ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଦର ବଢ଼ିବା ପରେ ସାରା ଦେଶ ଅପେକ୍ଷା କରିଛି କେବେ ଦର କମିବ। ଏହାରି ଭିତରେ ତେଲ ଦର କମାଇବା ନେଇ ରାସ୍ତା ବାହାର କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏବେ ଏହାକୁ ନେଇ ଅର୍ଥମନ୍ତ୍ରାଳୟ ସହ ଆଲୋଚନା ଚାଲିଛି। ଯଦି ସଫଳ ହେବ ତାହେଲେ ତେଲ ଦର ୮ ଟଙ୍କା ୫୦ ପଇସା ପାଖାପାଖି ଶସ୍ତା ହୋଇପାରେ।
ରଏଟର୍ସର ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଅର୍ଥ ମନ୍ତ୍ରାଳୟ ବିଚାର କରୁଛି। ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ଏକାଠି କଥା ହେବା ଉଚିତ୍। ଦୁଇ ସରକାର ମିଶି ଟିକସ ହ୍ରାସ କରିବାକୁ ସେ ପରାମର୍ଶ ଦେଇଥିଲେ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୬୦ ପ୍ରତିଶତ ଟିକସ ରହିଛି। ପେଟ୍ରୋଲ ମୂଲ୍ୟ ଉପରେ କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଥିବବେଳେ ରାଜ୍ୟ ସରକାର ଭାଲ୍ୟୁ ଆଡ୍ ଟ୍ୟାକ୍ସ ଅର୍ଥାତ୍ ଭ୍ୟାଟ୍ ଆଦାୟ କରନ୍ତି।
ଲିଟର ପିଛା ୮.୫୦ ଟଙ୍କା କମିବା ନେଇ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ବାବଦରେ ବଜାର ଏକ୍ସପୋର୍ଟ କହିଛନ୍ତି ଯେ ଏହା ଦ୍ୱାରା ରାଜସ୍ୱ ଉପରେ ପ୍ରଭାବ ପକାଇବ ନାହିଁ। ଆଇସିଆଇସିଆଇ ସିକ୍ୟୁରିଟିଜ୍ କହିଛି, ‘ଆମେ ଅନୁମାନ କରୁଛୁ ଯେ ଯଦି ୨୦୨୧-୨୨ ଆର୍ଥିକ ବର୍ଷରେ ଯାନବାହାନ ଇନ୍ଧନ ଉପରେ ଏକ୍ସାଇଜ୍ ଡ୍ୟୁଟି କାଟ ନହେବ, ତେବେ ଏହା ୩.୨ ଲକ୍ଷ କୋଟି ଟଙ୍କା ବଜେଟ୍ ଆକଳନ ତୁଳନାରେ ୪.୩୫ ଲକ୍ଷ କୋଟିରେ ପହଞ୍ଚିବ। ସେହିପରି ଯଦି ଏପ୍ରିଲ ୧, ୨୦୨୧ କିମ୍ବା ତା’ପୂର୍ବରୁ ଲିଟର ପିଛା ୮.୫ ଟଙ୍କା ହ୍ରାସ କରାଯାଏ, ତେବେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ଆକଳନ ହାସଲ ହେବ।’
ଗତ ୧୨ ମାସ ମଧ୍ୟରେ ମୋଦି ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ଦୁଇଥର ବୃଦ୍ଧି କରିଛନ୍ତି। ଗତ ବର୍ଷ ମାର୍ଚ୍ଚରୁ ମେ ୨୦୨୦ ମଧ୍ୟରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୩ ଟଙ୍କା ଏବଂ ଡିଜେଲ ୧୬ ଟଙ୍କା ଲିଟରକୁ ବୃଦ୍ଧି କରାଯାଇଥିଲା। ଏବେ ପେଟ୍ରୋଲ ଉପରେ ମୋଟ ୩୨.୯୦ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୩୧.୮୦ ଟଙ୍କା ଲାଗୁ ହୋଇଛି।
ମାର୍ଚ୍ଚ ୧ ରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୧.୧୭ ଟଙ୍କା ଥିଲା। ଏଥିମଧ୍ୟରୁ ତେଲର ମୂଳ ମୂଲ୍ୟ ମାତ୍ର ୩୩.୨୬ ଟଙ୍କା। ଏହା ଉପରେ ତେଲର ଟିକସ ବାବଦରେ କେନ୍ଦ୍ରର ୩୨.୯୦ ଟଙ୍କା ଏବଂ ରାଜ୍ୟର ୨୧.୦୪ ଟଙ୍କା ଭ୍ୟାଟ୍ ଲାଗୁ କରାଯାଇଛି। ସେହିଭଳି ଡିଜେଲର ମୂଲ୍ୟ ଲିଟର ପିଛା ୮୧.୪୭ ଟଙ୍କା ଥିଲା। ଏଥିରେ ମୂଳ ମୂଲ୍ୟ ହେଉଛି ୩୪.୯୭ ଟଙ୍କା। ଏକ୍ସାଇଜ୍ ଡ୍ୟୁଟି ହେଉଛି ୩୧.୮୦ ଟଙ୍କା ଏବଂ ଭ୍ୟାଟ୍ ୧୧.୯୪ ଟଙ୍କା।
ନଭେମ୍ବର ୨୦୧୪ ରୁ ଜାନୁଆରୀ ୨୦୧୬ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ହେବାର ସୁଯୋଗ ନେଇ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କକୁ ୯ ଗୁଣ ବୃଦ୍ଧି କରିଛନ୍ତି। ମୋଟାମୋଟି ଭାବେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୧.୭୭ ଟଙ୍କା ଏବଂ ଡିଜେଲ ଉପରେ ୧୫ ମାସରେ ୧୩.୪୭ ଟଙ୍କା ବୃଦ୍ଧି କରାଯାଇଛି।
The post ପେଟ୍ରୋଲ, ଡିଜେଲ ୮.୫୦ ପଇସା ଶସ୍ତା ହୋଇପାରେ appeared first on Odisha Reporter.
from Odisha Reporter https://ift.tt/2Pt6sD3
No comments:
Post a Comment