୟା ନପାଇ ଜଣେ ଅସହାୟ ବାପା ନିଜ ୧୩ ବର୍ଷୀୟ ପୁଅର ମୃତଦେହକୁ ବ୍ୟାଗରେ ପୁରାଇ ୧୩ କିଲୋମିଟା ବାଟ ଚାଲିବାକୁ ପଡିଛି।

ସୂଚନା ଯୋଗ୍ୟ ଯେ, ଭାଗପୁଲ ଗୋପାଲପୁର ଥାନାଅଞ୍ଚଳରେ ବାସ କରୁଥିବା ଲେରୁ ଯାବ। ଗତ ୨୬ ତାରିଖ ଦିନ ପୁଅକୁ ସାଙ୍ଗରେ ନେଇ ଡଙ୍ଗା ସାହାଯ୍ୟରେ ଗଙ୍ଗା ନଦୀ ପାର୍ ହେଉଥିଲେ । ଏତିକି ବେଳେ ତାଙ୍କର ୧୩ ବର୍ଷୀୟ ପୁଅ ହରିଓମ ଯାଦବ ଡଙ୍ଗାରୁ ପଡିଯାଇଥିଲା। ନଦୀର ପ୍ରଖର ସ୍ରୋତରେ ସେ ଭାସି ସେ ନିଖୋଜ ହୋଇଯାଇଥିଲା। ଏ ସମ୍ପର୍କରେ ବାପା ଥାନାରେ ନିଖୋଜ ମାମଲାରେ ରୁଜ୍ଜୁ କରିଥିଲେ। ଖୋଜାଖୋଜି ପରେ ପୁଅର ମୃତେଦହ ଖେରିୟା ନଦୀ ତଟରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା।

ସୂଚନା ପାଇ ବାପା ଲେରୁ ଯାଦବ ଘଟଣାସ୍ଥଳରେ ପହଞ୍ଚି ପୁଅର କପଡା ଓ ଶାରୀରିକ ଅଙ୍ଗ ଆଧାରରେ ତାକୁ ଚିହ୍ନଟ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ପ୍ରଶାସନର ସମ୍ବେଦନହୀନତା। ମୃତେଦହ ନେବା ପାଇଁ ଗୋପାଳପୁର ଥାନା ପୁଲିସ ଓ କଟିହାର କୁର୍ସେଲା ଥାନା ପୁଲିସ ଆମ୍ବୁଲାନ୍ସ ଡାକିବା ଜରୁରୀ ବୋଲି ଭାବିଲେନି। ମାମଲାର ତଦନ୍ତ ହେବ, ମୃତେଦହ ବ୍ୟବଚ୍ଛେଦ ହେବ। ତେଣୁ ମୃତଦେହକୁ ହସ୍ପିଟାଲକୁ ନେଇ ଆସ ବୋଲି ଆମ୍ବୁଲାନ୍ସ ନଡାକି ପୁଲିସ ଅସହାୟ ବାପାକୁ ନିର୍ଦ୍ଦେଶ ଦେଇଥିଲା ଏବଂ ଘଟଣାସ୍ଥଳରୁ ପୁଲିସ ପଳାଇଯାଇଥିଲା।

ଶେଷରେ ଅସହାୟ ବାପା ପୁଅର ମୃତଦେହକୁ ବ୍ୟାଗରେ ଭର୍ତ୍ତି କରି ଦୀର୍ଘ ୩ କିଲୋମିଟର ବାଟ ଚାଲି ଚାଲି ଯାଇଥିଲେ। ପୁଲିସର ସମ୍ବେଦନହୀନତାକୁ ନେଇ ଲେରୁ ଯାଦବ କହିଛନ୍ତି, ପୁଲିସ ଯେତେବେଳେ ସହାନୁଭୂତି ଦେଖାଇଲାନି ସେ ବା ଆଉ କଣ କରିଥାନ୍ତେ। ସେଥିପାଇଁ ସେ ମୃତଦେହକୁ ପ୍ଲାଷ୍ଟିକ ବ୍ୟାଗରେ ଭରି ନେଇଯାଇଥିଲେ। ସେପଟେ ଏହି ମାମଲା ସାମ୍ନାକୁ ଆସିବା ପରେ କଟିହାର ଡ଼ିଏସପି ପୁରା ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ପୁଅର ମୃତଦେହକୁ ବ୍ୟାଗ୍‌ରେ ବୋହି ୩ କିମି ଚାଲିଲା ବାପା appeared first on Odisha Reporter.



from Odisha Reporter https://ift.tt/3qpe1rp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages