ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଛନ୍ତି ଓଡ଼ିଆ ଝିଅ । ବେଙ୍ଗଲୁରୁରେ ରହୁଥିବା ଓଡ଼ିଆ ଝିଅ ମଧୁମିତା ଇଲେକ୍ଟ୍ରିକ୍ ଭେଇକିଲ କଂପାନି ଆରମ୍ଭ କରିଛନ୍ତି । ତାଙ୍କ କଂପାନି ପ୍ରଥମ କଂପାନି ହେବ ଯାହା ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ସ୍କୁଟି ବାହାର କରିବାକୁ ଯାଉଛି ବୋଲି ସେ ଦାବି କରିଛନ୍ତି । ସ୍କୁଟିର ସମସ୍ତ ଡିଜାଇନ୍ ଏବଂ ପାର୍ଟସ ଭାରତରେ ହିଁ ପ୍ରସ୍ତୁତ କରାଯାଉଥିବା ସେ କହିଛନ୍ତି।
ଆସନ୍ତା ଏପ୍ରିଲରେ ପ୍ରି ପ୍ରଡକ୍ସନ ମଡେଲ ଲଞ୍ଚ ହେବାକୁ ଯାଉଥିବା ବେଳେ ଆସନ୍ତା ବର୍ଷ ବଜାରକୁ ଆସିବ। ସ୍କୁଟି ଥରେ ଚାର୍ଜ ହେଲେ ୧୩୦ କିଲୋମିଟର ଯାଏଁ ଯାଇ ପାରିବ । ନିଜ ସ୍ୱାମୀ ଓ ପରିବାରର ସହଯୋଗରେ ସେ ଆଗକୁ ବଢ଼ି ପାରିଛନ୍ତି । ଏଥିଲାଗି ବାପା ମାଆଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ସ୍ୱାମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସେ।
The post ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଝିଅ appeared first on Odisha Reporter.
from Odisha Reporter https://ift.tt/3civIVy
No comments:
Post a Comment