ମାୟା ନଗରୀରୁ କଟକର ମୋମୋ ବିକ୍ରେତା, ସୂଚୀସ୍ମିତାଙ୍କୁ ସାହାଯ୍ୟ କରିଛନ୍ତି ବିଗ୍‌ବି ଓ ସଲମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ମାୟା ନଗରୀରୁ କଟକର ମୋମୋ ବିକ୍ରେତା, ସୂଚୀସ୍ମିତାଙ୍କୁ ସାହାଯ୍ୟ କରିଛନ୍ତି ବିଗ୍‌ବି ଓ ସଲମାନ୍‌

କଟକ(ଓଡ଼ିଶା ରିପୋର୍ଟର) ବି-ଟାଉନ୍ ସିନେମାଟୋଗ୍ରାଫରରୁ ରାସ୍ତା କଡ଼ର ମୋମୋ ବିକ୍ରେତା । ମୁମ୍ବାଇ ମାୟା ନଗରୀରୁ କଟକ ସହର। କରୋନା ବଦଳାଇ ଦେଇଛି ଲାଇଫ୍ ଷ୍ଟାଇଲ୍ । ଦିନେ ବଲିଉଡ କଳାକାରଙ୍କ ଅଭିନୟକୁ କ୍ୟାମେରାରେ କଏଦ କରୁଥିବା ସିନେମାଟୋଗ୍ରାଫର ଆଜି ସାଜିଛନ୍ତି ମୋମୋ ବିକ୍ରେତା । କଟକ ଝାଞ୍ଜିର ମଙ୍ଗଳାର ସୂଚୀସ୍ମିତା ରାଉତରାୟଙ୍କର ଇଏ ହେଉଛି ଦୁଃଖଦ କାହାଣୀ।  କରୋନା ଲକ୍‌ଡାଉନ୍ ବଦଳାଇ ଦେଇଛି ତାଙ୍କର ଜୀବନର ଗତିପଥ । ଲକ୍‌ଡାଉନ୍‌ରେ କାମ ନ ମିଳିବାରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ସୂଚିସ୍ମିତା । ବାଧ୍ୟ ହୋଇ ମୁମ୍ବାଇରୁ ଫେରିଆସିଥିଲେ କଟକ। ଆଉ ପରିବାରର ପେଟ ପୋଷିବା ପାଇଁ ସେ ଏବେ ରାସ୍ତା କଡ଼ରେ ମୋମୋ ବିକୁଛନ୍ତି।

ସୂଚୀସ୍ମିତା କହିଛନ୍ତି ଯେ, ୨୦୧୫ରେ ମୁଁ ମୁମ୍ବାଇ ଯାଇଥିଲି। ସେଠାରେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲି। ଲକ୍‌ଡାଉନ୍‌ ଯୋଗୁ ବର୍ଷେକାଳ ବନ୍ଦ ରହିବା ଯୋଗୁ ଚଳିବା କଷ୍ଟକର ହୋଇପଡ଼ିଲା। ଭାବିଥିଲି ୬ ମାସ ପରେ ପରିସ୍ଥିତି ସୁଧୁରି ଯିବ । ଏହାରି ଭିତରେ ରହିବା ପାଇଁ ଘରଭଡ଼ା ଓ ଚଳିବା ମୁସ୍କିଲ ହୋଇପଡ଼ୁ ଥିଲା। ଆଉ ଶେଷରେ ସ୍ଥିତି ଅସମ୍ଭାଳ ହେବା ଏବଂ ଲକ୍‌ଡାଉନ୍‌ରୁ ତ୍ରାହି ନମିଳିବାରୁ ମୁଁ ଫେରି ଆସିଲି।

ମୁଁ କେବେ କେବେ ଭାବି ନଥିଲି ଯେ ଏମିତି ଗୋଟିଏ ପରିସ୍ଥିତି ଆସିବ। ଆଉ ମୁଁ ମୁମ୍ବାଇରୁ କଟକ ଫେରିବି।  ତଥାପି କଟକ ଆସି ମୋମୋ ବିଜ୍‌ନେସ ଆରମ୍ଭ କରିଦେଇଛି। ତେବେ ଭିନ୍ନ ଭିନ୍ନ ପ୍ରକାର ମୋମୋ ତିଆରିର ଆଇଡିଆ କେମିତି ପାଇଲେ ପଚାରିବାରୁ ସୂଚୀସ୍ମିତା କହିଛନ୍ତି ଯେ, ମୁମ୍ବାଇରେ ମୋ ରୁମ୍‌ରେ ଜଣେ ନେପାଳି ସାଙ୍ଗ ରହୁଥିଲା।

ସେ ବିଭିନ୍ନ ଆଇଡିଆ ଲଗାଇ  ମୋମୋ ତିଆରି କରନ୍ତି। ମୁଁ ତାଙ୍କ ଠାରୁ ଶିଖିଥିଲି ବୋଲି ସୂଚୀସ୍ମିତା କହିଛନ୍ତି। ତେବେ ଯେତେବେଳେ ମୁମ୍ବାଇରେ ଯେତେବେଳେ ଆମ ପାଖରେ ପଇସା ସରି ଯାଇଥିଲା ସବୁ କ୍ର୍ୟୁ ମେମ୍ବରଙ୍କୁ ବିଗବି ଅମିତାଭ ବଚ୍ଚନ  ଓ ସଲମନ୍‌ଖାନ ପଇସା ଦେଇଥିଲେ। ସେଇହି ପଇସାରେ ମୁଁ କଟକ ଆସିଥିଲି। ତଥାପି ଭବିଷ୍ୟତରେ ଜଣେ ସିନେମାଟୋଗ୍ରାଫର ହେବା ପାଇଁ ଇଚ୍ଛା ରଖିଛି ବୋଲି ସୂଚୀସ୍ମିତା କହିଛନ୍ତି।

The post ମାୟା ନଗରୀରୁ କଟକର ମୋମୋ ବିକ୍ରେତା, ସୂଚୀସ୍ମିତାଙ୍କୁ ସାହାଯ୍ୟ କରିଛନ୍ତି ବିଗ୍‌ବି ଓ ସଲମାନ୍‌ appeared first on Odisha Reporter.



from Odisha Reporter https://ift.tt/3feg13M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages