ଏକଦା ତିରଥ ସିଂହ ରାୱତଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 10, 2021

ଏକଦା ତିରଥ ସିଂହ ରାୱତଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା ବିଜେପି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି ତିରଥ ସିଂହ ରାୱତ। ସର୍ବଦା ନିଜର ଶାନ୍ତ ସ୍ୱାଭାବ ନୀତି ପାଇଁ ଚର୍ଚ୍ଚାରେ ରହୁଥିବା ତିରଥଙ୍କୁ ଉତ୍ତରାଖଣ୍ଡର କମାଣ ଧରାଇ ବିଜେପି ମାଷ୍ଟରଷ୍ଟ୍ରୋକ ଶଟ୍‌ ଖେଳିଥିବା କୁହାଯାଉଛି। କାରଣ ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂହ ରାୱତ ଇସ୍ତଫା ଦେଇଥିଲେ। ତାଙ୍କ ବିରୋଧରେ ଦଳ ଭିତରୁ ସ୍ୱର ଉଠିଥିଲା। ଏହାକୁ ପ୍ରଶମିତ କରିବାକୁ ବିଜେପି ସାଂସଦ ଭାବେ କାର୍ଯ୍ୟ କରୁଥିବା ତିରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ସେ ଏବେ କ୍ରାଇସିସି ମ୍ୟାନେଜର ଭାବେ ଦଳକୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ କରିବେ।

କିନ୍ତୁ ୨୦୧୭ରେ ସେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲଢ଼ିବାକୁ ଆଶା କରିଥିଲେ ହେଁ ବିଜେପି ତାଙ୍କୁ ଟିକେଟ ଦେଇ ନଥିଲା। ଏବେ ରାଜ୍ୟର ସବୁଠାରୁ ଉଚ୍ଚପଦ ତାଙ୍କୁ ମିଳିଛି। ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିବା ତିରଥ ସିଂହ ରାୱତ ଉଭୟ କେନ୍ଦ୍ର ଓ ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ପଦ ପଦବୀରେ କାର୍ଯ୍ୟ କରିଛନ୍ତି।

ଉତ୍ତର ପ୍ରଦେଶରୁ ଉତ୍ତରାଖଣ୍ଡ ଅଲଗା ହେବା ପରେ ସେ ରାଜ୍ୟର ପ୍ରଥମ ଶିକ୍ଷାମନ୍ତ୍ରୀ ଭାବେ କିଛି ଦିନ ଦାୟିତ୍ୱ ନେଇଥିଲେ। ସେ ୨୦୧୩ରୁ ୨୦୧୫ ଯାଏ ରାଜ୍ୟ ବିଜେପିର ସଭାପତି ରହିଥିଲେ। ଏବେ ସେ ଦଳର ଜାତୀୟ ସାଧାରଣ ସମ୍ପାଦକ। ୨୦୧୨ରେ ସେ ଛାଉବାଟ୍ଟାଖଲ ଆସନରୁ ବିଜୟୀ ହୋଇଥିଲେ।

୨୦୧୭ରେ ସେ ପୁଣି ଏଠାରୁ ଲଢ଼ିବେ ବୋଲି ଆଶା କରିଥିଲେ। କିନ୍ତୁ ଦଳ ଏହି ଆସନ ପାଇଁ ହେଭିୱେଟ ନେତା ସତପଲ ମହାରାଜଙ୍କୁ ଟିକେଟ ଦେଇଥିଲା। ଏଥିରେ ଶ୍ରୀ ରାୱତ ନିରାଶ ହୋଇଥିଲେ। କିନ୍ତୁ ଖୋଲାଖୋଲି କେବେ ହେଲେ ବିଦ୍ରୋହ କରିନଥିଲେ।

ଦଳ ମଧ୍ୟ ଏକଥା ବୁଝି ତାଙ୍କୁ ତୁରନ୍ତ ବିଜେପିର ଜାତୀୟ ସାଧାରଣ ସମ୍ପାଦକ କରାଯାଇଥିଲା। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ପାଉରି ଘରୱାଲ ଆସନରୁ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ କରାଯାଇଥିଲା।

ଏହି ନିର୍ବାଚନରେ ତାଙ୍କର ମୁକାବିଲା ବିଜେପି ଭେଟରାନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁବନ ଚନ୍ଦ୍ର ଖାଣ୍ଡୁରିଙ୍କ ପୁଅ ମନୀଷଙ୍କ ସହ ହୋଇଥିଲା। ମନୀଷ କଂଗ୍ରେସ ଟିକେଟରୁ ଏଠାରେ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ବେଳେ ଭୁବନ ଚନ୍ଦ୍ର ଖାଣ୍ଡୁରି ଉଭୟ ରାୱତ ଓ ତାଙ୍କ ପୁଅ ମନୀଷଙ୍କ ଠାରୁ ସମଦୂରତା ଅବଲମ୍ବନ କରିଥିଲେ।

ତଥାପି ରାୱତ ୩,୦୨,୬୬୯ ଖଣ୍ଡ ଭୋଟ ବ୍ୟବଧାନରେ ମନୀଷଙ୍କୁ ପରାସ୍ତ କରିଥିଲେ। ତିରଥ ସିଂହ ରାୱତଙ୍କ ପତ୍ନୀ ରଶ୍ମୀ ସାଇକୋଲଜିର ପ୍ରଫେସର। ସେ ମଧ୍ୟ ରାୱତଙ୍କ ଶାନ୍ତ ସ୍ୱଭାବ ନୀତିକୁ ବେଶ ପସନ୍ଦ କରୁଥିବା ଅନେକ ଥର ଗଣମାଧ୍ୟମରେ କହିଛନ୍ତି।

The post ଏକଦା ତିରଥ ସିଂହ ରାୱତଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା ବିଜେପି appeared first on Odisha Reporter.



from Odisha Reporter https://ift.tt/3qBCnOv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages