ଠକ ବାପ ପୁଅ; ଲୁଟି ସାରିଲେଣି ୩୦ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 19, 2021

ଠକ ବାପ ପୁଅ; ଲୁଟି ସାରିଲେଣି ୩୦ ଲକ୍ଷ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେତେବେଳେ ସରକାରୀ ଚାକିରି କରାଇ ଦେବାର ପ୍ରତିଶ୍ରୁତି ତ କେତେବେଳେ ନାମୀଦାମୀ ଶିକ୍ଷାନୁଷ୍ଠାନରେ ଆଡମିଶନ କରାଇ ଦେବାର ଲୋଭ ଦେଖାଇ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ଏପରି କରି ନିରୀୟ ଲୋକଙ୍କଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଲୁଟି ସାରିଲେଣି ଠକ ବାପ ପୁଅ। କେବଳ ସେତିକି ନୁହେଁ କେତେବେଳେ ଆଶାୟୀଙ୍କୁ ଫେକ୍ ଏକଜାମ କରାଇବା ସହ ଜାଲ ନିଯୁକ୍ତି ପତ୍ର ମଧ୍ୟ  ପ୍ରଦାନ କରାଯାଇଛି । ହେଲେ ନା ମିଳୁଛି ଚାକିରି, ନା ହୋଇପାରୁଛି ଆଡମିଶନ।

ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ପୁଲିସ୍‌ ଅଭିଯୁକ୍ତଦ୍ୱୟଙ୍କୁ ଖୋଜୁଥିବା ବେଳେ ସେମାନେ ଫେରାର ହୋଇଯାଇଥିବା ଜଣାଯାଇଛି। ଉଭୟ ବାପପୁଅଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି  । ଏନେଇ ପୁଲିସ୍‌ ତଦନ୍ତ ଚଲାଇଛି ।

ଏନେଇ ଅଭିଯୋଗକାରୀ କହିଛନ୍ତି,  କେତେବଳେ ଅଭିଯୁକ୍ତ କହୁଛି ଅଫିସର ବଦଳିଗଲେ, କେତେବେଳେ କହୁଛି ଅଫିସର ଟଙ୍କା ନେଇ, ଦେଉନି। ଏପରିକି ଜଣେ ଯୁବକଙ୍କୁ ଏକ ଜାଗାରେ ୩ ଦିନ ପାଇଁ ଚାକିରି ମଧ୍ୟ କରାଇ ଦେଇଥିଲା ଅଭିଯୁକ୍ତ। ଏପରିକି ଯୁବକଜଣକ ଦସ୍ତଖତ କରିଥିବା ବେଳେ ପରେ ଚାକିରି ନାହିଁ ବୋଲି ଜାଣିବାକୁ ପାଇଲେ।

ଏନେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି, ଯଦି କେହି କହୁଛି ଟଙ୍କା ଦେଲେ ସରକାରୀ ଚାକିରି କରାଇଦେବ, ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଆଡମିଶନ କରାଇଦେବ, ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏପରି ଠକାମିରେ ପଡ଼ନ୍ତୁ ନାହିଁ।

The post ଠକ ବାପ ପୁଅ; ଲୁଟି ସାରିଲେଣି ୩୦ ଲକ୍ଷ ଟଙ୍କା appeared first on Odisha Reporter.



from Odisha Reporter https://ift.tt/3eUMJXG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages