ପୁୁଣି ଘାଇଲା କଲେ ଅକ୍ଷର, ଘାଇଲା ହେଲା ଇଂଲିଶ ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

ପୁୁଣି ଘାଇଲା କଲେ ଅକ୍ଷର, ଘାଇଲା ହେଲା ଇଂଲିଶ ଟିମ୍

ଅହମଦାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ (ମୋଟେରା)ରେ ଏହି ମ୍ୟାଚ ଚାଲିଛି। ପ୍ରଥମ ଦିନରେ ଭାରତ ପକ୍ଷରୁ ଜବରଦସ୍ତ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି।

ହେଲେ ଟସ୍ ଜିତି ଇଂଲଣ୍ଡ ମୋଟେରାରେ ଭଲ ଆରମ୍ଭ କରିପାରିନି। ହୋମ୍ ଗ୍ରାଉଣ୍ଡରେ ପୁଣିଥରେ ଚମକ ଦେଖାଇଛନ୍ତି ଅକ୍ଷର ପଟେଲ। ଓପନିଂ ବୋଲିଂ ମହମ୍ମଦ ସିରାଜ କରିଥିଲେ। ଆଉ ପ୍ରଥମ ଓଭରର ଦ୍ୱିତୀୟ ବଲରେ ଇଂଲିଶ ଦଳର ଓପନର ଜ୍ୟାକ୍ କ୍ରୋଲେଙ୍କ ବିରୋଧରେ ଏଲବିଡବ୍ଲ୍ୟୁ ଅପିଲ୍ କରିଥିଲେ। ଏହାପରେ ଡିଆରଏସ ମାଗି ଭାରତ ନିରାଶ ହୋଇଛି। ହେଲେ ଅଧିନାୟକ କୋହଲି ବୋଲିଂରେ ପରିବର୍ତ୍ତନ କରି ଦ୍ୱିତୀୟ ଓଭରର ବୋଲିଂ ଦାୟିତ୍ୱ ସ୍ପିନର ଅକ୍ସର ପଟେଲଙ୍କୁ ଦେଇଥିଲେ। ଯାହାକି କୋହଲିଙ୍କ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଛନ୍ତି।

ଅକ୍ଷରଙ୍କ ସ୍ପିନ ବୁଝିନପାରି ଇଂଲଣ୍ଡ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ହରାଇଛି। ପ୍ରଥମ ୱିକେଟ୍ ଓପନର୍ ଡୋମ୍ ସିବିଲଙ୍କର ଥିଲା। ମାତ୍ର ୨ ରନ୍ କରିବା ପରେ ଆଉଟ୍ ହୋଇଥିଲେ ଜ୍ୟାକ୍ କ୍ରୋଲେ। ପରେ ୯ ରନ କରି ମହମ୍ମଦ ସିରାଜଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ ଓପନର ଜ୍ୟାକ୍ କ୍ରୋଲେ।

ଟେଷ୍ଟ ମ୍ୟାଚ୍ ସିରିଜରେ ଭାରତ ଅଗ୍ରଣୀ ରହିଛି। ଭାରତ ଏବେ ୨-୧ ରେ ଆଗୁଆ ରହିଛି। ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ଟେଷ୍ଟରେ ଭାରତ ପ୍ରଥମ ସଫଳତା ହାସଲ କରିଛି।  ଏହି ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜ ଦଳରେ ସାମିଲ ହୋଇଛନ୍ତି।

The post ପୁୁଣି ଘାଇଲା କଲେ ଅକ୍ଷର, ଘାଇଲା ହେଲା ଇଂଲିଶ ଟିମ୍ appeared first on Odisha Reporter.



from Odisha Reporter https://ift.tt/3v383js

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages