ସମ୍ବିତ ଓ ମହାଶ୍ୱେତାଙ୍କ ନିଆରା ପ୍ରେମ କାହାଣୀ- ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

ସମ୍ବିତ ଓ ମହାଶ୍ୱେତାଙ୍କ ନିଆରା ପ୍ରେମ କାହାଣୀ- ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନଟା ବହୁତ ସୁନ୍ଦର କିନ୍ତୁ ଅନେକ ଭଦ୍ରଲୋକ ବି ତାକୁ ବହୁତ ଅସୁନ୍ଦର ଭାବେ ଖର୍ଚ କରନ୍ତି । ସେମାନେ  ନିଜର ଜିଦ୍ ଓ କଠୋର ପଣ ଯୋଗୁଁ ନିଜ ଚାରିପାଖର ଲୋକମାନଙ୍କୁ ନିଜ ଅଜାଣତରେ ଦୁଃଖ ଦେଇଚାଲିଥାନ୍ତି । ଅବଶେଷରେ ବୃଦ୍ଧାବସ୍ଥା ବେଳକୁ ସେ ଅନୁଭବ କରିପାରନ୍ତି ଯେ ତାଙ୍କର ଉପସ୍ଥିତି କାହାରିକୁ ଖୁସି ଦଉନି । ସାଙ୍ଗ ସାଥି ପରିବାର ସମସ୍ତେ ତାଙ୍କଠାରୁ ଦୁରେଇ ରହିବାକୁ ଭଲ ପାଉଛନ୍ତି । ସେତେବେଳେ ସେ ଅନୁତାପ କରନ୍ତି- ଜୀବନଟାକୁ ଭୁଲ ଭାବେ ଖର୍ଚ କରିଦେଲି, ଅବଶିଷ୍ଟ ଆୟୂଷକୁ ମୂଳରୁ ଆଉଥରେ ଜିଇଁବାକୁ ଯଦି ସୁଯୋଗ ମିଳନ୍ତା , ତାହେଲେ ଅତୀତରେ  କରିଥିବା  ଭୁଲକୁ ଆଉ ପୁନରାବୃତି ନକରି ଜୀବନକୁ ସରଳ ସୁନ୍ଦର ଭାବେ କାଟି ହୁଅନ୍ତା ।  କିନ୍ତୁ ଏମିତି ସୁଯୋଗ କ’ଣ ଆସେ ?

ଅପକମିଂ ଓଡ଼ିଆ ଫିଲ୍ମ ‘ଚୁମକି ମାଇଁ ଡାର୍ଲିଙ୍ଗ’ରେ ଏମିତି ସୁଯୋଗଟିଏ ମିଳିଛି ଭବାନୀ ବାବୁଙ୍କୁ ।  ଯିଏ ନୀତିଆଦର୍ଶରେ ବାନ୍ଧିହେଇ କଥା କଥାକେ ଅନ୍ୟମାନଙ୍କୁ ଆଘାତ ଦେଇଆସିଥିଲେ, ନିଜର ଜିଦିଆ ଓ ଚିଡ୍ ଚିଡ୍ ପଣ ଯୋଗୁଁ ପୁଅ, ବୋହୁ, ନାତୁଣୀ , ଚାକର , ସ୍ତ୍ରୀକୁ ବି ହେୟଜ୍ଞାନ କରିଆସିଥିଲେ, ସିଏ ହଠାତ ଯୁବକ ହେଇଯାଇ ଜୀବନକୁ ଆଉଥରେ ଜିଇଁବାକୁ ସୁଯୋଗ ପାଇଛନ୍ତି। ସେ ପାଲଟି ଯାଇଛନ୍ତି ୨୫ ବର୍ଷର ଯୁବକ ଓ କେମିତି ନିଜର ପ୍ରକୃତିକୁ ପରିବର୍ତନ କରି ନିଜ ଚାରିପାଖର ମଣିଷମାନଙ୍କ ସହ ହସି ଖେଳି ଜୀବନକୁ ଖୁସିରେ ବିତାଉଛନ୍ତି ତାହା ହିଁ ‘ଚୁମକି ମାଇଁ ଡାର୍ଲିଙ୍ଗ’ ଫିଲ୍ମର ମୁଖ୍ୟ ବିଷୟ । ଯଦିଓ କାହାଣୀଟି ଭବାନୀ (ସମ୍ବିତ୍ ) ବାବୁଙ୍କର କିନ୍ତୁ ଭବାନୀଙ୍କ ସ୍ତ୍ରୀ ଚୁମକି (ମହାଶ୍ଵେତା)ଙ୍କ ଭୂମିକା ଗୁରୁତ୍ୱପୂର୍ଣ ।  ଭବାନୀଙ୍କ ସବୁ ସୁଖ ଦୁଃଖର ସାକ୍ଷୀ ଚୁମକିଙ୍କ ନାମ ଅନୁସାରେ ଏହି ଫିଲ୍ମର ଶୀର୍ଷକ ନାମକରଣ ହେଇଛି ‘ଚୁମକି ମାଇଁ ଡାର୍ଲିଙ୍ଗ’।

ନିଆରା ପ୍ରେମ କାହାଣୀ ଉପରେ ଆଧାରିତ ନୂଆ ଓଡ଼ିଆ ଫିଲ୍ମ ’ଚୁମକି ମାଇଁ ଡାର୍ଲିଙ୍ଗ‘

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଭିନ୍ନ ଏକ କଥା ବସ୍ତୁ ଉପରେ ଆଧାରିତ।  ଫିଲ୍ମରେ ଦର୍ଶକ ଏକ ନୂଆ ଯୋଡି ସହ ଏକ ନୂଆ କାହାଣୀ ଦେଖିବାକୁ ପାଇବେ।  ଫିଲ୍ମର ଲିଡ୍ ରୋଲରେ ମହାଶ୍ୱେତା ରୟ ଏବଂ ସମ୍ବିତ ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ଅଭିନେତ୍ରୀ ପିଆଲି, ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ତ୍ରିଭୁବନ ପଣ୍ଡା, ସୁଭ୍ରାଂଶୁ, ଅଳକା ଶତପଥି, ରବି ମିଶ୍ର, ସରୋଜ ଦାସ, ବାଙ୍କୁ ଓ ସୁଶିଲ।

ଏହି ଫିଲ୍ମର ମ୍ୟୁଜିକ ଦାୟିତ୍ୱରେ ଅଛନ୍ତି ଅଭିଜିତ ମଜୁନଦାର ଅଛନ୍ତି। କାହାଣୀ ଓ ଚିତ୍ର ନାଟ୍ୟ ଭାର ସମ୍ଭାଳିଛନ୍ତି ଦେବୀ ଦତ୍ତ ମହାନ୍ତି। ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଦୀପ କୁମାର ସ୍ୱାଇଁ ଓ ପ୍ରକାଶ କୁମାର ସ୍ୱାଇଁଙ୍କ ମିଳିତ ପ୍ରଯୋଜନାରେ ତିଆରି ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୧୪ରେ ବଡ ପରଦାରେ ମୁକ୍ତିଲାଭ କରିବ।  ଭିନ୍ନ ଏକ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମଟି ଦର୍ଶକଙ୍କ ନିଶ୍ଚିତ ରୂପେ ମନ ଜିଣିପାରିବ ବୋଲି ପୁରା ଷ୍ଟାରକାଷ୍ଟ ଆଶା ରଖିଛନ୍ତି।

The post ସମ୍ବିତ ଓ ମହାଶ୍ୱେତାଙ୍କ ନିଆରା ପ୍ରେମ କାହାଣୀ- ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ’ appeared first on Odisha Reporter.



from Odisha Reporter https://ift.tt/3vi752N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages