ଆଣ୍ଟିଲିଆ କେସ୍‌: ଜବତ ହେଲା ଆଉ ଏକ କଳା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ଆଣ୍ଟିଲିଆ କେସ୍‌: ଜବତ ହେଲା ଆଉ ଏକ କଳା କାର୍‌

ମୁମ୍ବାଇ: ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଲଦା କାର୍‌ ମିଳିବା ଘଟଣାରେ ଏଟିଏସ୍ ହାତରେ ଆଉ ଏକ ପ୍ରମାଣ ଲାଗିଛି। ମନସୁଖ ହତ୍ୟା ମାମଲାର ତଦନ୍ତ କରୁଥିବା ଏଟିଏସ୍‌  ଡାମନ ଅଂଚଳରୁ କଳା ରଙ୍ଗର ଆଉ ଏକ ଭଲ୍‌ବୋ କାର୍‌ ଜବତ କରିଛି।

ଜବତ ହୋଇଥିବା କାର୍‌ଟି ଜଣେ ବଡ଼ ବ୍ୟବସାୟୀଙ୍କର ବୋଲି କୁହାଯାଉଛି। ତେବେ ମନସୁଖ ହିରେନ୍‌ଙ୍କ ହତ୍ୟା ମାମଲାରେ ଏହି କାର୍‌ର ଭୂମିକା କ’ଣ ଥିଲା ସେ ନେଇ ଏଟିଏସ୍‌ ତଦନ୍ତ ଜାରି ରଖିଛି। ଆଜିର ଭଲବୋ କାର୍‌କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ଯାଏଁ ୬ଟି କାର୍‌ ଜବତ ହୋଇ ସାରିଲାଣି।

ସୂଚନାଯୋଗ୍ୟ ଯେ, ଗତ ୨୫ ଫେବ୍ରୁଆରୀ ଦିନ ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ ବିସ୍ଫୋରକ ଭର୍ତ୍ତି ହୋଇଥିବା ସ୍କର୍ପିଓ କାର୍‌ ଜବତ ହୋଇଥିଲା। ଏଥିସହ ଏହି କାର୍‌ ଭିତରୁ ଆମ୍ବାନୀଙ୍କ ପରିବାରଙ୍କ ନାଁରେ ଧମକୂପର୍ଣ୍ଣ ଚିଠି ମଧ୍ୟ ଜବତ ହୋଇଥିଲା।

ଉକ୍ତ ସ୍କର୍ପିଓ କାର୍‌ର ମାଲିକ ମନସୁଖ ହିରେନ୍‌ ଥିଲେ, ଯିଏକି ଗତ ଫେବ୍ରୁଆରୀ ୧୭ ତାରିଖ ଦିନ ତାଙ୍କ କାର୍‌ ଚୋରି ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ କରିଥିଲେ। ଏହାପରେ ମାର୍ଚ୍ଚ ୫ ତାରିଖରେ ଠାଣେ ଅଞ୍ଚଳରୁ ମନସୁଖ ହିରେନ୍‌ଙ୍କ ମୃତଦେହ ମିଳିଥିଲା।

ଏହି ସମସ୍ତ ମାମଲାର ତଦନ୍ତ ଉଭୟ ଏଟିଏସ୍‌ ଏବଂ ଏନ୍‌ଆଇଏ ମିଳିତ ଭାବେ କରୁଛନ୍ତି। ଏହି ପୂରା ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀ ସଚିନ ବାଜେଙ୍କ ସମ୍ପୃକ୍ତି ଥିବା ନେଇ ଏନ୍‌ଆଇଏ ସନ୍ଦେହ କରୁଛି। ଏହାପୂର୍ବରୁ ଏନ୍‌ଆଇଏ ହାତରେ ଏକ କଳା ମର୍ସଡିଜ୍ ବେଞ୍ଜ ଲାଗିଥିଲା। ଏହି କାର୍‌କୁ ବାଜେ ବ୍ୟବହାର କରୁଥିବା ନେଇ ଏନ୍‌ଆଇଏ ସୂଚନା ଦେଇଥିଲା। କାର୍‌ ଭିତରୁ କିଛି ଚୋରା ନମ୍ବର ପ୍ଲେଟ, ଟଙ୍କା ଗଣିବା ମେସିନ ଏବଂ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଥିଲା।

The post ଆଣ୍ଟିଲିଆ କେସ୍‌: ଜବତ ହେଲା ଆଉ ଏକ କଳା କାର୍‌ appeared first on Odisha Reporter.



from Odisha Reporter https://ift.tt/397NnNM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages