ରାଜଧାନୀରେ ପ୍ରେମୀଯୁଗଳଙ୍କ ହାଇଡ୍ରାମା, ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ରାଜଧାନୀରେ ପ୍ରେମୀଯୁଗଳଙ୍କ ହାଇଡ୍ରାମା, ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜ ରାସ୍ତାରେ ପ୍ରେମୀ ଯୁଗଳଙ୍କ ଜବରଦସ୍ତ ହାଇଡ୍ରାମା ଦେଖିବାକୁ ମିଳିଛି। ରାଜଧାନୀ ରାଜରାସ୍ତାରେ କୌଣସି ଫିଲ୍ମର କାହାଣୀ ଭଳି ଦୃଶ୍ୟ ଦେଖିବାକୁ ପାଇଛନ୍ତି ଲୋକେ। ପ୍ରଥମେ କଥାବାର୍ତ୍ତା ତା’ ପରେ ରାଗରୁଶା। ଆଉ ତା’ପରେ ଆତ୍ମହତ୍ୟା ପାଇଁ ଉଦ୍ୟମ। ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ଭରତପୁର ମୁଖ୍ୟ ରାସ୍ତାରେ।

ସୋମବାର ଦିନ ଦ୍ୱିପ୍ରହରରେ ଏହି ହାଇଡ୍ରାମା ଦେଖିବାକୁ ମିଳିଥିଲା। ଯାହାକୁ ନିକଟରେ ଥିବା ଲୋକେ ଦେଖିବା ସହ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ରାସ୍ତା ଉପରେ ଯୁବକ-ଯୁବତୀ କିଛି ସମୟ କଥାବାର୍ତ୍ତା କରୁଥଲେ। ହେଲେ ଏହି ସମୟରେ ଯୁବତୀ ଜଣକ ହଠାତ୍ କାନ୍ଦି ପକାଇଥିଲେ। ତା’ପରେ ନିଜ ବ୍ୟାଗରେ ଥିବା ଡିସଇନଫେକ୍ଟେଣ୍ଟ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଯୁବତୀ।

ଏହା ପରେ ଯୁବତୀ ଜଣକ ସେଠାରୁ ଦୌଡ଼ି ଯାଇ ଏକ ଉଚ୍ଚ ସ୍ଥାନରୁ ତଳକୁ ଡେଇଁବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁରୁଷ ବନ୍ଧୁ ଜଣକ ଯୁବତୀଙ୍କୁ ଅଟକାଇଥିଲେ। କିଛି କ୍ଷଣ ଭିତରେ ଯୁବତୀ ଜଣକ ଅଚେତ୍ ହେବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ। ଘଟଣା ସ୍ଥଳରେ ଅସୁସ୍ଥ ହୋଇ ପଡ଼ିଥିବା ଯୁବତୀଙ୍କୁ ଯୁବକ ଓ ତାଙ୍କର ଜଣେ ବନ୍ଧୁ ହସ୍ପିଟାଲ ନେବାକୁ ବାହାରିଥିବା ବେଳେ ଯୁବତୀଙ୍କୁ ଚେତା ଆସିଥିଲା। ଏହା ପରେ ଯୁବତୀଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରୁ ତାଙ୍କୁ ଘରକୁ ଡିସଚାର୍ଜ କରିଦିଆଯାଇଛି।

ତେବେ ରାଜଧାନୀ ରାଜରାସ୍ତାରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। କେଉଁ କାରଣ ପାଇଁ ଏଭଳି ହାଇଡ୍ରାମା ଘଟଣା ଘଟିଲା ତା’ର ତଦନ୍ତ ଜାରି ରହିଛି। ଏହି ଘଟଣା ସମନ୍ଧରେ ଯୁବତୀ ଓ ପୁରୁଷ ବନ୍ଧୁ କିଛି ବି ମନ୍ତବ୍ୟ ଦେଇନାହାନ୍ତି। ଏହି ଘଟଣାର କିଛି ଫଟୋ ଭାଇରାଲ୍ ହୋଇଛି।

The post ରାଜଧାନୀରେ ପ୍ରେମୀଯୁଗଳଙ୍କ ହାଇଡ୍ରାମା, ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Odisha Reporter.



from Odisha Reporter https://ift.tt/3reN3Dd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages