କେରଳର ୯୧ଟି ସ୍ଥାନରେ ପ୍ରାର୍ଥୀ ଦେବ କଂଗ୍ରେସ, ୧୦ ଆସନର ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

କେରଳର ୯୧ଟି ସ୍ଥାନରେ ପ୍ରାର୍ଥୀ ଦେବ କଂଗ୍ରେସ, ୧୦ ଆସନର ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ

ଥିରୁଭନନ୍ତପୁରମ: ଆଗାମୀ କେରଳ ବିଧାନସଭାର ୧୪୦ଟି ଆସନରୁ କଂଗ୍ରେସ ଏକାକୀ ୯୧ଟି ଆସନ ପ୍ରାର୍ଥୀ ଦେବ। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସନ୍ତାକାଲି ଘୋଷଣା ହେବ ବୋଲି ଜଣାପଡ଼ିଛି। ରାଜ୍ୟ କଂଗ୍ରେସ ସଭାପତି ଏମ ରାମଚନ୍ଦ୍ରନ, ବିଧାନସଭାର ବିରୋଧୀ ଦଳ ନେତା ରମେଶ ଛେନ୍ନିଥାଲା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡୀ ଦିଲ୍ଲୀରେ ମାନସମନ୍ଥନ କରିବା ପରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛନ୍ତି।

ଏହାପରେ ସେମାନେ କହିଛନ୍ତି ଯେ ଦଳ ଆଗାମୀ କେରଳ ବିଧାନସଭା ନିର୍ବାଚନରେ ୯୧ଟି ଆସନରେ ପ୍ରାର୍ଥୀ ଦେବ। ୮୧ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ତାଲିକା ସର୍ବସମ୍ମତିକ୍ରମେ ଚୂଡ଼ାନ୍ତ ହୋଇ ସାରିଛି। ବାକି ୧୦ଟି ଆସନରେ କିଏ ପ୍ରାର୍ଥୀ ହେବେ, ତା’ ଉପରେ ଆଲୋଚନା କରାଯାଉଛି।

ରାମଚନ୍ଦ୍ରନ କହିଛନ୍ତି, ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ବସିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି କେରଳର ୯୧ଟି ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ସମସ୍ତ ପ୍ରାର୍ଥୀଙ୍କ ନାଁ ରବିବାର ଦିନ ଘୋଷଣା କରାଯିବ। କ’ଣ ୨୦୧୬ରେ ବିଜେପି ଜିତିଥିବା ଏକମାତ୍ର ଆସନ ନେମୋମ ପାଇଁ ପ୍ରାର୍ଥୀ ବଛାଯାଇ ସାରିଛି କି ବୋଲି ପ୍ରଶ୍ନର ଉତ୍ତରରେ ରମେଶ କହିଛନ୍ତି, ଏଠାରେ କେବେ ହେଲେ ଦୁର୍ବଳ ନେତାଙ୍କୁ ଟିକେଟ ଦିଆଯିବ ନାହିଁ। କେରଳରେ କୌଣସି ସାଂସଦ ପ୍ରାର୍ଥୀ ହେଉନାହାନ୍ତି। ସେହିପରି କୌଣସି ନେତା ଦୁଇଟି ଆସନରେ ବି ଲଢ଼ିବେ ନାହିଁ।

ରାଜ୍ୟରେ ଦଳ ଏକାଠି ଅଛି। ୟୁଡିଏଫର ସବୁ ସଦସ୍ୟ ଏକାଠି ଅଛନ୍ତି। ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ଆମ ମେଣ୍ଟ ବିଜୟୀ ହେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ଅନ୍ୟପକ୍ଷରେ ଆଇୟୁଏମଏଲ କେରଳରେ ୨୭ଟି ସ୍ଥାନରେ ପ୍ରାର୍ଥୀ ଦେବ। ଶୁକ୍ରବାର ଦଳ ଜଣେ ମହିଳାଙ୍କ ସହ ୨୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

କେରଳ କଂଗ୍ରେସ(ଯୋଜେଫ)କୁ ୧୦ଟି ଆସନ ମିଳିଛି। ସେହିପରି ଆରଏସପି ୫ଟି, ନ୍ୟାଶନାଲ କଂଗ୍ରେସ ପାର୍ଟି ୨ଟି ଆସନରେ ପ୍ରାର୍ଥୀ ଦେବ। କେରଳ କଂଗ୍ରେସ(ଜ୍ୟାକୋବ), ଭାରତୀୟ ନ୍ୟାଶନାଲ ଜନତା ଦଳ ଓ ସିଏମପି ମଧ୍ୟ ଗୋଟିଏ ଆସନରେ ଲଢ଼ିବେ। ଭଡକାରା ଆସନରୁ ଯଦି ଆରଏମପିର କେକେ ରେମା ପ୍ରାର୍ଥୀ ହେବେ, ତା’ହେଲେ ତାଙ୍କୁ ମେଣ୍ଟରେ ଥିବା ଦଳଗୁଡ଼ିକ ପୂର୍ଣ୍ଣ ସମର୍ଥନ କରିବେ ବୋଲି ରମେଶ କହିଛନ୍ତି।

ବର୍ତ୍ତମାନ କେରଳରେ କ୍ଷମତା ଦଖଲ କରିଥିବା ସିପିଏମ ଓ ସିପିଆଇ ପୂର୍ବରୁ କେରଳ ବିଧାନସଭା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଜେପି ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣାପଡ଼ିଛି।

The post କେରଳର ୯୧ଟି ସ୍ଥାନରେ ପ୍ରାର୍ଥୀ ଦେବ କଂଗ୍ରେସ, ୧୦ ଆସନର ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ appeared first on Odisha Reporter.



from Odisha Reporter https://ift.tt/3te0uEL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages