ଯାଜପୁର (ଗୁଲାମ ଗସ): ପଡ଼ୋଶୀଙ୍କୁ ସାହାଯ୍ୟ କରିବାକୁ ଯାଇଥିଲେ ଜଣେ ମହିଳା ଓ ତାଙ୍କ ପୁଅ। କିନ୍ତୁ ସେମାନଙ୍କ ଜୀବନ ଚାଲିଗଲା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ଗାଁରେ।
ମୃତ ମହିଳାଙ୍କ ନାଁ ଚାନ୍ଦ ବିବି (୪୨)। ତାଙ୍କ ପୁଅ ନାଁ ୱାସିମ ଖାଁ। ତାଙ୍କୁ ମାତ୍ର ୭ ବର୍ଷ ହୋଇଥିଲା।
ଗତକାଲି ରାତିରେ ନଳିପୁର ଗାଁରେ ଜଣଙ୍କ ଘରେ ନିଆଁ ଲାଗି ଯାଇଥିଲା। ଚାନ୍ଦ ବିବି ତାଙ୍କ ପଡ଼ୋଶୀ ଥିଲେ। ନିଆଁ ଲାଗିଥିବା ଦେଖି ଚାନ୍ଦ ବିବି ସେଠାକୁ ନିଜ ପୁଅ ସହିତ ଚାଲି ଯାଇଥିଲେ। ସେମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ।
ମିଳିଥିବା ସୂଚନା ଅନୁସାରେ, ନିଆଁ ଲାଗିବା ପରେ ଉକ୍ତ ଘରକୁ ଆସିଥିବା ସର୍ଭିସ୍ ତାର ଛିଡ଼ି ଯାଇଥିଲା। ଆଉ ସେହି ଜୀବନ୍ତ ସର୍ଭିସ୍ ତାର ସଂପର୍ଶରେ ଉଭୟ ମା’ପୁଅ ଆସି ଯାଇଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।
ଚଣ୍ଡୀଖୋଲ ଦମକଳ ବାହିନୀ ଓ ବାଲିଚନ୍ଦ୍ରପୁର ପୁଲିସ୍ ଘଟଣାର ତଦନ୍ତ କରୁଛନ୍ତି। ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ। ତେବେ ବିଦ୍ୟୁତ୍ ଶର୍ଟ ସର୍କିଟ୍ ଯୋଗୁ ଘରେ ନିଆଁ ଲାଗିଥିଲା ବୋଲି ଅନୁମାନ କରାଯାଉଛି।
The post ପଡ଼ୋଶୀଙ୍କୁ ସାହାଯ୍ୟ କରିବାକୁ ଯାଇଥିଲେ, ଚାଲିଗଲା ମା’ପୁଅଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/2QpxlZc
No comments:
Post a Comment