ନୂଆଦିଲ୍ଲୀ:ଶରୀର ହିଁ ସମ୍ପଦ। ଶରୀରକୁ ସୁସ୍ଥ ରଖିବାକୁ ପୋଷଣଯୁକ୍ତ ଖାଦ୍ୟ ସଠିକ୍ ମାତ୍ରାରେ ଖାଇବା ଉଚିତ। ଏବେ ପ୍ରାୟତଃ ସମସ୍ତେ ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହିଯାଉଥିବା ବେଳେ ଶରୀର ଯତ୍ନ ନେବା କଥା ପ୍ରାୟତଃ ଭୁଲି ଯାଉଛନ୍ତି। ଏଥିରେ ଢିଲାପଣ ଯୋଗୁ ବିଭିନ୍ନ ପ୍ରକାର ରୋଗ ମାଡ଼ି ବସୁଛି। ଏଥିନିମନ୍ତେ ସଠିକ୍ ଭାବେ ନିଜ ଖାଦ୍ୟପେୟର ଯତ୍ନ ନେଲେ ହିଁ ଶରୀରର ସବୁ ଅଙ୍ଗ ଠିକ୍ ଭାବେ କାମ କରେ।
କିଡନୀ ଶରୀରର ଏକ ପ୍ରମୁଖ ଅଙ୍ଗ ଅଟେ। ଏହା ଶରୀରର ବର୍ଜ୍ୟବସ୍ତ ବାହାର କରିବାରେ ପ୍ରମୁଖ ଭୂମିକା ନିଭାଇଥାଏ। ଯାହାର କିଡନୀ ଖରାପ ହେବାର ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ସେ ଖାଦ୍ୟପେୟରେ ନିୟନ୍ତ୍ରଣ ରଖିଲେ ବହୁ ବଡ଼ ସମସ୍ୟାରୁ ବର୍ତ୍ତି ପାରନ୍ତି। କିନ୍ତୁ କିଛି ଲୋକଙ୍କୁ କିଡନୀ ଖରାପ ହେବା ସମ୍ପର୍କୀତ ସୂଚନା ପ୍ରାୟତଃ ଶେଷରେ ଜଣାପଡ଼ିଥାଏ। ଫଳରେ ଡାୟଲିସିସି ହିଁ ଏକମାତ୍ର ବାଟ ରହିଯାଏ।
କିଡ଼ନୀ ଖରାପ ହେଲେ ଖାଦ୍ୟପେୟରେ ଲାଗୁ ହୋଇଯାଏ ବହୁ କଟକଣା। ଏପରି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ମାନ ଚଳିବା ଅନୁଯାୟୀ, କିଛି ଖାଦ୍ୟପେୟ ଉପରେ ମଧ୍ୟ କଟକଣା ଲାଗୁ କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଏ ସମ୍ପର୍କରେ।
-ଫଳ ମଧ୍ୟରେ ଆବୋକାଡୋ ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ମାତ୍ର ଏଥିରେ ପୋଟାସିୟମ ମାତ୍ରା ଅଧିକ ଥିବାରୁ କିଡନୀ ରୋଗୀଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ। ଏକ କପ୍ ଆବୋକାଡୋରେ ୩୭ ପ୍ରତିଶତ ପୋଟାସିୟମ ରହିଥାଏ।
-କଦଳୀରେ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ତେଣୁ କିଡନୀ ରୋଗୀ ଏହାକୁ ନା କହିବା ଦରକାର। ଏହା ବଦଳରେ ଆପଣ ସପୁରୀ ଖାଇପାରିବେ।
– କିଡନୀ ରୋଗୀ ବଜାରରେ ମିଳୁଥିବା ଯେକୌଣସି ବ୍ରେଡ ଖାଇବା ଆଗରୁ ଥରଟେ ଭାବି ନିଅନ୍ତୁ। ସେମାନେ କମ୍ ସୋଡିୟମଯୁକ୍ତ ବ୍ରେଡ ଖାଇପାରିବେ।
– ବ୍ରାଉନ୍ ରାଇସ୍ରେ ବହୁ ମାତ୍ରାରେ ପୋଟାସିୟମ ଓ ଫସଫରସ ଥାଏ। ତେଣୁ କିଡନୀ ରୋଗୀ ଧଳା ଚାଉଳରୁ ପ୍ରସ୍ତୁତ ଭାତ, ଦଲିଆ ଆଦି ଖାଇପାରିବେ।
-ଦୁଗ୍ଧଜାନୀୟ ଖାଦ୍ୟପଦାର୍ଥରେ ଫସ୍ଫରସ୍, ପୋଟାସିୟମ ଓ ପ୍ରୋଟିନ୍ ବହୁ ମାତ୍ରାରେ ମିଳିଥାଏ। କ୍ଷୀରରେ ବହୁ କ୍ୟାଲସିୟମ ମହଜୁଦ ଥିବା ସତ୍ତ୍ୱେ ଏଥିରେ ଭରପୂର ମାତ୍ରାରେ ଥିବା ଫସଫରସ କିଡନୀ ରୋଗୀଙ୍କ ହାଡ଼କୁ ଦୁର୍ବଳ କରିଦେଇଥାଏ।
-କମଳାରେ ପ୍ରଚର ମାତ୍ରାରେ ପୋଟାସିୟମ ଥାଏ ଯାହାକି କିଡନୀ ପାଇଁ ହାନୀକାରକ ହୋଇଥାଏ। ଅଙ୍ଗୁର, କ୍ରେନବେରୀ ଫଳ ତଥା ଏହାର ଜୁସ୍କୁ ଏହାର ବିକଳ୍ପ ଭାବେ ଗ୍ରହଣ କରିପାରନ୍ତି କିଡନୀ ରୋଗୀ।
-ପ୍ରୋସେସଡ ମିଟ୍ରେ ଲୁଣ ଓ ପ୍ରୋଟିନ ବହୁ ମାତ୍ରାରେ ମହଜୁଦ ଥାଏ। ତେଣୁ ଏହାକୁ ଖାଇବାରୁ ନିବୃତ୍ତ ରହିବା ଉଚିତ।
-ଡାର୍କ ରଙ୍ଗର ସୋଡ଼ାରେ ଉଚ୍ଚ ମାତ୍ରାରେ ଫସଫରସ ଥିବାରୁ ଏହା କିଡନୀ ପାଇଁ ବହୁ କ୍ଷତିକାରକ।
-ପ୍ୟାକେଟ୍ ଫୁଡ ଯେପରି ସୁପ୍, ପନିପରିବା ଆଦିରେ ସୋଡିୟମ ବହୁ ମାତ୍ରାରେ ମହଜୁଦ ଥାଏ। ଏହାକୁ ଖାଇବା କିଡନୀ ରୋଗୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ତେଣୁ ଆପଣ କିଡନୀଜନିତ ସମସ୍ୟା ଭୋଗୁଥିଲେ ନିଜ ଖାଦ୍ରପେୟରେ ସତର୍କତା ଅବଲମ୍ବନ କରନ୍ତୁ।
The post ଆପଣ କିଡନୀ ରୋଗୀ କି? ଜାଣି ରଖନ୍ତୁ କେଉଁ ଖାଦ୍ୟକୁ କହିବେ ନା appeared first on Odisha Reporter.
from Odisha Reporter https://ift.tt/3qB2HZd
No comments:
Post a Comment