ସ୍କୁଲରେ ‘ଭଗବତ୍‌ ଗୀତା’ ପଢ଼ାଇବାକୁ କିହିଲେ ମୌନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 20, 2021

ସ୍କୁଲରେ ‘ଭଗବତ୍‌ ଗୀତା’ ପଢ଼ାଇବାକୁ କିହିଲେ ମୌନୀ

ମୁମ୍ବାଇ: ଟେଲିଭିଜନ ତଥା ବଲିଉଡ ଅଭିନେତ୍ରୀ ମୌନୀ ରୟ। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ନିଜର ହଟ୍‌ନେସ ଏବଂ ବୋଲ୍ଡ ଫଟୋକୁ ନେଇ ସବୁଦିନେ ସେ ଚର୍ଚ୍ଚାରେ ରହୁନ୍ତି। ତେବେ ନିକଟରେ ମୌନୀ ଏକ ବଡ ବୟାନ ଦେଇଛନ୍ତି। ସ୍କୁଲ ସିଲାବସରେ ଭଗବତ୍‌ ଗୀତାକୁ ନିଶ୍ଚିତ ରୂପେ ସାମିଲ କରିବାକୁ ସେ କହିଛନ୍ତି।

ଫିଲ୍ମରେ ମୌନୀ ଯେତିକି ବୋଲ୍ଡ ପ୍ରକୃତ ଜୀବନରେ ସେ ସେତିକି ଧାର୍ମିକ। ଭଗବତ୍‌ ଗୀତାକୁ ନେଇ ତାଙ୍କର ଅତୁଟ ଆସ୍ଥା ରହିଛି। ଏହି କାରଣ ଯୋଗୁଁ ମୌନୀ ଲକଡାଉନ୍‌ ସମୟରେ ଭଗବତ୍‌ ଗୀତା ପଢ଼ୁଥିବା ଦେଖିବାକୁ ମିଳିଥିଲା।

ସେ କୁହନ୍ତି ସମସ୍ତ ସ୍କୁଲ ପିଲାଙ୍କୁ ଭଗବତ୍‌ ଗୀତା ପାଠ କରାଇବା ଉଚିତ। କେବଳ ସେତିକି ନୁହେଁ ଭଗବତ୍‌ ଗୀତାକୁ ସ୍କୁଲ ସିଲାବସରେ ମଧ୍ୟ ସାମିଲ କରିବାକୁ ସେ ଅପିଲ କରିଛନ୍ତି। ଏକ ନ୍ୟୁଜ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, “ଲକଡାଉନ ସମୟରେ ମୁଁ ବେଶ୍ ଧାର୍ମିକ ହୋଇଯାଇଥିଲି। ଭଗବତ୍‌ ଗୀତା କେବଳ ଏକ ଧାର୍ମିକ ବହି ନୁହେଁ, ଏହା ଜୀବନର ସାର ଏବଂ ପ୍ରକୃତ ଜ୍ଞାନ। ମନରେ ଯେକୌଣସି ବି ପ୍ରଶ୍ନ ଥାଉ ନା କାହିଁକି, ଗୀତ ପାଠ କଲେ ସେ ସବୁର ଉତ୍ତର ମିଳିଯାଏ।”

ସେ ଆହୁରି କହିଛନ୍ତି ଯେ, ପିଲାଟି ଦିନରୁ ହିଁ ତାଙ୍କ ଘରେ ଗୀତ ପାଠ କରାଯାଉଥିବା ସେ ଦେଖି ଆସିଛନ୍ତି। ସେ ନିଜେ ପିଲାଦିନେ ଭଗବତ୍‌ ଗୀତ ପଢ଼ିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳେ ତାଙ୍କୁ କିଛି ବୁଝା ପଡି ନଥିଲା। ଏବେ ଗୀତର ମୂଲ୍ୟ ବୁଛିବା ସହ ଏହାକୁ ପୁରା ଦେଶରେ ପ୍ରମୋଟ କରିବା ପାଇଁ ଚାହୁଁଛନ୍ତି ଏହି ଅଭିନେତ୍ରୀ।

ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ସହ ଜଡିତ ଲୋକମାନେ ମଧ୍ୟ ଭଗବତ୍‌ ଗୀତା ପଢ଼ିବା ଉଚିତ। କାରଣ ଅଭିନୟ ଜଗତରେ ଲୋକେ ଏତେ ବ୍ୟସ୍ଥ ହୋଇପଡନ୍ତି ଯେ, ବେଳେବେଳେ ସେମାନେ ନିଜକୁ ବି ଭୁଲାଇ ଦିଅନ୍ତି। ଏଭଳି ସ୍ଥିତିରେ ଗୀତା ପଢ଼ିବା ଦ୍ୱାରା ବେଶ୍ ଲାଭ ମିଳିପାରିବ ବୋଲି ମୌନୀ କହିଛନ୍ତି।

The post ସ୍କୁଲରେ ‘ଭଗବତ୍‌ ଗୀତା’ ପଢ଼ାଇବାକୁ କିହିଲେ ମୌନୀ appeared first on Odisha Reporter.



from Odisha Reporter https://ift.tt/3vOgobc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages