‘ନମ୍ବର-୧ ହେବା ସ୍ୱପ୍ନ ଦେଖିବା କୌଣସି ବିପଦଠୁ କମ୍ ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

‘ନମ୍ବର-୧ ହେବା ସ୍ୱପ୍ନ ଦେଖିବା କୌଣସି ବିପଦଠୁ କମ୍ ନୁହେଁ’

ମୁମ୍ବାଇ: ‘ରାସ୍ତାରେ ଚାଲିବା ଗୋଟିଏ କଥା ଏବଂ ରାସ୍ତା ତିଆରି କରିବା ଆଉ ଏକ କଥା। ତେଣୁ ନିଜ ପାଇଁ ରାସ୍ତା ତିଆରି କରିବା କଥା ଚିନ୍ତା କରିବା ଉଚିତ। ନମ୍ବର ୱାନର ସ୍ୱପ୍ନ ଦେଖିବା ବିପଦଠୁ କମ୍ ନୁହେଁ।’ କିଛି ଏଭଳି ଦମଦାର ଡାଏଲଗ ସହ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବାୟୋପିକ ଫିଲ୍ମ ‘ସାଇନା’ର ଟ୍ରେଲର। ମହିଳା ଦିବସର ଅବସରରେ ରିଲିଜ ହୋଇଥିବା ଏହି ଟ୍ରେଲର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଏହି ଟ୍ରେଲରକୁ ନେଇ ଦର୍ଶକଙ୍କ ଅନେକ ରିଆକସନ ମଧ୍ୟ ଆସିବାରେ ଲାଗିଛି।

ଟ୍ରେଲରରେ ବଲିଉଡ ଅଭିନେତ୍ରୀଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି, ଯାହାକୁ ଲୋକେ ପ୍ରଶଂସା କରିଛନ୍ତି। ଏଥିରେ ସେ ପୁରାପୁରି ଭାରତୀୟ ଷ୍ଟାର ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଭଳି ଦେଖାଯାଉଛନ୍ତି। କିଭଳି ସାଇନାଙ୍କ ମା’ ତାଙ୍କୁ ଖେଳ ମଇଦାନକୁ ଓହ୍ଲାଇବା ପାଇଁ ସାଇନାଙ୍କୁ ପିଲାଟି ବେଳୁ ଉତ୍ସାହିତ କରୁଛନ୍ତି, ତାହା ଟ୍ରେଲରରେ ଦେଖିବାକୁ ମିଳିଛି। ଟ୍ରେଲରରେ ସାଇନାଙ୍କ କ୍ୟାରିଅର ଠାରୁ ଆରମ୍ଭ କରି ଚାମ୍ପିଅନସିପ ଜିତିବା ଯାଏଁର ସମ୍ପୂର୍ଣ୍ଣ କାହାଣୀକୁ ସ୍ଥାନିତ କରାଯାଇଛି।

ସାଇନା ନେହୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସାଇନା’ର ଲିଡ୍ ରୋଲରେ ପରିଣିତି ଚୋପ୍ରା ଅଛନ୍ତି। ଅମୋଲ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ମେଘନା ମଲିକ, ମାନବ କୌଲ ଏବଂ ପରେଶ ରାୱଲ ଅଛନ୍ତି। ଆସନ୍ତା ୨୬ ତାରିଖରେ ଫିଲ୍ମଟି ସିନେମା ଘରେ ରିଲିଜ ହେବ।

The post ‘ନମ୍ବର-୧ ହେବା ସ୍ୱପ୍ନ ଦେଖିବା କୌଣସି ବିପଦଠୁ କମ୍ ନୁହେଁ’ appeared first on Odisha Reporter.



from Odisha Reporter https://ift.tt/3sZNJ0q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages