ହୋଲି ହେଲା କାଳ; ହାତରୁ ମେହେନ୍ଦି ଲିଭିବା ଆଗରୁ ଲିଭିଗଲା ମଥାର ସିନ୍ଦୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 29, 2021

ହୋଲି ହେଲା କାଳ; ହାତରୁ ମେହେନ୍ଦି ଲିଭିବା ଆଗରୁ ଲିଭିଗଲା ମଥାର ସିନ୍ଦୁର

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ହୋଲି ହେଲା କାଳ । ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଲେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ । ହାତରୁ ବାହାଘରର ମେହେନ୍ଦି ଲିଭିନି। କିନ୍ତୁ ଲିଭିଗଲା ତାଙ୍କ ପତ୍ନୀଙ୍କ ମଥାର ସିନ୍ଦୁର । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସହର ମ୍ୟୁନସିପାଲିଟି କଲୋନୀରେ ।

ସିଭିଲ କୋର୍ଟରେ କିରାଣୀ ଭାବେ ଚାକିରୀ କରୁଥିବା ସମୀର ରଞ୍ଜନ ପଧାନ  ମାସେ ପୂର୍ବେ ବାହା ହୋଇଥିଲେ । ଗତକାଲି ରଂଗ ଖେଲିବା ପରେ ଭୋଜିଭାତ କରିବା ପାଇଁ ସାଂଗ ମାନଙ୍କ ସହିତ ଦେଓଗାଁ ଥାନା ଶିବତଳା ଗାଁ ହରଗୌରୀ ମନ୍ଦିର ନିକଟକୁ ଯାଇଥିଲେ । ସେହି ସମୟରେ ନିକଟରେ ପୋଖରୀରେ ଗାଧୋଇଥିବା ବେଳେ ପାଣିରେ ବୁଡି ସମୀରଙ୍କ ମୃତ୍ୟୁ ହୋଇଥିବା ସାଂଗମାନେ କହୁଛନ୍ତି । ଟାଉନ ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ବିଳମ୍ୱିତ ରାତିରେ ଶବ ସତ୍କାର କରାଯାଇଥିଲା ।

ଏକ ମାତ୍ର ପୁଅକୁ ହରାଇ ବାପା,ମା’ ଭାଙ୍ଗିପଡିଥିବା ବେଲେ ବାହାଘରର ମାସେ ପରେ ସ୍ୱାମୀକୁ ହରାଇଥିବା ସ୍ତ୍ରୀ ମୁଣ୍ଡରେ ଚଡକ ପଡିଛି । ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ, ହସଖୁସ ସ୍ୱଭାବ ପାଇଁ ବେଶ ପରିଚିତ ଥିଲେ ସମୀର । ତାଙ୍କ ସାଂଗସାଥି ମହଳରେ ଶୋକର ଛାୟା ଖେଲିଯାଇଛି । ପୋଖରୀରେ ବୁଡି  ପୁଅର ମୃତ୍ୟୁ ଖବରକୁ ପରିବାର ଲୋକ  ସହଜରେ ଗ୍ରହଣ କରିପାରୁ ନାହାନ୍ତି।

The post ହୋଲି ହେଲା କାଳ; ହାତରୁ ମେହେନ୍ଦି ଲିଭିବା ଆଗରୁ ଲିଭିଗଲା ମଥାର ସିନ୍ଦୁର appeared first on Odisha Reporter.



from Odisha Reporter https://ift.tt/31CcXGl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages