ରାଞ୍ଚି: ବିଧାନସଭା ବଜେଟ୍ ଅଧିବେଶନରେ ଯୋଗଦେବାର ଗୋଟିଏ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇଛି ଝାରଖଣ୍ଡ ବୋକାରୋର ବିଜେପି ବିଧାୟକ ବିରଞ୍ଚି ନାରାୟଣ। ସେ ଝାରଖଣ୍ଡ ବିଧାନସଭାର ମୁଖ୍ୟ ସଚେତକ। ଗତ ୧୨ ତାରିଖରେ ସେ କରୋନାର ରକ୍ଷା କବଚ କୁହାଯାଉଥିବା ଟିକାର ପ୍ରଥମ ଡୋଜ୍ ନେଇଥିଲେ। ହେଲେ ୨୪ ତାରିଖରେ କରୋନାରେ ଆକ୍ରାନ୍ତ ହେବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।
ବିରଞ୍ଚି ନାରାୟଣ କରୋନାରରେ ଆକ୍ରାନ୍ତ ହୋଇଥିବା ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଏଥିସହ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି। ପ୍ରଶାସନ ତତ୍ପରତା ପ୍ରକାଶ କରି ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି।
ସେହିପରି ତାଙ୍କ ପରିବାର ସଦସ୍ୟ, ସିକ୍ୟୁରିଟି ଗାର୍ଡ ଓ ଅନ୍ୟ ଅଧିକାରୀଙ୍କ ନମୁନା ମଧ୍ୟ ଟେଷ୍ଟ କରାଯାଇଛି। ପରୀକ୍ଷା ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିବ।
ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବୁଧବାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦିନକରେ ୧୯୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ରାଜ୍ୟରେ ଆକ୍ଟିକ କେସ୍ ସଂଖ୍ୟା ୯୬୯କୁ ବୃଦ୍ଧି ପାଇଛି।
The post ୧୨ରେ ଟିକା ନେଇଥିଲେ ୨୪ରେ କରୋନା ଆକ୍ରାନ୍ତ ହେଲେ ବିଜେପି ବିଧାୟକ appeared first on Odisha Reporter.
from Odisha Reporter https://ift.tt/3fkjw8y
No comments:
Post a Comment