ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ଟ୍ରାଫିକ ନିୟମ ଉଲ୍ଲଂଘନ। ବାତିଲ ହେଲା ୧୬ ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ। ଜାନୁଆରୀ-ଫେବ୍ରୁଆରୀ ମାସରେ ରାଜ୍ୟବ୍ୟାପୀ ସମସ୍ତ ଆରଟିଓର ମୋଟ ୧୬ ହଜାର ୮୨୦ ଲୋକଙ୍କ ଡିଏଲ ବାତିଲ ହୋଇଛି।
ଦ୍ରୁତ ଗତି, ମଦ ପିଇ ଗାଡ଼ି ଚାଳନା, ନାଲି ବତୀ ପାର, ଓଭର ଲୋଡ୍, ହେଲମେଟ୍ ବିନା ଡ୍ରାଇଭିଂ ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ଆଦି ବିଭିନ୍ନ କାରଣରୁ ଲାଇସେନ୍ସ ବାତିଲ କରାଯାଇଥିବା ସୂଚନା ଦେଇଛି ରାଜ୍ୟ ପରବହନ କର୍ତ୍ତୃପକ୍ଷ।
ସୁପ୍ରିମକୋର୍ଟଙ୍କ ସଡ଼କ ନିରାପତ୍ତା କମିଟି ନିର୍ଦ୍ଦେଶ ଅନୁସାରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀମାନଙ୍କର ଲାଇସେନ୍ସକୁ ୩ ମାସ ଲାଗି ସସ୍ପେଣ୍ଡ୍ କରାଯାଇଛି।
The post ସାବଧାନ…୧୬ ହଜାରଙ୍କ ବାତିଲ ହେଲାଣି ଲାଇସେନ୍ସ appeared first on Odisha Reporter.
from Odisha Reporter https://ift.tt/390eyKp
No comments:
Post a Comment